ପ୍ରମୂଖ ଖବର
  • ସାଲେପୁର : ଝରକା ଚାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ମୁଖ୍ୟମନ୍ତ୍ରୀ ପାଇଁ କାହିଁକି କେଜ୍ରିଓ୍ବାଲଙ୍କ ପ୍ରଥମ ପସନ୍ଦ ଆତିଶୀ ? ମାତ୍ର ୫ ବର୍ଷ ଭିତରେ ବିଧାୟକରୁ କ୍ୟାବିନେଟ୍ ମନ୍ତ୍ରୀ, ଆଉ ଏବେ ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ...

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ତାଙ୍କ ଉତ୍ତରାଧିକାରୀ ଚୟନ କରିଛନ୍ତି । ଆମ୍ ଆଦମୀ ପାର୍ଟି ଏହାର ଚମତ୍କାରୀ ତଥା ଶକ୍ତିଶାଳୀ ନେତା ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ମନୋନୀତ କରିଛି । ମଙ୍ଗଳବାର ଅନୁଷ୍ଠିତ ବିଧାୟକ ଦଳର ବୈଠକରେ ଅରବିନ୍ଦ କେଜ୍ରିୱାଲ ଆତିଶୀଙ୍କ ନାମ ପ୍ରସ୍ତାବ ଦେଇଥିଲେ, ଯେଉଁଥିରେ ବିଧାୟକ ମାନେ ସହମତି ପ୍ରକାଶ କରିଛନ୍ତି । ଏହିପରି ଭାବେ ଆତିଶୀ ବର୍ତ୍ତମାନ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ସୌରଭ ଭରଦ୍ୱାଜ, ଗୋପାଳ ରାୟ, କୈଳାଶ ଗେହଲଟ୍ ଏବଂ ରାଖୀ ବିର୍ଲାଙ୍କ ସମେତ ଅନେକ ନାମ ସାମ୍ନାକୁ ଆସିଥିଲା, କିନ୍ତୁ ଆତିଶୀଙ୍କ ନାମରେ ମୋହର ବାଜିଛି। 

ଦୀର୍ଘ ସମୟ ଧରି କେଜ୍ରିଓ୍ବାଲଙ୍କ ଜଣେ ବିଶ୍ୱାସୀ ଏବଂ ଅତି ନିକଟତର ଭାବରେ ଆତିଶୀଙ୍କୁ ଗଣନା କରାଯାଏ । ସେ ଆନ୍ନା ଆନ୍ଦୋଳନ ସମୟରୁ ଅରବିନ୍ଦ କେଜ୍ରିୱାଲ ଏବଂ ଆମ୍ ଆଦମୀ ପାର୍ଟି ସହ ଜଡିତ ଅଛନ୍ତି । ମାତ୍ର ପାଞ୍ଚ ବର୍ଷ ମଧ୍ୟରେ ଆତିଶୀ ନିଜର ଦକ୍ଷତା ଏବଂ ପାରଦର୍ଶିତା ପାଇଁ ବିଧାୟକରୁ ମନ୍ତ୍ରୀ ହୋଇପାରିଛନ୍ତି । ୨୦୨୦ ରେ ପ୍ରଥମ ଥର ପାଇଁ କାଲକଜୀ ଆସନରୁ ନିର୍ବାଚନ ଜିତି ଆତିଶୀ ବିଧାୟକ ହୋଇଥିଲେ । ସେ ୨୦୨୩ ମସିହାରେ କେଜ୍ରିୱାଲ କ୍ୟାବିନେଟରେ ମନ୍ତ୍ରୀ ପଦ ପାଇଥିଲେ ଏବଂ ବର୍ତ୍ତମାନ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । 

ଯେତେବେଳେ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆ ଜେଲରେ ଥିଲେ, ସେତେବେଳେ ଆତିଶୀ ଆମ୍ ଆଦମୀ ପାର୍ଟିର ମୁହଁ ହୋଇଥିଲେ । ଉଭୟ ବଡ ନେତାଙ୍କ ଅନୁପସ୍ଥିତିରେ ସେ ସରକାରୀ କାର୍ଯ୍ୟ ଏବଂ ସଂଗଠନର ଦାୟିତ୍ବକୁ ବହୁତ ଭଲ ଭାବରେ ଜାରି ରଖିଥିଲେ । ଯେତେବେଳେ ଆମ୍ ଆଦମୀ ପାର୍ଟି ଅସୁବିଧାର ସମ୍ମୁଖୀନ ହେଉଥିଲା, ସେ ଆଗକୁ ଆସି ବିରୋଧୀଙ୍କ ସହ ଲଢୁଥିଲେ ଏବଂ ତାଙ୍କ ଦଳର ନେତା ଓ କର୍ମୀଙ୍କ ମନୋବଳକୁ ହ୍ରାସ କରିବାକୁ ଦେଉନଥିଲେ ।

ଆତିଶୀ ଆମ୍ ଆଦମୀ ପାର୍ଟି ସରକାରଙ୍କ କ୍ୟାବିନେଟରେ ଏକମାତ୍ର ମହିଳା ମନ୍ତ୍ରୀ ଏବଂ ଦଳର ମହିଳା ମାନଙ୍କର ଏକ ପ୍ରମୁଖ ସ୍ୱର । ଶିକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କର ଏକ ବଡ ଅବଦାନ ରହିଛି । ତତ୍କାଳୀନ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ ଜେଲ ଯିବା ପରେ ସେ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ବ ଗ୍ରହଣ କରିଥିଲେ । 

ଏହା ବ୍ୟତୀତ ସଂଗଠନ ଏବଂ ନେତାଙ୍କ ଉପରେ ଆତିଶୀଙ୍କର ଭଲ ପ୍ରଭାବ ରହିଛି । ତାଙ୍କ ରାଜନୈତିକ ଶୈଳୀ ଆରମ୍ଭରୁ ହିଁ ପ୍ରତିପକ୍ଷଙ୍କ ପାଇଁ ଅତ୍ୟନ୍ତ ଆକ୍ରମଣାତ୍ମକ ଥିଲା । ଏହା ସହିତ ପ୍ରଶାସନରେ ମଧ୍ୟ ତାଙ୍କର ଭଲ ଅଭିଜ୍ଞତା ଅଛି । ୨୦୧୯ ଲୋକସଭା ନିର୍ବାଚନରେ ଆତିଶୀଙ୍କୁ ପୂର୍ବ ଦିଲ୍ଲୀର ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଭାବରେ ନିଯୁକ୍ତ କରାଯାଇଥିଲା । କିନ୍ତୁ ସେ ବିଜେପିର ଗୌତମ ଗମ୍ଭୀରଙ୍କ ଠାରୁ ୪.୭୭ ଲକ୍ଷ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି । 

ଏହାପରେ ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆତିଶୀ ଦକ୍ଷିଣ ଦିଲ୍ଲୀର କାଲକାଜୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେ ବିଜେପି ପ୍ରାର୍ଥୀ ଧରମବୀର ସିଂଙ୍କୁ ୧୧୪୨୨ ଭୋଟରେ ପରାସ୍ତ କରିଛନ୍ତି । ପରେ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ପରେ ସେ ସୌରଭ ଭରଦ୍ୱାଜଙ୍କ ସହ କ୍ୟାବିନେଟ ମନ୍ତ୍ରୀ ଭାବରେ ଦିଲ୍ଲୀ ସରକାରରେ ଅନ୍ତର୍ଭୁକ୍ତ ହୋଇଥିଲେ । ଆଉ ଶେଷରେ ଏବେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.