ସୋର, ୨୫/୧୨: ଚୋରି କରିବାକୁ ଆସି ବିଫଳ ହେଲେ ଚୋର । ପରେ ବ୍ୟାଙ୍କରେ ନିଆଁ ଲଗାଇଲେ ଦେଲେ ଦୃବୁର୍ତ୍ତ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବାଲିଖଣ୍ଡ ବଜାରରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ମଙ୍ଗଳବାର ରାତିରେ କିଛି ଦୁର୍ବୃତ୍ତ ବାଲିଖଣ୍ଡ ବଜାରରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପଛ ପଟ ବାଟ ଦେଇ ଲୁଟ୍ ଉଦ୍ୟମରେ ପଶି ଦେଇଥିଲେ । ବ୍ୟାଙ୍କରେ ପଶି ଲକରକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ ହେଲେ ବିଫଳ ହୋଇଥିଲେ । ଶେଷରେ ବ୍ୟାଙ୍କରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ନିଆଁ ବ୍ୟାଙ୍କରେ ବ୍ୟାପିବା ପରେ ଧୂଆଁ ବାହାରିଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଅଗିନଶମ ବାହିନୀର ୩ଟି ଗାଡ଼ି ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି ।