ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲା ଗଙ୍ଗାଲୁର ଥାନା ଅଞ୍ଚଳରେ ମାଓବାଦୀ ଖଞ୍ଜି ଥିବା ଆଇଡି ବୋମା ବିସ୍ଫୋରଣରେ ୩ ଜଣ ଯବାନ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ବିଜାପୁର ଜିଲ୍ଲାର ଗଙ୍ଗାଲୁର ଥାନା ଅନ୍ତର୍ଗତ ଟୋଡକା ଜଙ୍ଗଲରେ ମାଓ ଦମନ ନିମନ୍ତେ ଡିଆରଜିର ଯବାନମାନେ ତଲାସୀ ଅଭିଯାନ କରୁଥିଲେ।
ଏହି ସମୟରେ ମାଓବାଦୀଙ୍କ ଦ୍ଵାରା ପୂର୍ବରୁ ଲଗାଯାଇଥିବା ଏକ ଆଇଡି ବୋମା ବିସ୍ଫୋରଣ ଘଟି ଥିଲା। ଯାହା ଫଳରେ ୩ ଜଣ ଯବାନ ଆହତ ହୋଇ ଥିବା ବେଳେ ସେମାନଙ୍କୁ ସାଥି ଯବାନ ମାନେ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ନେଇ ଯାଇଥିଲେ। ଅପର ପକ୍ଷରେ ଅଧିକ ସଂଖ୍ୟକ ଯବାନ ପହଞ୍ଚି ତଲାସୀ ଅଭିଯାନକୁ ଆହୁରି ବଢାଇ ଥିବା ଜଣା ପଡିଛି।