ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

୯ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରି; ସୁଭଦ୍ରା, ସୋଲାର ସବ୍‌ସିଡିରୁ ଭିନ୍ନକ୍ଷମଙ୍କ ଭତ୍ତା ପ୍ରସ୍ତାବକୁ ଗୁରୁତ୍ବ

Published By : Soubhagya Ranjan | January 3, 2025 9:36 PM

ଭୁବନେଶ୍ବର,୦୩/୦୧/୨୦୨୫: ଶୁକ୍ରବାର ରାଜ୍ୟ କ୍ୟାବିନେଟରେ ୯ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ୯ଟି ପ୍ରସ୍ତାବ ମଧ୍ୟରେ ସୁଭଦ୍ରା ଯୋଜନା, ସୋଲାର ସବସିଡି, ଭିନ୍ନକ୍ଷମଙ୍କ ପାଇଁ ଭତ୍ତା ଆଦି ଉପରେ ମୋହର ମାଜିଛି। ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି। 

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, କ୍ୟାବିନେଟରେ ‘ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଆଧାରରେ ୩୧ ମାର୍ଚ୍ଚ ୨୦୨୫ ସୁଦ୍ଧା ସୁଭଦ୍ରା ଆବେଦନ କଲେ ୨ଟି କିସ୍ତିର ଟଙ୍କା ମିଳିବ। ଅର୍ଥାତ ମାର୍ଚ୍ଚ ସୁଦ୍ଧା ଯେଉଁ ମହିଳା ମାନେ ଆବେଦନ କରିଥିବେ ସେମାନେ ଏକକାଳୀନ ୨ଟି କିସ୍ତି ପାଇବେ।  ସେହିଭଳି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ପାଇଁ ୮୭୪.୧୪ କୋଟି ଟଙ୍କା ପାଣ୍ଠି ବ୍ୟବସ୍ଥା କରାଯାଇଛି। ୫ ବର୍ଷରେ ଏହି ଟଙ୍କା ଖର୍ଚ୍ଚ କରାଯିବ। ଏଥି ସହ ଏହି ରାଶି ଦ୍ବାରା କୃଷି ଉଦ୍ୟୋଗୀଙ୍କୁ ସବସିଡି ସହାୟତା ମିଳିବ। 

ଆହୁରି ମଧ୍ୟ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ଓ ୮୦ ବର୍ଷରୁ ଅଧିକ ବୟସ୍କଙ୍କ ଭତ୍ତା ବଢ଼ାଇବା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି। ଏହି ଭତ୍ତାକୁ ମାସିକ ୧୨୦୦ରୁ ୩୫୦୦କୁ ବୃଦ୍ଧି କରାଯାଇଛି। କ୍ୟାବିନେଟ ପିଏମ ସୂର୍ଯ୍ୟଘର ଯୋଜନାରେ ସୋଲାର ଲଗାଇବା ଉପରେ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହା ଅନୁଯାୟୀ, ଏଣିକି କିଲୋଓ୍ବାଟ ପିଛା ରାଜ୍ୟ ସରକାର ଦେବେ ୨୫ ହଜାର ଟଙ୍କାର ସବସିଡି । ଯଦି ୩ କିଲୋଓ୍ବାଟ ସୋଲାର ଲଗାଉଛନ୍ତି ତେବେ ରାଜ୍ୟ ସରକାର ଆଉ ଅତିରିକ୍ତ ୧୦ ହଜାର ଟଙ୍କାର ମଧ୍ୟ ସବସିଡି ଦେବେ। ଏଥିପାଇଁ ୨୦୨୪ରୁ ୨୦୨୭ ମଧ୍ୟରେ ଖର୍ଚ୍ଚ ହେବ ୧୮୦୦ ଟଙ୍କା। ଏଥିରେ ପ୍ରାୟ ୩ ଲକ୍ଷ ଘରୋଇ ବିଜୁଳି ଉପଭୋକ୍ତା ଲାଭାନ୍ବିତ ହେବେ। ସେହିଭଳି କ୍ୟାବିନେଟରେ OS & ES ଓ OSS & ES କ୍ୟାଡର ପୁନର୍ଗଠନ, ପରିସଂଖ୍ୟାନ ଅଧିକାରୀ ପଦ ସଂଖ୍ୟା ୧୭୨ରୁ ୧୫୫କୁ ହ୍ରାସ ଉପରେ ପ୍ରସ୍ତାବ।  ନନ୍ ଏନଏଫଏସଏ/ଏସଏଫଏସଏସ ଆବେଦନର ବିଚାର ପ୍ରସ୍ତାବ ଉପରେ ମଧ୍ୟ ମୋହର ମାରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.