ପ୍ରମୂଖ ଖବର
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ମା'କୁ ଦୁଷ୍କର୍ମ ପରେ ଝିଅକୁ ହତ୍ୟା ଘଟଣା, ବୁଦା ମୂଳରୁ ଅଭିଯୁକ୍ତ ନାବାଳକର ଜେଜେ ମାର ମୃତଦେହ ଠାବ

ଭଦ୍ରକ, ୨୦/୦୬ :  ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ରାଇମଣି ଛକରେ ମାକୁ ଦୁଷ୍କର୍ମ ପରେ ଝିଅକୁ ହତ୍ୟା ଘଟଣା। ଆଜି ପୁଣି ରାଇମଣି ଛକ ନିକଟ ଏକ ବୁଦାରୁ ମିଳିଲା ଅଭିଯୁକ୍ତ ନାବାଳକର ଜେଜେ ମାର ମୃତଦେହ। ସମାନ ଭାବେ ବେକକୁ ଶାଢ଼ୀରେ ଗୁଡାଇ କରାଯାଇଛି ହତ୍ୟା।

ସୂଚନାଯୋଗ୍ୟ ଯେ, ଜଳଙ୍ଗା ଅଞ୍ଚଳର ସୁକାନ୍ତି ମୁଣ୍ଡା, ସ୍ୱାମୀ ରାଜୁ ମୁଣ୍ଡା ଓ ୬ ବର୍ଷୀୟ ଝିଅ ରାଇମଣି ନିକଟରେ ରହି ଦିନ ମଜୁରିଆ କାମ କରୁଥିଲେ। ଗତକାଲି ସକାଳୁ ମା ଓ ଝିଅ ମେଡିକାଲ ଯାଇଥିଲେ। ପରେ ସ୍ଥାନୀୟ ଲୋକେ ମା ସୁକାନ୍ତି ମୁଣ୍ଡାର ମୃତଦେହ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ରାଇମଣି ଛକ ନିକଟରେ ଦେଖିଥିଲେ। ସେହି ସ୍ଥାନରୁ ନାବାଳକକୁ ଦେଖି ସନ୍ଦେହ ହେବାରୁ ଲୋକେ ପୋଲିସକୁ ଖବର ଦେଇଥିଲେ । ତେବେ କିଛି ସମୟ ପରେ ମୃତ ମହିଳାଙ୍କ ୬ ବର୍ଷୀୟ ଝିଅର ମୃତଦେହ ଘଟଣାସ୍ଥଳରୁ ଏକ କିଲୋମିଟର ଦୂରରେ ଥିବା ଏକ ପୋଲ ତଳୁ ରକ୍ତାକ୍ତ ଅବସ୍ଥାରେ ମିଳିଥିଲା । ସ୍ଥାନୀୟ ଲୋକେ ନାବାଳକକୁ ଗୋଡାଇ ଗୋଡାଇ ଧରି ପୋଲିସ ଜିମା ଦେଇଥିଲେ। ମୃତକଙ୍କ ସ୍ୱାମୀଙ୍କ ଅଭିଯୋଗ ଅନୁଯାୟୀ, ନାବାଳକ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିଥିବ ଓ ଝିଅ ଦେଖିଦେବାରୁ ଝିଅକୁ ପଥରରେ ଛେଚି ହତ୍ୟା କରିଥିବ। 

ଆଜି ସକାଳୁ ହତ୍ୟାକାଣ୍ଡ ସ୍ଥଳରୁ କିଛି ଦୂର ଏକ ବୁଦାରୁ ଦୁର୍ଗନ୍ଧ ଆସୁଥିବା ଜାଣି ଲୋକେ ସେଠାକୁ ଯିବାରୁ ସେଠାରୁ ପୁଣି ଏକ ମୃତଦେହ ପଡିଥିବା ଦେଖିଥିଲେ। ମୃତକ ଅଭିଯୁକ୍ତ ନାବାଳକଙ୍କ ଜେଜେ ମା ସୁମତି ମୁଣ୍ଡାଙ୍କର ବୋଲି ଜଣାପଡିଛି । ମୃତ ସୁମତିଙ୍କ ବେକକୁ ଶାଢ଼ୀରେ ଗୁଡାଇ ହତ୍ୟା କରାଯାଇଥିବା ବେଳେ ଶରୀରରେ କ୍ଷତ ଚିହ୍ନ ରହିଛି ଓ ବ୍ୟାଗ ମଧ୍ୟ ପଡିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ନାବାଳକଙ୍କ ସହ ଆଇଙ୍କୁ ଲୋକେ ଦୁଇ ଦିନ ପୂର୍ବରୁ ଦେଖିଥିଲେ। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.