ସମ୍ବଲପୁର,୨୬/୦୯: ରେଢ଼ାଖୋଲ ସହର ଦେହୁରୀ ସାହିରେ ହତ୍ୟାକାଣ୍ଡ । ଜଣେ ବୃଦ୍ଧାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ତରଙ୍ଗୀନି ସାହୁ ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ତରଙ୍ଗୀନି ସାହୁ ନାମକ ଜଣେ ବୃଦ୍ଧା ଏକାକୀ ଦେହୁରୀ ସାହିରେ ରହୁଥିଲେ । ତେବେ ଗୁରୁବାର ଘର ବାରଣ୍ଡାରେ ବୃଦ୍ଧାଙ୍କ ମୃତଦେହ ପଡ଼ିଥିବାର ଦେଖିଥିଲେ ସ୍ଥାନୀୟଲୋକେ । ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ଏହା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମଧ୍ୟ ପଠାଇଛି ପୋଲିସ । ତେବେ ବୃଦ୍ଧାଙ୍କୁ କେହି ଜଣେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ବୃଦ୍ଧା ଜଣକ ଏକାକୀ ରହୁଥିବାବେଳେ କିଏ ଏବଂ କାହିଁକି ହତ୍ୟା କଲା ସେନେଇ ତଦନ୍ତ କରୁଛି ପୋଲିସ ।