ପ୍ରମୂଖ ଖବର
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଚକ୍‌ରେ ପ୍ରଧାନମନ୍ତ୍ରୀଙ୍କ ଅଦ୍ଭୁତ କଳାକୃତି, ଜନ୍ମଦିନରେ ମୋଦିଙ୍କୁ ଦେବେ ଉପହାର

ବ୍ରହ୍ମପୁର, ୧୭।୯: ଚକ୍‌ରେ ହସ୍ତଶିଳ୍ପୀ କଳାକାରଙ୍କ ଅଦ୍ଭୁତ କଳାକୃତି । ଏହି ହସ୍ତଶିଳ୍ପୀ କଳାକାର ତିଆରି କରିଛନ୍ତି ମୋଦି ଓ ତାଙ୍କ ମା’ ହିରାବେନ୍‌ଙ୍କ ପ୍ରତିକୃତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଅବସରରେ ସେ ଏହାକୁ ଉପହାର ଦେବେ । ବ୍ରହ୍ମପୁରର ହସ୍ତଶିଳ୍ପ କଳାକାର କେ.ବିଜୟ କୁମାର ରେଡ୍ଡୀ ଚକ୍‌ରେ ଏଭଳି ଅସାଧାରଣ କଳାକୃତି କରିଛନ୍ତି । ନିଜ ପ୍ରତିଭା ବଳରେ ପୁଣି ଥରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ତାଙ୍କର ବର୍ତ୍ତମାନର କଳାକୃତି ବେଶ୍ ଚର୍ଚ୍ଚାରେ ରହିଛି । ଏହି ପ୍ରତିକୃତିର ଉଚ୍ଚତା ମାତ୍ର ୩ ସେମି । ପ୍ରଧାନମନ୍ତ୍ରୀଙ୍କୁ ଏହି କଳାକୃତି ପ୍ରଦାନ କରିବା ତାଙ୍କର ଏକ ବଡ଼ ସ୍ୱପ୍ନ ସାକାର ହେବା ସହ ସମାନ ବୋଲି ସେ କହିଛନ୍ତି । ଏଥିପାଇଁ ବିଜୟ ବହୁତ ଉତ୍ସାହିତ ଥିବା କହିଛନ୍ତି ।

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ବିଜୟଙ୍କ ଘର । ସାମାନ୍ୟ ଚକ୍‌କୁ ସେ ଏତେ ସୁନ୍ଦର କଳାକୃତିରେ ଗଢ଼ି ତୋଳନ୍ତି । ନିକଟରେ ବିଜୟ ନିଜର ଏହି ଅଦ୍ଭୁତ କଳାକୃତି ପାଇଁ ଦିଲ୍ଲୀଠାରେ ‘ମାଇ ଗଭର୍ଣ୍ଣମେଣ୍ଟ ସାଥି ଆୱାର୍ଡ’ରେ ସମ୍ମାନିତ ହୋଇଥିଲେ । ଚକ୍‌ରେ ନିଖୁଣ ଭାବେ ବିଭିନ୍ନ କାରିଗରୀ କରନ୍ତି ବିଜୟ । ତାଙ୍କର ଏଭଳି ପ୍ରତିଭା ପାଇଁ ସେ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପାଇଁ ସେ ପ୍ରସ୍ତୁତ କରିଥିବା ଏହି ଉପହାର ହସ୍ତଶିଳ୍ପ ପାଇଁ ତାଙ୍କ ସମର୍ପଣଭାବର ଜ୍ୱଳନ୍ତ ଉଦାହରଣ  । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.