ପ୍ରମୂଖ ଖବର
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ବିଶ୍ଵକର୍ମା ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ବୁଡ଼ିଗଲେ ୨ ଆଇଟିଆଇ ଛାତ୍ର

ବେତନଟୀ, ୧୭/୯ : ବିଶ୍ଵକର୍ମା ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ। ବେତନଟୀ ଥାନା ଅଧୀନ କାଠପାଳ ବନ୍ଧରୁ ବାହାରିଥିବା ଏକା କେନାଲ ଚେକ୍ ଡ୍ୟାମ୍‌ରେ ୨ ଆଇଟିଆଇ ଛାତ୍ରଙ୍କ ସଲୀଳ ସମାଧି ଘଟିଛି। ମୃତକମାନେ ହେଲେ ବୁଢ଼ୀଖମାରି ଉପକଣ୍ଠ ବ୍ରିଲିଆନ୍ସ ଘରୋଇ କଲେଜର ଯୁକ୍ତ ଦୁଇରେ ପଢ଼ୁଥିବା ୨ ଜଣ ଛାତ୍ର। 

ସୂଚନାନୁଯାୟୀ, ବାଦାମପାହାଡ଼ ଥାନା ଅଧୀନ ଭଣ୍ଡନ ଗ୍ରାମର ଠାକୁରା ସୋରେନ ଏବଂ କରଞ୍ଜିଆ ଥାନା ଅଧୀନ ତାଟୋ ଉପକଣ୍ଠ ବଡଗାଁ ଗ୍ରାମର ଭାଗ୍ୟପ୍ରକାଶ ପାତ୍ର। ଉଭୟ ଯୁକ୍ତ ଦୁଇ ହାୟର ସେକେଣ୍ଡାରି ସ୍କୁଲ ହଷ୍ଟେଲରେ ରହି ପାଠ ପଢୁଥିଲେ। ହଷ୍ଟେଲର କିଛି ଛାତ୍ର ମୂର୍ତ୍ତି ବିସର୍ଜନ ପାଇଁ କେନାଲ କଲଭର୍ଟ ନିକଟକୁ ଆସିଥିଲେ। ମୂର୍ତ୍ତି ଭସାଇବା ସମୟରେ ଭାଗ୍ୟପ୍ରକାଶ ଅସାବଧାନତା କାରଣରୁ ପାଣିରେ ବୁଡି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ଠାକୁରା ପାଣିକୁ ଡେଇଁଥିଲେ।

ଲଘୁଚାପ ଜନିତ ବର୍ଷା ହୋଇଥିବାରୁ କେନାଲରେ ପାଣିର ସୁଅ ଅତ୍ୟଧିକ ଥିଲା। କଲଭର୍ଟର ଦୁଇଟି ଗେଟ୍ ମଧ୍ୟରୁ ଗୋଟିଏ ଗେଟ୍ ଭିତରେ ଦୁହେଁ ଛନ୍ଦାଛନ୍ଦି ହୋଇ ରହିଯାଇଥିଲେ। ଖବର ପାଇ ବେତନଟୀ ଓ ବାରିପଦାରୁ ଦୁଇଟି ଅଗ୍ନିଶମ ଟିମ୍ ସମେତ ବେତନଟୀ ଏସଡିପିଓ ସୁଦର୍ଶନ ଦାଶ, ଆଇଆଇସି ସସ୍ମିତା ମହାନ୍ତ, ବାରିପଦା ସଦର ତହସିଲଦାର ଦିନମଣି ନାଏକ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି। ତେବେ ଘରୋଇ ଶିକ୍ଷାନୁଷ୍ଠାନମାନଙ୍କରେ ମୂର୍ତ୍ତି ବିସର୍ଜନ ସମୟରେ ମୟୁରଭଞ୍ଜ ଜିଲ୍ଲାରେ କ୍ରମାଗତ ଭାବରେ ଛାତ୍ରମାନଙ୍କର ଜୀବନ ଯାଉଥିବା ବେଳେ ଶିକ୍ଷାନୁଷ୍ଠାନର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.