ପ୍ରମୂଖ ଖବର
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ବନ୍ଦାଣ କଳିରୁ ବାହାବେଦିରେ ବର-କନ୍ୟା ପକ୍ଷ ପିଟାପିଟି..କଉଡି ଖେଳ ପରେ ବି କନିଆ ଗଲା ବାପଘର, ଶିଶୁପାଳ ହେଲା ବର..

ବାଲିକୁଦା, ୨୦/୦୬: ବନ୍ଦାଣକୁ  ନେଇ ବାହା ବେଦିରେ ମାର୍‌ପିଟ୍‌ । ତାହା ପୁଣି ବର ଓ କନ୍ୟା ପରିବାର ମଧ୍ୟରେ ।  ଏଥିରେ ଉଭୟ ପକ୍ଷର କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି । ମାର୍‌ପିଟ୍‌ରେ ନବବଧୂଙ୍କ ମୁଣ୍ଡ ଓ କାନମୁଣ୍ଡାରେ ଆଘାତ ଲାଗିଛି । ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ  ଯାଇଥିବା ବେଳେ ଘଟଣା ବାଲିକୁଦା ଥାନାରେ ପହଞ୍ଚିଛି । ଖବର ପାଇ ପୁଲିସ  ପହଞ୍ଚି ବୁଝାଶୁଝା କରିବାକୁ ଉଦ୍ୟମ  କରିଛି । ଏ ଘଟଣା ପରେ ନବବଧୂ ଆଉ ସେ ଘରକୁ ବୋହୂ ହୋଇନଯିବାକୁ ଜିଦ୍‌ ଧରି ବସିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର  ବିଷୟ ପାଲଟିଛି । ‘ମୁଁ ପଛେ ସାରା  ଜୀବନ ମୋ’ ବାପ ଘରେ ରହିଯିବି ।  ହେଲେ ଏଭଳି ପରିବାରକୁ ବୋହୂ  ହୋଇ କେବେ ବି ଯିବିନି । ଯେଉଁଠି ବାହା ବେଦିରେ ବନ୍ଦାଣ ଜିନିଷ କମିବାକୁ ନେଇ ବିବାଦ ଦେଖା ଦେଉଛି ଓ ଯାହା ପାଇଁ  ମୋ' ବାପା ଭାଇ ପରିବାର ଲୋକଙ୍କୁ  ମାଡ଼ ମାରି ଆହତ କରାଯାଉଛି । ମୁଁ  ମଧ୍ୟ ଏଥିରୁ ବାଦ ଯାଇନି । ସେଭଳି  ନର୍କପୁରରେ ଏମାନେ କ'ଣ ଶାନ୍ତିରେ  ରଖାଇଦେବେ? ମୋ' ଭାଗ୍ୟରେ ଯଦି  ଏଇଆ ଲେଖାଥିବ, ମୁଁ ଭୋଗିବି’-  ବୋଲି ନବବଧୂ କହିଛନ୍ତି । ଏମିତିକା  ଅଭାବନୀୟ ଘଟଣା ଘଟିଛି ବାଲିକୁଦା  ଥାନା ଅଞ୍ଚଳରେ । 

ଜଗତସିଂହପୁର ଜିଲ୍ଲା ବାଲିକୁଦା  ଥାନା ଅଳାବୋଳ ପଞ୍ଚାୟତ କଂଟି ଗାଁର  ଭାଗିରଥୀ ମହାରଣାଙ୍କ ପୁଅ ଫିଲୁ ଓରଫ୍‌  ମୋହନ ମହାରଣାଙ୍କ ସହ ରାହାମା ଅଞ୍ଚଳ  ହାତୀକେନା ପଣ୍ଡୁଆ ଗାଁର ଯୁବତୀଙ୍କ  ସହ ବିବାହ ଉତ୍ସବ ଥିଲା । ବିବାହ  ବାଲିକୁଦା ଥାନା ଇଛାପୁର ପଞ୍ଚାୟତର  ବଡ଼ାଗରସ୍ଥିତ ଈଶ୍ୱର ପାର୍ବତୀଙ୍କ ପବିତ୍ର  ପୀଠରେ ହେଉଥିଲା । ହାତ ଗଣ୍ଠି ପଡ଼ି  ସାରିବା ପରେ ହୋମ କାର୍ଯ୍ୟ ଶେଷ  ମଧ୍ୟ ହୋଇଥିଲା । ଶେଷ ପର୍ଯ୍ୟାୟରେ  ବିଧି ମୁତାବକ ବର କନ୍ୟାକୁ ବନ୍ଦାପନା  କାର୍ଯ୍ୟ କରାଯାଇ କଉଡ଼ି ଖେଳର ପର୍ବ  ଚାଲିଥିଲା । ଏହି ସମୟରେ ବର କର୍ତ୍ତା  ସାଜିଥିଲେ ଭାଗିରଥିଙ୍କ ସମ୍ପର୍କୀୟ ଭାଇ  ହଡ଼ା ଓରଫ୍‌ ଭଗବାନ ମହାରଣା ।  ହେଲେ ଭାଗିରଥୀଙ୍କ ଅନ୍ୟ ଜଣେ ଭାଇ  ପାକୁ, କନ୍ୟା ପକ୍ଷଙ୍କୁ ବନ୍ଦାଣକୁ ନେଇ  କିଛି କଥା ପଚାରିଥିଲେ । ଏତିକିରେ  ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତି ତର୍କ  ହୋଇଥିଲା । ବୋହୂର ବଡ଼ ଭଉଣୀ  କ'ଣ ସୁନା ଜିନିଷ ବନ୍ଦାଇବା କଥା  ନୁହେଁ କି ବୋଲି ପାକୁ ପ୍ରଶ୍ନ କରିଥିଲେ ।  ପରେ ଘଟଣା ଉଗ୍ର ରୂପ ନେଇଥିଲା ।  ଉଭୟ ପକ୍ଷଙ୍କ ମଧ୍ୟରେ କଥା କଟାକଟି  ଓ ପରେ ହାତାହାତି ଯାହା ପରବର୍ତ୍ତୀ  ପର୍ଯ୍ୟାୟରେ ପିଟାପିଟିର ରୂପ ଧାରଣ  କରିଥିଲା । ବିଳମ୍ବିତ ରାତିରେ ଉଭୟ ପକ୍ଷରୁ ଥାନାରେ ପହଞ୍ଚିଥିଲେ। ହେଲେ ସେଠାରେ ମଧ୍ୟ ବିବାଦର ସମାଧାନ ହୋଇପାରିନଥିଲା। ଶେ‌ଷରେ କନ୍ୟା ନିଜ ଜିଦ୍‌ରେ ଅଟଳ ରହିଥିଲେ । ସେ ଭାଇ ଏବଂ ବାପାଙ୍କ ସହିତ ଘରକୁ ଫେରିଥିଲେ।  ଶେଷରେ ବର ପକ୍ଷ ମଧ୍ୟ ଥାନରୁ ଶିଶୁପାଳ ହୋଇ ଫେରିଥିବା ଜଣାପଡିଛି। ବର ଏକ ବାଇକ୍‌ରେ ମୁହଁକୁ ଲୁଚାଇ ଚାଲିଯାଇଥିବା ସୂଚନା ମିଳିଛି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.