ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ସାଂସଦ ବଳଭଦ୍ର ମାଝିଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉଦଘାଟିତ

ମାଲକାନଗିରି,୧୮/୯: ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ପରିସରରେ ଆଜି ରକ୍ତ ଭଣ୍ଡାର, ଜିଲ୍ଲା ଔଷଧ ଭଣ୍ଡାର ଓ ସରକାରୀ ଏ.ଏନ.ଏମ ତାଲିମ କେନ୍ଦ୍ରର ନୂତନ ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ କୋଠାଗୃହ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ନୂତନ ରକ୍ତ ଭଣ୍ଡାରରେ ଦିନକୁ ୧୦୦ ରୁ ୨୦୦ ୟୁନିଟ ରକ୍ତ ସଂଗ୍ରହ ହେବା ସହ ୫୦୦ ୟୁନିଟ ରଖାଯାଇପାରିବ । ନୂତନ ରକ୍ତଭଣ୍ଡାର ଗୃହ ଉଦ୍ଘାଟନୀ ପରେ ପ୍ରଥମେ ରକ୍ତ ଭଣ୍ଡାର ଦାୟିତ୍ୱରେ ଥିବା ଡାକ୍ତର ସାଗର ଵାଲା ରକ୍ତଦାନ କରିଥିଲେ।

ସେହିଭଳି ନୂତନ ଔଷଧ ଭଣ୍ଡାରରେ ଜିଲ୍ଲାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୩୫୦ ବେଡ଼ ରୋଗୀ ଓ ଅନ୍ୟାନ୍ୟ  ରୋଗୀଙ୍କ ମାସର ଔଷଧ ଗଛିତ ରଖାଯାଇପରିବ । ପୁରୁଣା ଓ ନୂଆ ଔଷଧ ଭଣ୍ଡାର ସହ ମୋଟ ୬ ମାସର ଔଷଧ ଗଛିତ ରଖାଯାଇପାରିବ । ପୂର୍ବରୁ ପୁରୁଣା ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ଅସ୍ଥାୟୀ ଭାବେ ସରକାରୀ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ତାଲିମ ଦିଆଯାଉଥିବା ବେଳେ ନୂତନ କୋଠାରେ ପ୍ରଥମ ବର୍ଷ ପାଇଁ ୫୦ ଓ ଦ୍ୱିତୀୟ ବର୍ଷ ପାଇଁ ୫୦ ଟି ସିଟର ବ୍ୟବସ୍ଥା ରହିଥିବା ସାଂସଦ ଶ୍ରୀ ମାଝି ପ୍ରକାଶ କରିଛନ୍ତି । 

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ,ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ଧନେଶ୍ୱର ମହାପାତ୍ର, ଜିଲ୍ଲା ସଦର ମହକୁମା ଚିକିତ୍ସାଳୟର ଅଧିକ୍ଷକ ଡ଼.ବ୍ରଜବନ୍ଧୁ ଦାସଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।ଦୀର୍ଘ ବର୍ଷ ପରେ ପୁରୁଣା ହସ୍ପିଟାଲ ପରିସର ରୁ ନୂତନ ଜିଲ୍ଲା ହସ୍ପିଟାଲ ପରିସରକୁ ରକ୍ତ ଭଣ୍ଡାରର ନୂତନ ଅତ୍ୟାଧୁନିକ କୋଠାକୁ ସ୍ଥାନାନ୍ତର ହେଉଥିବାରୁ ଜିଲ୍ଲାବାସୀଙ୍କ ମନରେ ଆନନ୍ଦ ଖେଳି ଯାଇଛି। 

ପୂର୍ବରୁ ରୋଗୀମାନେ ରକ୍ତ ଆବଶ୍ୟକ ହେଲେ ଦୀର୍ଘ ୪ କିଲୋମିଟର ଦୂର ପୁରୁଣା ହସ୍ପିଟାଲ ନିକଟରେ ଥିବା ରକ୍ତ ଭଣ୍ଡାର କୁ ଯିବାକୁ ପଡୁଥିଲା, ଏହା ନିଜସ୍ୱ କୋଠା କୁ ପଳାଇ ଆସୁଥିବାରୁ ଆଉ ସେ ସମସ୍ୟା ରହିବ ନାହିଁ, ଗୁରୁତର ରୋଗୀ ମାନେ ରକ୍ତ ଅଭାବରୁ ହଇରାଣ ହେବେ ନାହିଁ ବୋଲି ସିଡିଏମଓ  ଡାକ୍ତର ମହାପାତ୍ର କହିଛନ୍ତି।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.