କେନ୍ଧୁଝର ସଦର ୩/୧(ଆପ୍ର): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ହାଣ୍ଡିଭଙ୍ଗା ପଞ୍ଚାୟତ କାଠବାଂଉଁଶୂଳି ନେତାଜୀ ବିକାଶ କମିଟି ଆନୁକୁଲ୍ୟରେ ୨୪ ତମ ଜାତୀୟ ସ୍ତରୀୟ ୧୬ ଦଳୀୟ ବିଶିଷ୍ଟ କ୍ରିକେଟ୍ ପ୍ରିମିୟମ ଲିଗ୍ ନବମ ଦିବସର ଦ୍ଵିତୀୟ ସେମିଫାଇନାଲର ମ୍ୟାଚ୍ ଏମବିୱାଇସି କ୍ଲବ ଲହଣ୍ଡା ଏବଂ ଏସସିଏସ କ୍ଲବ ଅସୁରିଆ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା।
ପ୍ରଥମେ ଲହଣ୍ଡା ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୮ ୱିକେଟ୍ ହରାଇ ୧୧୦ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ଅସୁରିଆ ୧୧୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୧୦.୫ ଓଭରରେ ୪ ୱିକେଟ୍ ହରାଇ ୧୧୧ ରନ କରି ବିଜୟ ହୋଇ ଫାଇନାଲ ପ୍ରବେଶ କରିଛି। ବିଜୟୀ ଦଳ ପକ୍ଷରୁ ତଶିବ ୨୨ ବଲ ରେ ୪୭ ରନ କରିଥିବାରୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି।
ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଦର ବ୍ଲକ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ନାଏକ ଯୋଗ ଦେଇଥିଲେ। ଏହାର ଫାଇନାଲ ମ୍ୟାଚ ଚଳିତ ଜାନୁଆରୀ ମାସ ୫ତାରିଖ ରବିବାର ଏସସିଏସ କ୍ଲବ ଅସୁରିଆ (କେନ୍ଦୁଝର)ଏବଂ ଇରଫାନ ଏକାଦଶ ରାଉରକେଲା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଫାଇନାଲ ଦିବସରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଧର୍ମଶାଳା ନିର୍ବାଚନ ମଣ୍ଡଳୀ ବିଧାୟକ ହିମାଂଶୁ ଶେଖର ସାହୁ, ତେଲକୋଇ ବିଧାୟକ ଡ଼ାକ୍ତର ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, କରଞ୍ଜିଆ ନିର୍ବାଚ ମଣ୍ଡଳୀର ବିଧାୟକ ପଦ୍ମ ଚରଣ ହାଇବ୍ରୁ, ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ପୌରାଧକ୍ଷା ନିକୁ ସାହୁ, ଓଡିଶା କ୍ରିକେଟ୍ ପ୍ରଶିକ୍ଷକ ଦୀପକ ମଙ୍ଗରାଜ, ଚଳଚିତ୍ର ଅଭିନେତ୍ରୀ ଶିବାନୀ ସଂଗୀତା ସୂର୍ଯ୍ୟମୟୀ ମହାପାତ୍ର, ଅଭିନେତା ମିଟୁ ମିଥୁନ ପ୍ରମୁଖ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେବେ ବୋଲି ନେତାଜୀ ବିକାଶ କମିଟି ସଭାପତି ଜଗନ୍ନାଥ ମୋଦି ସୁଚନା ପ୍ରଦାନ କରିଛନ୍ତି।