ପ୍ରମୂଖ ଖବର
  • ଜୁଲାଇ ୩ରୁ ସିପିଇଟି ପରୀକ୍ଷା, ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ
  • ||
  • ନନ୍ଦନକାନନରେ ଆଖି ବୁଜିଲା ନାଲି ବାଘୁଣୀ 'ସାରା', ବୟସାଧିକ କାରଣରୁ ମୃତ୍ୟୁ
  • ||
  • ଅଷ୍ଟାଦଶ ଲୋକସଭା ଅଧିବେଶନ, ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ
  • ||
  • ଜୁଲାଇ ୯ରୁ ମାଟ୍ରିକ୍‌ ସାର୍ଟିଫିକେଟ୍‌ ବଣ୍ଟନ: ଜୁଲାଇ ୧୨ ରୁ ୨୨ ତାରିଖ ପର୍ଯ୍ୟନ୍ତ ତ୍ରୁଟି ସଂଶୋଧନ ପାଇଁ ଆବେଦନ
  • ||
  • ମାନହାନି ମାମଲା: ରାହୁଲଙ୍କୁ ଜୁଲାଇ ୨ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ
  • ||
  • ଟି-୨୦ ବିଶ୍ବକପ୍ ୨୦୨୪, ଆଫଗାନର ସ୍ବପ୍ନ ଧୂଳିସାତ,ଫାଇନାଲ୍ରେ ଦକ୍ଷିଣ. ଆଫ୍ରିକା
  • ||
  • ଟି-୨୦ ବିଶ୍ୱକପ୍ ସେମି ଟକ୍କର: ଇଂଲଣ୍ଡ- ଭାରତ ମହାମୁକାବିଲା, ବର୍ଷା ସାଜିପାରେ ଖଳନାୟକ
  • ||
  • ଅଣସର ଘରେ ଚାଲିଛି ଗୁପ୍ତ ଉପଚାର, ଆଜି ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ
  • ||
  • ରାଜ୍ୟରେ ବଦଳିଲା ପାଗ: ୪ ଦିନ ଭଲ ବର୍ଷା,୨ ଦିନ ହେବ ପ୍ରବଳ ଛେଚିବ
  • ||

ରଥଖଳା ହାଲ୍‌ଚାଲ୍‌...ତିନି ରଥରେ ଲାଗୁଛି ୪୪ ଯୋକା, ପାର୍ଶ୍ୱ ଦେବଦେବୀ ପ୍ରସ୍ତୁତି ଆରମ୍ଭ

ପୁରୀ,୨୦/୦୬:  ରଥରେ ଯୋକା ସ୍ଥାପନ ହୋଇଛି । ଯୋକାରେ ଖାପ କରି ଚାରି ଗୋଟି ବିନ୍ଧ ହେଲା । ବିଶ୍ୱକର୍ମା ଓ ଭୋଇସେବକମାନେ ରଥରେ ଯୋକା ଲଗାଇଲେ । ଏହା ପରେ ଓଝା ସେବକମାନେ ଯୋକା କଣ୍ଟା ରଥରେ ପିଟିଥିଲେ । ରଥର ଗୟଳ, ଦଣ୍ଡା ଓ ଅଖକୁ ଯୋକା ବାନ୍ଧି ରଖେ । ରଥତ୍ରୟରେ ୪୪ ଯୋକା ସ୍ଥାପନ ହୁଏ । ଏଥିସହ ରଥରେ ଛନ୍ଦା ଗୟଳ ଲଗାଯାଉଛି । ବୁଧବାର ପାଶ୍ୱର୍ଦେବଦେବୀଙ୍କୁ  ବାହାରକୁ ଅଣାଯାଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଚିତ୍ରକରମାନେ  କାର୍ଯ୍ୟରେ ଯୋଗଦେଲେ ପ୍ରସ୍ତୁତ ହେବେ ରଥ ପାଶ୍ୱର୍ ଦେବତା । 

