ପ୍ରମୂଖ ଖବର
  • ନାଗପୁର-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା, ୭ ମୃତ, ୩ ଗୁରୁତର...
  • ||
  • ପୁଣି ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ ସିବିଆଇ ସ୍ବତନ୍ତ୍ର କୋର୍ଟ...
  • ||
  • ନିଅଣ୍ଟିଆ ସ୍ଥିତିରେ ହୀରାକୁଦ ଜଳସ୍ତର, ଗତବର୍ଷଠାରୁ ୭ ଫୁଟ୍‌ ପାଣି କମ୍‌
  • ||
  • ୟୁଜିସି ନେଟ୍‌ ତାରିଖ ଘୋଷଣା କଲା ଏନ୍‌ଟିଏ, ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ପରୀକ୍ଷା
  • ||
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ବର୍ବରତାର ସୀମା ଟପିଲା ଚାନ୍ଦବାଲି ପୁଲିସ୍‌, ନ୍ୟାୟ ବଦଳରେ ମହିଳାଙ୍କୁ ନୃଶଂସ ମାଡ, ୩ ପୁଲିସ୍‌ କର୍ମଚାରୀଙ୍କୁ ବଦଳି

ଚାନ୍ଦବାଲି, ୨୭/୦୬ : ନ୍ୟାୟ ପାଇଁ ଦୌଡ଼ି ଆସିଥିଲେ ଥାନାକୁ । ମାତ୍ର ଜାଣି ନ ଥିଲେ, ସେଠାରେ ନ୍ୟାୟ ବଦଳରେ ମିଳିବ ମାଡ଼ । ପୁଲିସ୍‌ ଦୁଃଖ ଶୁଣିବା ବଦଳରେ ଆମାନୁଷିକ ଭାବେ ମାଡ଼ ମାରି ହାଜତରେ ଭର୍ତ୍ତି କରିଦେଲା । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରୁ । ନ୍ୟାୟ ପାଇଁ ଥାନାକୁ ଯାଇଥିବା ଜଣେ ଦଳିତ ମହିଳା ଓ ତାଙ୍କ ନାବାଳିକା ନଣନ୍ଦଙ୍କୁ ୩ ଜଣ ପୁଲିସ୍‌ କର୍ମଚାରୀ ଅତ୍ୟନ୍ତ ଅମାନୁଷିକ ଭାବେ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି । ଖାଲି ପିଟି ନାହାନ୍ତି, ଥାନା ଭିତରକୁ ଘୋଷାଡ଼ି ନେଇଥିଲେ । ସେଠାରେ ନୃଶଂସ ଭାବେ ମାଡ଼ ମାରି ହାଜତରେ ଭର୍ତ୍ତି କରିଥିଲେ । ମହିଳା ଜଣଙ୍କ ଥାନା ସମ୍ମୁଖରେ ଗାଳିଗୁଲଜ କରିବା ପରେ ପୁଲିସ୍‌ ପକ୍ଷରୁ ଏଭଳି କରାଯାଇଥିବା କୁହାଯାଉଛି । ଅନ୍ୟପଟେ ମଙ୍ଗଳବାର ଘଟିଥିବା ଏହି ଘଟଣାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ପରେ ଏନେଇ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ଚାନ୍ଦବାଲି ଏସ୍‌ଡିପିଓ କାର୍ତ୍ତିକ ମଲ୍ଲିକ ଜିଲ୍ଲା ଏସ୍‌ପିଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ । ବୁଧବାର ସଂପୃକ୍ତ ୩ ପୁଲିସ୍‌ କର୍ମଚାରୀଙ୍କୁ ଏସ୍‌ପି ଜିଲ୍ଲା ହେଡକ୍ୱାର୍ଟରକୁ ବଦଳି କରିଛନ୍ତି । 

