ପ୍ରମୂଖ ଖବର
  • ଜୁଲାଇ ୩ରୁ ସିପିଇଟି ପରୀକ୍ଷା, ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ
  • ||
  • ନନ୍ଦନକାନନରେ ଆଖି ବୁଜିଲା ନାଲି ବାଘୁଣୀ 'ସାରା', ବୟସାଧିକ କାରଣରୁ ମୃତ୍ୟୁ
  • ||
  • ଅଷ୍ଟାଦଶ ଲୋକସଭା ଅଧିବେଶନ, ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ
  • ||
  • ଜୁଲାଇ ୯ରୁ ମାଟ୍ରିକ୍‌ ସାର୍ଟିଫିକେଟ୍‌ ବଣ୍ଟନ: ଜୁଲାଇ ୧୨ ରୁ ୨୨ ତାରିଖ ପର୍ଯ୍ୟନ୍ତ ତ୍ରୁଟି ସଂଶୋଧନ ପାଇଁ ଆବେଦନ
  • ||
  • ମାନହାନି ମାମଲା: ରାହୁଲଙ୍କୁ ଜୁଲାଇ ୨ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ
  • ||
  • ଟି-୨୦ ବିଶ୍ବକପ୍ ୨୦୨୪, ଆଫଗାନର ସ୍ବପ୍ନ ଧୂଳିସାତ,ଫାଇନାଲ୍ରେ ଦକ୍ଷିଣ. ଆଫ୍ରିକା
  • ||
  • ଟି-୨୦ ବିଶ୍ୱକପ୍ ସେମି ଟକ୍କର: ଇଂଲଣ୍ଡ- ଭାରତ ମହାମୁକାବିଲା, ବର୍ଷା ସାଜିପାରେ ଖଳନାୟକ
  • ||
  • ଅଣସର ଘରେ ଚାଲିଛି ଗୁପ୍ତ ଉପଚାର, ଆଜି ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ
  • ||
  • ରାଜ୍ୟରେ ବଦଳିଲା ପାଗ: ୪ ଦିନ ଭଲ ବର୍ଷା,୨ ଦିନ ହେବ ପ୍ରବଳ ଛେଚିବ
  • ||

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡି ଡିପ୍ଲୋମା ଛାତ୍ର ନିଖୋଜ ଘଟଣା, ଉଦ୍ଧାର କାର୍ଯ୍ୟରେ ହେଲିକପ୍ଟର ନିୟୋଜିତ

ଛତ୍ରପୁର, ୨୦/୦୬ : ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡି ଡିପ୍ଲୋମା ଛାତ୍ର ନିଖୋଜ ଘଟଣା। ଉଦ୍ଧାର କାର୍ଯ୍ୟରେ ତଟରକ୍ଷା ବାହିନୀର ହେଲିକପ୍ଟର ନିୟୋଜିତ। ଆକାଶମାର୍ଗରୁ ହେଲିକପ୍ଟର ନିୟୋଜିତ ହୋଇଥିବା ବେଳେ ସମୁଦ୍ର ମଧ୍ୟରେ ଏକ ଲଞ୍ଚ୍ କାର୍ଯ୍ୟରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଉକ୍ତ ଛାତ୍ରର ପତ୍ତା ମିଳିନାହିଁ।

ସୂଚନାନୁଯାୟୀ, କେ. ଆର୍ଯ୍ୟପଲ୍ଲୀ ଗ୍ରାମର ଡିପ୍ଲୋମା ଛାତ୍ର ହେମନ ସେନ ବେହେରା (୨୨ ବର୍ଷ) ବୁଧବାର ଅପରାହ୍ନରେ ୪ ରୁ ୫ ଜଣ ସାଙ୍ଗଙ୍କ ସହ ଆର୍ଯ୍ୟପଲ୍ଲୀ ସମୁଦ୍ରକୁ ଗାଧୋଇବାକୁ ଆସିଥିଲେ। ଉଚ୍ଚ ଜୁଆର ହେଉଥିବାରୁ ଗାଧୋଇବା ବେଳେ ହେମନ ପାଣିରେ ଭାସି ଯାଇଥିଲେ। ତେବେ ତାଙ୍କର ଅନ୍ୟ ସାଙ୍ଗମାନେ ଏଥିରୁ ବର୍ତ୍ତ ଯାଇଥିଲେ। ଘଟଣାର ଖବରପାଇ ଜ଼ିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଅତିରିକ୍ତ ଜ଼ିଲ୍ଲାପାଳ ରାଜସ୍ୱ ଦେବବ୍ରତ ସାହୁ, ଉପଜିଲ୍ଲାପାଳ, ଛତ୍ରପୁର ତହସିଲଦାର, ଛତ୍ରପୁର ଏସଡିପିଓ ଗୌରହରି ସାହୁ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି। ଘଟଣାସ୍ଥଳରେ ଆର୍ଯ୍ୟପଲ୍ଲୀ ଥାନା ଅଧିକାରୀ ବିଦ୍ୟା ଭାରତୀ ନାୟକଙ୍କ ସମେତ ଅଗ୍ନିଶମ ବାହିନୀ, ଓଡ୍ରାଫ୍, ପୁଲିସ, ଓ ତଟସୁରକ୍ଷା ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଗ୍ରାମବାସୀମାନେ ମଧ୍ୟ ଉପସ୍ଥିତ ରହି ସନ୍ଧାନ ଜାରି ରଖିଛନ୍ତି। ସୂଚନାଯୋଗ୍ୟ, କିଛି ମାସ ତଳେ ଏଠାରେ ଦୁଇ ଝିଅ ବୁଡିଯାଇ ପ୍ରାଣ ହରାଇଥିଲେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.