ରଥର କୋଣମାନଙ୍କରେ ଯୋକା ସ୍ଥାପନ କରାଯାଏ । ଦର୍ପଦଳନ ରଥର ୧୨ଟି ଯୋକା । ନନ୍ଦିଘୋଷ ଓ ତାଳଧ୍ୱଜର  ଯୋକା ସଂଖ୍ୟା ୧୬ ଲେଖାଏଁ । ତାଳଧ୍ୱଜ ରଥର ୪ କୋଣରେ  ୪ଟି କରି ୧୬ଟି ଗୁଜ ଏବଂ ସେହି ଅନୁସାରେ ଯୋକା । ସେହିଭଳି ନନ୍ଦିଘୋଷ ରଥ । ଦର୍ପଦଳନ ରଥରେ ୪ କୋଣରେ ୩ଟି କରି ୧୨ଟି ଯୋକା ଲଗାସରିଛି । ପ୍ରଥମେ ରଥତ୍ରୟରେ ଗୟଳ ପଡିଥିଲା । ପରେ ସେଥିରେ କଣ୍ଟା ବାଡ଼ିଆ ହେଲା । ଏବେ ଗୟଳ ଉପରେ ପଟା ପଡିବ । ଚାରିନାହାକା ଉପରେ ଛଅ କାଠ ବୁଲି ଚଉଦ ନାହାକା ବସିବ । ଏଥିପାଇଁ ଭୋଇ ସେବକମାନେ ପ୍ରସ୍ତୁତି  ଚଳାଇଥିବା କହିଛନ୍ତି ଭୋଇ ସର୍ଦ୍ଦାର ରବି  ଭୋଇ । ଏହାପରେ ଭୂଇଁ କାମ ହେବ । 

ତିନି ରଥରେ ୯ ପ୍ରତିମୂର୍ତ୍ତି ଲେଖା ୨୭  ପାଶ୍ୱର୍ ଦେବତା ସ୍ଥାପନ ହୋଇଥାନ୍ତି । ଆଜି  ପାଶ୍ୱର୍ ଦେବଦେବୀଙ୍କୁ ବାହାରକୁ ଅଣାଯାଇଛି । ପ୍ରତିମୂର୍ତ୍ତିଙ୍କୁ ସଫା କରାଯିବା ପରେ ଚିତ୍ରକର  ସେବକମାନେ ରଙ୍ଗ କରିବେ । ଠାକୁରଙ୍କ  ନବକଳେବର ବର୍ଷ ରଥଯାତ୍ରା ସମୟରେ ପାଶ୍ୱର୍ଦେବଦେବୀ ନୂତନ ଭାବେ ତିଆରି  ହୋଇଥାନ୍ତି । ଅନ୍ୟ ବର୍ଷ ରଥଯାତ୍ରାରେ କେବଳ  ପ୍ରସ୍ତୁତ କରାଯାଇ ରଥରେ ସ୍ଥାପନ କରାଯାଏ । ରୂପକାରମାନେ ତିନି ରଥର ନାଟ ଗୋଡ଼ରେ  ରାହୁ ରୂପ ଖୋଦେଇ କରୁଛନ୍ତି । କରତି ଏବଂ  ଓଝା ସେବକମାନେ ମହାପ୍ରଭୁଙ୍କ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଦୋଳବେଦିରେ ଭୂଇଁ ବିଡ଼ିଆ  ଓ ପୋଟଳ କଣ୍ଟା ପ୍ରସ୍ତୁତି ଚାଲିଛି । ଶ୍ରୀମନ୍ଦିର  ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପଙ୍କ ପ୍ରତ୍ୟକ୍ଷ  ତତ୍ତ୍ୱାବଧାନରେ ସମସ୍ତଙ୍କ ମଧ୍ୟରେ ସମନ୍ୱୟ  ରଖାଯାଇ ତିନି ରଥର ନିର୍ମାଣ କାର୍ଯ୍ୟ ଆଗଉଛି ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.