ନୀଳଗିରି ୦୮/୧୨ : ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳକୁ ଶନିବାର ଦିନ ଆସିଥିଲେ ଝାଡ଼ଖଣ୍ଡ ହାତୀପଲ। ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ନଡ଼ପୁର ଜଙ୍ଗଲ ଛାଡି ଆଜି ଭୋରୁ ୫୫ଟି ହାତୀ ସୋନନଦୀ ପାର ହୋଇ କାଠପାଳ, ଜୁଣକୋଇଲି ଦେଇ ଆସିଥିଲେ। ପରେ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ଦିନରୁ ରହି ଅପରାହ୍ନ ଠାରୁ ବାହାରି ବିଭିନ୍ନ ଅଞ୍ଚଳରେ ଧାନ ଫସଲ ନଷ୍ଟ କରିଛନ୍ତି। ହାତୀ ଆସିବା ରାସ୍ତାରେ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି।
ଏବେ ଧାନ ଅମଳ ସମୟ ହୋଇଥିବା ବେଳେ ହାତୀପଲ ବ୍ୟାପକ ଧାନଫସଲ ନଷ୍ଟ କରିବା ସହିତ ଘର ଭାଙ୍ଗିବା ସମ୍ଭାବନା ଥିବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇଥିଲେ। ଟ୍ରେଞ୍ଜ ଓ ସୋଲାର ଫେନ୍ସି ଅଚଳ ହୋଇପଡିଥିବା ବେଳେ ବନବିଭାଗ ମଧ୍ୟ ଗାଁ ସୁରକ୍ଷା ପାଇଁ ଚିନ୍ତାରେ ପଡିଛନ୍ତି।ତେବେ ହାତୀର ଗତିବିଧି ଉପରେ ବନବିଭାଗ ନଜର ରଖିଛି। ଗତକାଲି ରାତିରେ ହାତୀପଲ ଜଙ୍ଗଲରୁ ବାହାରି ତେରଲଡ଼ିହି ଓ ହାତିମୁଣ୍ଡା ଅଞ୍ଚଳରେ ଥିବା ଧାନ ଫସଲ ନଷ୍ଟ କରିଛନ୍ତି। ତେବେ ହାତିମୁଣ୍ଡା ଗାଁକୁ ହାତୀପଲ ରାତିରେ ପଶିଥିବା ବେଳେ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ନିଆଁ ଜଳାଇ ପରିବାର ଲୋକେ ରାତି ସାରା ଉଜାଗର ହୋଇଛନ୍ତି।ସକାଳେ ଯାଇ ଚାଷୀମାନେ ଧାନ ଫସଲ ଦେଖି ଭାଙ୍ଗି ପଡ଼ିଛନ୍ତି। ଚାରି ଆଡ଼େ ଧାନ ଫସଲ ନଷ୍ଟ କରିଛନ୍ତି। ଅନେକ ଚାଷୀ କଞ୍ଚା ଧାନ କାଟି ନେଉଥିବା ଦେଖିବାକୁ ମିଳିଛି।