ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ଜିଲ୍ଲାସ୍ତରୀୟ ସମ୍ବଲପୁର ସଂସ୍କୃତ ଦିବସ ୨୦୨୪ ପାଳିତ

ସମ୍ବଲପୁର, ୧୨/୯ : ସମ୍ବଲପୁର ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ସମ୍ବଲପୁରସ୍ଥିତ ସାଂସ୍କୃତିକ ସମାଜ ଭବନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତ ଶିକ୍ଷକ ମହାସଂଘର ସଭାପତି ସୁଶୀଳ କୁମାର ମହାକୁଳଙ୍କ ସଭାପତିତ୍ବରେ ସଂସ୍କୃତ ଦିବସ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ମିନାରାଣୀ ମଙ୍ଗଳ ଯୋଗଦେଇ ସଂସ୍କୃତ ଭାଷାର ପ୍ରଚାର ପ୍ରସାର ଏବଂ ଭାଷା ପ୍ରତି କିପରି ସମସ୍ତଙ୍କର ଆଗ୍ରହ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ପୁରୀ ଶ୍ରୀବିହାର ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବ ବିଦ୍ୟାଳୟର ପ୍ରିୟବ୍ରତ ମିଶ୍ର ଯୋଗଦେଇ ସଂସ୍କୃତ ଭାଷା କେବଳ ଏକ ଭାଷା ନୁହେଁ ବରଂ ସମସ୍ତ ଭାଷାମାନଙ୍କର ମା’ ବୋଲି କହିଥିଲେ । ଏହାସହ କାହିଁକି ଦ୍ବିତୀୟ ଭାଷାର ମାନ୍ୟତା ପାଇବ ନାହିଁ ବୋଲି ‌ସେ ଯୁକ୍ତି ଉପସ୍ଥାପନ କରିଥିଲେ । 

ସମ୍ମାନୀତ ଅତିଥି ଭାବେ ରାଉରକେଲା ବେଦବ୍ୟାସ ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ନିବାସ ପାଠୀ ଶର୍ମା , ଡ. ଅକ୍ଷୟ କୁମାର ଦାଶ, ମୁରଲି ଧର ବେହେରା, ଜୟଶ୍ରୀ ଦୋରା, ହରିନାରାୟଣ ପଣ୍ଡା ପ୍ରମୁଖ ଯୋଗଦେଇ ସମାଜରେ ସଂସ୍କୃତର ଉପାଦେୟତା, ସଂସ୍କୃତ ବିନା ସଂସ୍କୃତି ପଙ୍ଗୁ ବୋଲି କହି ସଂସ୍କୃତର ମହନୀୟତା ପ୍ରକାଶ କରିଥିଲେ । ଶେଷରେ ସମ୍ପାଦକ ଦେବରାଜ ରଥ ବିବରଣୀ ପାଠ କରିଥିବାବେଳେ ଅସୀତ ପଣ୍ଡା ସଭା ପରିଚାଳନା କରିଥିଲେ । ଏହି ଅବସରରେ ଜିଲ୍ଲାର ସମସ୍ତ ସଂସ୍କୃତ ଶିକ୍ଷକଶିକ୍ଷୟିତ୍ରୀ ଯୋଗଦେଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.