ପ୍ରମୂଖ ଖବର
  • ଜୁଲାଇ ୩ରୁ ସିପିଇଟି ପରୀକ୍ଷା, ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ
  • ||
  • ନନ୍ଦନକାନନରେ ଆଖି ବୁଜିଲା ନାଲି ବାଘୁଣୀ 'ସାରା', ବୟସାଧିକ କାରଣରୁ ମୃତ୍ୟୁ
  • ||
  • ଅଷ୍ଟାଦଶ ଲୋକସଭା ଅଧିବେଶନ, ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ
  • ||
  • ଜୁଲାଇ ୯ରୁ ମାଟ୍ରିକ୍‌ ସାର୍ଟିଫିକେଟ୍‌ ବଣ୍ଟନ: ଜୁଲାଇ ୧୨ ରୁ ୨୨ ତାରିଖ ପର୍ଯ୍ୟନ୍ତ ତ୍ରୁଟି ସଂଶୋଧନ ପାଇଁ ଆବେଦନ
  • ||
  • ମାନହାନି ମାମଲା: ରାହୁଲଙ୍କୁ ଜୁଲାଇ ୨ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ
  • ||
  • ଟି-୨୦ ବିଶ୍ବକପ୍ ୨୦୨୪, ଆଫଗାନର ସ୍ବପ୍ନ ଧୂଳିସାତ,ଫାଇନାଲ୍ରେ ଦକ୍ଷିଣ. ଆଫ୍ରିକା
  • ||
  • ଟି-୨୦ ବିଶ୍ୱକପ୍ ସେମି ଟକ୍କର: ଇଂଲଣ୍ଡ- ଭାରତ ମହାମୁକାବିଲା, ବର୍ଷା ସାଜିପାରେ ଖଳନାୟକ
  • ||
  • ଅଣସର ଘରେ ଚାଲିଛି ଗୁପ୍ତ ଉପଚାର, ଆଜି ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ
  • ||
  • ରାଜ୍ୟରେ ବଦଳିଲା ପାଗ: ୪ ଦିନ ଭଲ ବର୍ଷା,୨ ଦିନ ହେବ ପ୍ରବଳ ଛେଚିବ
  • ||

ଡିପ୍‌ଥେରିଆ ନେଲା ଆଉ ଏକ ଜୀବନ, ମୃତ୍ୟୁ ସଂଖ୍ୟା ୬କୁ ବଢ଼ିଲା

ବ୍ରହ୍ମପୁର,୨୦/୦୬:  ଏମ୍‌କେସିଜି ମେଡିକାଲ କଲେଜ ଓ  ହସ୍ପିଟାଲରେ ଚିକିତ୍ସାଧୀନ ଆଉ ଜଣେ  ଡିପ୍‌ଥେରିଆ (କଣ୍ଠ ଆଳତି) ଶିଶୁ ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତକ ଦୀପୁନ୍‌  ମେଲେକା(୧୦) । ଘର କୋରାପୁଟ ଜିଲ୍ଲା  ବନ୍ଧୁଗାଁ ବ୍ଲକ୍‌ କୁମ୍ଭାରୀପୁଟ ଅଞ୍ଚଳର ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି ।  

ଶିଶୁ ବିଭାଗରେ ଅଧୀନରେ  ଥିବା ଏଚ୍‌ଡିୟୁ(ହାଇ ଡିପେଡେନ୍‌ସି  ୟୁନିଟ୍‌)ରେ ଦୀପୁନ୍‌ ଚିକିତ୍ସିତ ହେଉଥିଲେ । ସେ ଗୁରୁତର  ଥିବାବେଳେ କୋରାପୁଟରୁ ତାଙ୍କୁ  ରାୟଗଡ଼ା ଅଣାଯାଇଥିଲା । ଏହାପରେ  ସେଠାରୁ ଏମ୍‌କେସିଜି ସ୍ଥାନାନ୍ତର କରାଯାଇଥିଲା । ପ୍ରଥମେ ପ୍ରତିଶେଧକ  ଇଞ୍ଜେକସନ୍‌ ସହ ଟିକା (ଜୀବାଣୁ  ନାଶକ) ଦେଇ ଚିକିତ୍ସା ଚାଲିଥିଲା ।  

ଏମ୍‌କେସିଜି ଶିଶୁ ବିଭାଗରେ  ମୋଟ ୪ ଜଣ ଡିପେ୍‌ଥରିଆ ଆକ୍ରାନ୍ତ  ଶିଶୁ ଭର୍ତ୍ତି ହୋଇଥିଲେ । ସେମାନଙ୍କ  ମଧ୍ୟରୁ ୩ ଜଣଙ୍କ ସ୍ଥାସ୍ଥ୍ୟ ଅବସ୍ଥା  ଧୀରେଧୀରେ ସୁଧୁରୁଥିବା ଡାକ୍ତର  କହିଛନ୍ତି । ଆକ୍ରନ୍ତଙ୍କ ମଧ୍ୟରୁ ଶିଶୁ  ବିଭାଗରେ ଅଧୀନରେ ଏଚ୍‌ଡିୟୁରେ  ଚିକିତ୍ସିତ ଦୀପୁନଙ୍କ ମୃତ୍ୟୁ ହୋଇଛି । ଦୀପୁନଙ୍କ ମୃତ୍ୟୁ ପରେ  ଡିପ୍‌ଥେରିଆରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି । 

ଗତ ୧୨ ତାରିଖରୁ ୧୭ ତାରିଖ ମଧ୍ୟରେ  ରାୟଗଡ଼ା ଓ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ  ଏମ୍‌କେସିଜିକୁ ୫ ଜଣ ଶିଶୁ ରେଫର୍‌ ହୋଇଥିଲେ ।  ଆକ୍ରାନ୍ତଙ୍କ ବୟସ ୪ରୁ ୧୨ ବର୍ଷ ମଧ୍ୟରେ ରହିଛି ।  ଡିପେ୍‌ଥରିଆ ରୋଗୀଙ୍କ ଚିକିତ୍ସା ପାଇଁ ଶିଶୁ ରୋଗ  ବିଭାଗ ଅଧୀନରେ ସ୍ୱତନ୍ତ୍ର ସଙ୍ଗରୋଧ କକ୍ଷ  କରାଯାଇଛି । ସେଠାରେ ୩ ଜଣ ଆକ୍ରାନ୍ତ ଶିଶୁ  ଚିକିତ୍ସାଧୀନ ଅଛନ୍ତି । 

ସୂଚନାଯୋଗ୍ୟ, ସପ୍ତାହକ ମଧ୍ୟରେ  ଏମ୍‌କେସିଜିରେ ଶିଶୁ ଦୀପୁନଙ୍କୁ ମିଶାଇ ଦୁଇ ଜଣଙ୍କ  ମୃତ୍ୟୁ ହେଲାଣି । ଗତ ୧୨ ତାରିଖରେ ରାୟଗଡ଼ା  ଜିଲ୍ଲାରୁ ଜଣେ ଡିପ୍‌ଥେରିଆ ରୋଗୀଙ୍କ ମଧ୍ୟ ମୃତ୍ୟୁ  ହୋଇଥିଲା । ଏବେ ଆଉ ୩ ଜଣ ରୋଗୀ ଏଠାରେ  ଚିକିତ୍ସାଧୀନ ଥିବା ଶିଶୁ ବିଭାଗ ମୁଖ୍ୟ ନରେନ୍ଦ୍ର  ବେହେରା କହିଛନ୍ତି ।

  • PrameyaOdia
  • prameya
  • Diphtheria
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.