ସମ୍ୱଲପୁର,୨୮/୦୯: ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା । ଦରମା ନପାଇବାରୁ ବଧ୍ୟ ହୋଇ କାମ ବନ୍ଦ କରି ଧାରଣା ଦେଇଛନ୍ତି ସୁରକ୍ଷାକର୍ମୀ । ସମ୍ୱଲପୁରର ସମଲେଇ ମନ୍ଦିର ପରିସରରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ସମଲେଇ ପ୍ରକଳ୍ପ ନିର୍ମାଣ ପରେ ସୁରକ୍ଷା କର୍ମୀ ମୂତୟନ କରିଥିଲେ ସରକାର । ହେଲେ ସେମାନଙ୍କୁ ଦରମା ଦିଆଯାଉନଥିବା ନେଇ ବାରମ୍ୱାର ଅଭିଯୋଗ ହୋଇଥିଲା । ଶେଷରେ ବାଧ୍ୟ ହୋଇ ଶନିବାର ସକାଳୁ କାମ ବନ୍ଦ କରି ଧାରଣା ଦେଲେ ସୁରକ୍ଷାକର୍ମୀ ।