ସୂଚନା ଅନୁଯାୟୀ, ଚାନ୍ଦବାଲି ଥାନା ବରେହିଁପୁର ଗାଁର ଶମ୍ଭୁରାମଙ୍କୁ ଚାନ୍ଦବାଲି ପୁଲିସ୍‌ କୌଣସି କାରଣରୁ ଅଟକ ରଖିଥିଲା । ବାପଘରେ ଥିବା ଶମ୍ଭୁଙ୍କ ପତ୍ନୀ ମିତା ସେଠୀ ସ୍ୱାମୀଙ୍କ ଖବର ପାଇ ଘରେ ପହଞ୍ଚିଥିଲେ । ପରେ ନିଜର ଦୁଇ ଶିଶୁ ଓ ନଣନ୍ଦଙ୍କୁ ସାଙ୍ଗରେ ଧରି ମଙ୍ଗଳବାର ସନ୍ଧ୍ୟାରେ ଚାନ୍ଦବାଲି ଥାନାରେ ପହଞ୍ଚିଥିଲେ । ଥାନା ବାରଣ୍ଡାରେ ବସି ଥାନା ବାବୁଙ୍କୁ ଅପେକ୍ଷା କରିଥିଲେ । ମିତା ବାରଣ୍ଡାରେ ବସିଥିବାବେଳେ ତାଙ୍କ ଦୁଇ ଶିଶୁ ସେଠାରେ ଏକ ଜୋତାଖୋଳ ଧରି ଖେଳିବା ସହ ଖୁସିରେ ପାଟି କରୁଥିଲେ । ପାଟି ଶୁଣି କନ୍‌ଷ୍ଟେବଲ୍‌ ରବିନ୍ଦ୍ର ସେଠୀ ଚିତ୍କାର କରି ଖେଳ ବନ୍ଦ କରିବାକୁ ତାଗିଦ୍‌ କରିଥିଲେ । ପରେ ମିତା ପିଲାଙ୍କ ହାତରୁ ଜୋତାଖୋଳ ନେଇ ଫିଙ୍ଗି ଦେଇଥିଲେ । ଥାନା ସମ୍ମୁଖରେ ଜୋତାଖୋଳ ପକାଇବାରୁ ଏହାକୁ ଡଷ୍ଟବିନ୍‌ରେ ପକାଇବାକୁ ରବୀନ୍ଦ୍ର କହିଥିଲେ । ମାତ୍ର ମିତା ଏକା ନ କରିବାରୁ ରବିନ୍ଦ୍ର ଉତ୍‌କ୍ଷିପ୍ତ ହୋଇ ମିତା, ତାଙ୍କ ନଣନ୍ଦ ଓ ୨ ଶିଶୁଙ୍କୁ ଥାନା ପରିସର ବାହାରକୁ କାଢ଼ି ଦେଇଥିଲେ । ଏଥିରେ କ୍ରୋଧାନ୍ୱିତ ହୋଇ ମିତା ଥାନା ଆଗରେ ଛିଡ଼ା ହୋଇ ଗାଳିଗୁଲଜ କରିଥିଲେ । ଏହା ଶୁଣି ରବୀନ୍ଦ୍ର ଆସି ମିତାଙ୍କୁ ଏକ ଚାପୁଡ଼ା ପକାଇଥିଲେ । ପରେ ମିତା ରାଗରେ ଥାନାକୁ ଟେକା ପଥର ଫିଙ୍ଗିଥିଲେ । ରବୀନ୍ଦ୍ର ଥାନା ହୋମ୍‌ଗାର୍ଡ କିଶୋର ମହାପାତ୍ର, ଏଏସ୍‌ଆଇ ନେପାଳ ଶାହାଙ୍କୁ ଡକାଇ ମିତା ଓ ତାଙ୍କ ନଣନ୍ଦଙ୍କୁ ନିର୍ଧୁମ ପିଟିଥିଲେ । ମହିଳା ହୋଇଥିଲେ ବି ତାଙ୍କୁ ଆମାନୁଷିକ ଭାବେ ଟେକି ନେଇ ହାଜତରେ ଭର୍ତ୍ତି କରିଥିଲେ । ଏହି ଘଟଣା ସୋସିଆଲ୍‌ ମିଡିଆରେ ଭାଇରାଲ ପରେ ଚାନ୍ଦବାଲି ପୁଲିସ୍‌ର ଚେତା ପଶିଛି । 

ମିତାଙ୍କ ଏତଲାକ୍ରମେ କନ୍‌ଷ୍ଟେବଲ୍‌ ରବୀନ୍ଦ୍ର, ଏଏସ୍‌ଆଇ ନେପାଳ, ହୋମ୍‌ଗାର୍ଡ କିଶୋରଙ୍କ ନାମରେ ମାମଲା ରୁଜୁ ହୋଇଛି । ସେହିଭଳି କନ୍‌ଷ୍ଟେବଲ୍‌ ରବୀନ୍ଦ୍ରଙ୍କ ଏତଲାରେ ମିତାଙ୍କ ନାମରେ ମାମଲା ରୁଜୁ ହୋଇଛି । ବୁଧବାର ସନ୍ଧ୍ୟାରେ ଏସ୍‌ପି ବରୁଣ ଗୁଣ୍ଟୁପାଲି ଘଟଣାରେ ସମ୍ପୃକ୍ତ ୩ ପୁଲିସ କର୍ମଚାରୀଙ୍କୁ ଜିଲ୍ଲା ହେଡକ୍ୱାର୍ଟରକୁ ବଦଳି କରିଛନ୍ତି । ଚାନ୍ଦବାଲି ଥାନାଧିକାରୀ ପଞ୍ଚାନନ ମହାନ୍ତିଙ୍କ ପ୍ରାଥମିକ ରିପୋର୍ଟ ପରେ ଏସ୍‌ପି ତୁରନ୍ତ ସେମାନଙ୍କୁ ଜିଲ୍ଲା ହେଡକ୍ୱାର୍ଟରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀ ଏହାର ତଦନ୍ତ କରିବେ । କନ୍‌ଷ୍ଟେବଲ୍‌ ରବିନ୍ଦ୍ର ସେଠୀ ଦୀର୍ଘଦିନ ହେବ ଚାନ୍ଦବାଲି ଥାନାରେ ଥିବାବେଳେ ଏଏସ୍‌ଆଇ ନେପାଳ ଶାହା ବାସୁଦେବପୁର ଥାନାରୁ ନିର୍ବାଚନ ପୂର୍ବରୁ ଚାନ୍ଦବାଲିକୁ ବଦଳି ହୋଇଥିଲେ । ଚାନ୍ଦବାଲି ଦଳିତ ଆମ୍ବେଦକର ମଞ୍ଚ ପକ୍ଷରୁ ୩ ପୁଲିସ୍‌ କର୍ମଚାରୀଙ୍କ ବିରୋଧରେ ଦୁଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ଦଳିତ ମହାସଂଘ ନେତା ପ୍ରକାଶ ନାୟକ ଓ ଆମ୍ବେଦକର ଦଳିତ ମଞ୍ଚ ନେତା ପ୍ରଫୁଲ୍ଲ ଦାସ ନିରପେକ୍ଷ ତଦନ୍ତ ସହ ସେମାନଙ୍କ ବହିଷ୍କାର ଦାବି କରିଛନ୍ତି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.