କଟକ ୩।୧: ଆମ ରାଜ୍ୟର ଭାଗଚାଷୀ ମାନେ ପାକିସ୍ଥାନର ବାସିନ୍ଦା ନୁହଁନ୍ତି। ତେଣୁ ସେମାନଙ୍କୁ ତୁରନ୍ତ କ୍ଷତି ପୂରଣ ଦିଆଯାଉ ବୋଲି ଦାବି କରିଛି ବିଜେଡି। କ୍ଷତି ପୂରଣ ପାଇଁ ବୀମା କମ୍ପାନୀ ମାନଙ୍କ ଉପରେ ନିର୍ଭର ନକରି ରାଜ୍ୟ ସରକାର ରାଜକୋଷ ଖୋଲନ୍ତୁ ବୋଲି ଶୁକ୍ରବାର କଟକରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତନ କୃଷି ମନ୍ତ୍ରୀ ଅରୁଣ ସାହୁ। ରାଜ୍ୟ ସରକାର ଚାଷୀଙ୍କୁ ନ୍ୟାୟ ଦେଉ, ଚାଷୀଙ୍କୁ ଉପଯୁକ୍ତ କ୍ଷତି ପୂରଣ ନମିଳିଲେ ଏବଂ ନଷ୍ଟ ହୋଇଥିବା ଧାନ କିଣା ନହେଲେ ଆଗକୁ ରଣ ଦୁନ୍ଦୁଭି ବାଜିବ ବୋଲି ବିଜେଡି ଚେତାଇ ଦେଇଛି।
ଶୁକ୍ରବାର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କୃଷି ମେଳା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଯାହାର ଜବାବରେ ଅରୁଣ କହିଛନ୍ତି, ଯଦି ନବୀନ ସରକାର କୃଷି କ୍ଷେତ୍ର ପାଇଁ କିଛି କରିନଥିଲେ, ତେବେ ଓଡିଶା ୬ ଥର କୃଷି କର୍ମଣ ପୁରସ୍କାର ପାଇଥିଲା କେମିତି ?