ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଯାତ୍ରାରେ ଭିଲେନ୍‌ଙ୍କୁ ଆକ୍ରମଣ, ଅଭିନୟକୁ ଜୀବନ୍ତ ଭାବି ଆକ୍ରମଣ କରିଥିଲେ ଯୁବକ

ସମ୍ବଲପୁର,୧୨/୦୯: ସର୍ବସମ୍ମୁଖରେ ଚାଲିଥାଏ ଧର୍ମାନ୍ତରୀକରଣ । ଗୋଟିଏ ଧର୍ମର କିଛି ଲୋକ ଅନ୍ୟ  ଜଣଙ୍କୁ ଧର୍ମ ପରିବର୍ତ୍ତନ କରୁଥାନ୍ତି। ତାଙ୍କୁ  ଗୋ ମାଂସ ଖାଇବାକୁ ବାଧ୍ୟ କରୁଥାନ୍ତି ।  ଖାଇବାକୁ ଦେବା ପରେ ଶହ ଶହ  ଲୋକଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ  ବାହାସ୍ଫୋଟ ମାରୁଛନ୍ତି । ଠିକ୍‌ ଏତିକି  ବେଳେ ଦୃଶ୍ୟକୁ ଦେଖୁଥିବା ଜଣେ  ଦେଖଣାହାରୀ ସେହି ବ୍ୟକ୍ତିଙ୍କୁ  ଆକ୍ରମଣ କଲା । ଗୋଇଠା ପରେ ମୁଥ  ମାରିଚାଲିଲା । ଆଖପାଖରେ ଥିବା ସମସ୍ତେ  ଚମକି ପଡିଲେ ।...   

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର  ଉପକଣ୍ଠ ନକ୍ସାପାଲିର ଯାତ୍ରା ମଞ୍ଚରେ । ଏଠାରେ କୌଣସି  ଧର୍ମାନ୍ତରୀକରଣ ଚାଲିନଥିଲା । ଗୋଟିଏ ଯାତ୍ରା ପାର୍ଟିର  ଅଭିନେତା ଓ ଅଭିନେତ୍ରୀ ଅଭିନୟ କରୁଥିଲେ । ଅଭିନୟ  ଏତେ ଜୀବନ୍ତ ଥିଲା ଯେ, ସେଠାରେ ଦେଖୁଥିବା ଜଣେ  ଦର୍ଶକ ଉତ୍ତ୍ୟକ୍ତ ହୋଇ ଆକ୍ରମଣ କରିଥିଲେ । ଷ୍ଟେଜ୍‌ ଉପରେ  ଚଢ଼ି ମୁଖ୍ୟ ଖଳଭିନେତାଙ୍କୁ ଆକ୍ରମଣ କରିଥିଲେ । ଗୋଟିଏ  ଗୋଇଠା ମାରିବା ସହ ମୁହଁକୁ କିଛି ମୁଥ ମାରିଥିଲେ ।  କେହି କିଛି ଭାବିବା ପୂର୍ବରୁ ଏହା ଘଟିସାରିଥିଲା । ଯାତ୍ରା  କମିଟି ସଦସ୍ୟ ତୁରନ୍ତ ଆକ୍ରମଣକାରୀକୁ କାବୁ କରିଥିଲେ ।  ଆକ୍ରମଣକାରୀଙ୍କୁ ମଧ୍ୟ ପାଲଟା ଆକ୍ରମଣ ହୋଇଥିଲା ।  ପରବର୍ତ୍ତୀ ସମୟରେ ବୁଝାସୁଝା କରିବା ପରେ  ପୁଣି ଥରେ ନାଟକ ଆରମ୍ଭ ହୋଇଥିଲା ।   

ଗତକାଲି ମାନେଶ୍ୱର ଛକ ନିକଟ  ନକ୍ସାପାଲିରେ ସ୍ୱର୍ଣ୍ଣମହଲ ଯାତ୍ରାପାର୍ଟିର  ‘ସ୍ୱାମୀ ପାଇଁ ପଛେ ନର୍କକୁ ଯିବି’  ନାଟକ ପରିବେଷଣ କରାଯାଉଥିଲା ।  ଏଥିରେ ଧର୍ମ ପରିବର୍ତ୍ତନକୁ  ନେଇ ଗୋଟିଏ ଦୃଶ୍ୟ ରହିଥିଲା ।  ଖଳଚରିତ୍ରରେ ଅଭିନୟ କରୁଥିବା ନବ  ଘୋଷଙ୍କ ଅଭିନୟ ଏତେ ଜୀବନ୍ତ ଥିଲା ଯେ,  ଲୋକ ପ୍ରବଳ ହଟ୍ଟଗୋଳ କରିବା ସହ ପାଣି ବୋତଲ  ଷ୍ଟେଜ୍‌ ଉପରକୁ ଫିଙ୍ଗିଥିଲେ । ହେଲେ ଯେତେବେଳେ  ଗୋମାଂସ ଖାଇବାକୁ ବାଧ୍ୟ କରିଥିଲେ ସେତେବେଳେ  ଆକ୍ରମଣର ଶିକାର ହୋଇଥିଲେ । ପରେ ଆକ୍ରମଣକାରୀ  ଓ ଅଭିନେତାଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା ।  ଅଭିନୟରେ ମଗ୍ନହୋଇ ଆକ୍ରମଣ କରିଥିବା ଆକ୍ରମଣକାରୀ  କହିଥିଲେ । ହେଲେ ଏହାକୁ ନିଜର ପ୍ରଶଂସା ଭାବେ ଗ୍ରହଣ  କରିଛନ୍ତି ଅଭିନେତା ନବ ଘୋଷ । ଏହା ମୋ ପାଇଁ ବଡ଼  ପୁରସ୍କାର ବୋଲି କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.