ପ୍ରମୂଖ ଖବର
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ

ବାଲେଶ୍ୱର,୨୦/୦୬: ଗୋଷ୍ଠୀ ସଂଘର୍ଷକୁ ନେଇ  ଦୁଇଦିନ ଧରି ବାଲେଶ୍ୱର ସହରରେ କର୍ଫ୍ୟୁ ଲାଗି ଥିଲା ।  ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେବେ ଆଜି ସକାଳ ୭ଟାରୁ କର୍ଫ୍ୟୁ କୋହଳ କରାଯାଇଛି।  ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ କର୍ଫ୍ୟୁ କୋହଳ  କରାଯାଇଥିବା ଜିଲ୍ଲାପାଳ ଆଶିଷ ଠାକ୍‌ରେ କହିଛନ୍ତି । 

ପ୍ରଶାସନ ପକ୍ଷରୁ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ  ପରିସରରେ ଜିଲ୍ଲାପାଳ ଶ୍ରୀ ଠାକ୍‌ରେଙ୍କ ଅଧ୍ୟକ୍ଷତାରେ  ଜରୁରି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସାଂସଦ  ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଆଇଜି ଦୀପକ୍‌ କୁମାର, ଏଡିଜି  ସଞ୍ଜୟ କୁମାର, ଏସ୍‌ପି ସାଗରିକା ନାଥ ପ୍ରମୁଖ ଯୋଗଦେଇଥିବା ବେଳେ ଭିଡିଓ କନ୍‌ଫରେନ୍ସିଂରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଡିଜିପି ଅରୁଣ  ଷଡ଼ଙ୍ଗୀ, ସଦର ବିଧାୟକ ମାନସ ଦତ୍ତ ପ୍ରମୁଖ  ଯୋଡ଼ି ହୋଇଥିଲେ । ସାଂସଦ ଶ୍ରୀ ଷଡ଼ଙ୍ଗୀ ଓ ସମସ୍ତ  ଅଧିକାରୀ ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ  ସହରବାସୀଙ୍କୁ ନିବେଦନ କରିଥିଲେ । 

କର୍ଫ୍ୟୁ କୋହଳ ସମୟ ୭ଟାରୁ ୧୧ଟା ମଧ୍ୟରେ ସମସ୍ତ ସହରବାସୀ ନିଜର କାର୍ଯ୍ୟ  ସାରି ଘରକୁ ଫେରିଯିବାକୁ ନିବେଦନ କରାଯାଇଛି । ସେହିପରି ଗୁରୁବାରଠାରୁ  ସହରରେ ଇଣ୍ଟରନେଟ୍‌ ସୁବିଧା ମିଳିବ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ବାଲେଶ୍ୱର  ସହରରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଥିଲା ।  ଫଳରେ ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟରେ ସମସ୍ୟା ସୃଷ୍ଟି  ହୋଇଥିଲା । ଏହାକୁ ନଜରରେ ରଖି ଇଣ୍ଟରନେଟ୍‌ ସେବାରେ କିଛିଟା କୋହଳ  କରାଯାଇଛି । 

ପ୍ରଥମ ପର୍ଯ୍ୟାୟରେ ସହରର ସମସ୍ତ ବ୍ୟାଙ୍କ୍‌ ସମେତ ଅନ୍ୟାନ୍ୟ  କାର୍ଯ୍ୟାଳୟରେ ଏହି ସୁବିଧା ଉପଲବ୍ଧ ହେବ । ତେବେ ଜନସାଧାରଣଙ୍କ ପାଇଁ ଏହି  ସୁବିଧା ମିଳିବନି । ପରେ ପରିସ୍ଥିତିକୁ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି  ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହା ବ୍ୟତୀତ ଶୁକ୍ରବାର ପର୍ଯ୍ୟନ୍ତ ସ୍କୁଲ,  କଲେଜ, ଅଙ୍ଗନବାଡ଼ି କେନ୍ଦ୍ର ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ପ୍ରଶାସନ  ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । 

ଅପରପକ୍ଷରେ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ସହରରେ  ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ଏଥିପାଇଁ ବାଲେଶ୍ୱରରେ ୬  କମ୍ପାନି ବିଏସ୍‌ଏଫ୍‌ ଯବାନ ମୁତୟନ ହୋଇଛନ୍ତି। ସେମାନଙ୍କୁ ନେଇ ସହର ପରିସ୍ଥିତି ନିୟନ୍ତ୍ରଣ କରିବେ।

ସୂଚନା ଥାଉକି, ସୋମବାର ସହରରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା ।  ସୋମବାର ବିଳମ୍ବିତ ରାତିବେଳକୁ ଏହା ଉଗ୍ରରୂପ ଧାରଣ କରିଥିଲା । ଫଳରେ  ପ୍ରଶାସନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସହରରେ କର୍ପ୍ୟୁ ଲଗା ଯାଇଥିଲା । ପରେ  ମଙ୍ଗଳବାର ଅପରାହ୍ଣଠାରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.