ପ୍ରମୂଖ ଖବର
  • ନାଗପୁର-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା, ୭ ମୃତ, ୩ ଗୁରୁତର...
  • ||
  • ପୁଣି ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ ସିବିଆଇ ସ୍ବତନ୍ତ୍ର କୋର୍ଟ...
  • ||
  • ନିଅଣ୍ଟିଆ ସ୍ଥିତିରେ ହୀରାକୁଦ ଜଳସ୍ତର, ଗତବର୍ଷଠାରୁ ୭ ଫୁଟ୍‌ ପାଣି କମ୍‌
  • ||
  • ୟୁଜିସି ନେଟ୍‌ ତାରିଖ ଘୋଷଣା କଲା ଏନ୍‌ଟିଏ, ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ପରୀକ୍ଷା
  • ||
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ରାଉରକେଲା ସରକାରୀ ଡ଼ାକ୍ତରଖାନାରୁ ନକଲି ଡ଼ାକ୍ତର ଗିରଫ, ପୂର୍ବରୁ ଥରେ ହୋଇଥିଲେ ଗିରଫ

ରାଉରକେଲା, ୨୭/୦୬ : ରୋଗୀଙ୍କ ଜୀବନ ସହ ଖେଳ। ବାରମ୍ବାର ଧରାପଡ଼ି ଜେଲ୍ ଯିବା ସତ୍ତ୍ଵେ ନକଲି ଡାକ୍ତରଙ୍କୁ ମିଳୁଛି ନିଯୁକ୍ତି। ରାଉରକେଲା ସରକାରୀ ଡ଼ାକ୍ତରଖାନାରୁ ପୁଣି ଥରେ ଧରାପଡ଼ିଲେ ନକଲି ଡ଼ାକ୍ତର। ଆରଜିଏଚର ଡାଏଲସିିସ୍ ବିଭାଗରେ ଡ଼ାକ୍ତର ଭାବରେ କାମ କରୁଥିବା ନକଲି ଡ଼ାକ୍ତର ପଦ୍ମନାଭ କାରୁଆ ପୁଣି ଗିରଫ ହୋଇଛନ୍ତି। ତାଙ୍କର ଅସଲି ନାମ ପଦ୍ମନାଭ କାରୁଆ। ହେଲେ ରମେଶ ଚନ୍ଦ୍ର ଝା ନାଁରେ ଡ଼ାକ୍ତର ଭାବରେ ନିଯୁକ୍ତି ପାଇଥିଲେ। ଆଉଟ୍‌ସୋର୍ସିଙ୍କ ସଂସ୍ଥା ରାହୀ ଗତ ଡ଼ିସେମ୍ବର ୨୦୨୩ରୁ ପଦ୍ମନାଭ କାରୁଆଙ୍କୁ ଏହି ନିଯୁକ୍ତି ଦେଇଥିଲା। ଆଉ ଦରମା ବାବଦକୁ ୫୦ ହଜାର ଟଙ୍କା ନେଉଥିଲେ। ଆଉ ଏବେ ଧରାପଡ଼ି ଗିରଫ ହୋଇ ଜେଲ୍ ଯାଇଛନ୍ତି। ପୂର୍ବରୁ ମଧ୍ୟ ସେ ବହୁଥର ଧରାପଡ଼ି ଜେଲ୍ ଯାଇଛନ୍ତି।

ସୂଚନାନୁଯାୟୀ, ପଦ୍ମନାଭ କାରୁଆ ଝାଡ଼ଖଣ୍ଡର ଡ଼ାକ୍ତରୀ ସାର୍ଟିଫିକେଟ‌୍‌ ସହ ରେଜିଷ୍ଟେସନ ନମ୍ବର ଦେଇ ଚାକିରୀ କରୁଥିଲେ। ଏହାରି ଭିତରେ ସେ ବଜାଜ ଫାଇନାନ୍ସରୁ ୧୬ ଲକ୍ଷ ଟଙ୍କା ଋଣ ମଧ୍ୟ ନେଇଛନ୍ତି। ଏହା ପୂର୍ବରୁ ସେ ନକଲି ଡ଼ାକ୍ତରୀ ସାର୍ଟିଫିକେଟ୍ ଦେଇ ରାଉରକେଲା ବନ୍ଦମୁଣ୍ଡା ରେଳବାଇ ହସ୍ପିଟାଲରେ ମଧ୍ୟ ନିଯୁକ୍ତ ହୋଇଥିଲେ। ଧରାପଡ଼ିବା ପରେ ସେଠାରୁ ତଡ଼ା ଖାଇଥିଲେ। ଏହାପରେ ପୁଣି ରାଉରକେଲା ହାଇଟେକ ମେଡ଼ିକାଲରେ ଡ଼ାକ୍ତର ଭାବରେ ନିଯୁକ୍ତ ହୋଇଥିଲେ। ସେଠାରୁ ମଧ୍ୟ ତଡ଼ା ଖାଇଥିଲେ।

ସବୁଠାରୁ ବଡ଼ କଥା ରାଜ୍ୟ ସରକାରଙ୍କ ଅଧିନରେ ଏହି ନକଲି ଡ଼ାକ୍ତର ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏମବିବିଏସ ଡ଼ାକ୍ତର ଭାବରେ ନିଯୁକ୍ତି ପାଇ ୪ ବର୍ଷ ଧରି ଚାକିରି କରିଥିଲେ। ଆଉ ସରକାରଙ୍କ ତହବିଲରୁ ମୋଟ ଅଙ୍କର ଦରମା ନେଇଥିଲେ। ଜଣା ପଡ଼ିବା ପରେ ଗିରଫ ହୋଇ ଜେଲ ଯାଇଥିଲେ ପଦ୍ମନାଭ କାରୁଆ । ତେବେ ଏତେ ଥର ଧରା ପଡ଼ିବା ସତ୍ତ୍ଵେ ଜଣେ ନକଲି ଡ଼ାକ୍ତରଙ୍କୁ କିଭଳି ବାରମ୍ବାର ନିଯୁକ୍ତି ମିଳୁଛି ସେନେଇ ଏବେ ପ୍ରଶ୍ନ ଉଠିଛି। ସୁନ୍ଦରଗଡ଼ ଜିଲ୍ଲା ଡ଼ିଏମଏମ ଫଣ୍ଡ୍‌ରୁ ତାଙ୍କୁ ଡ଼ାକ୍ତର ଭାବରେ ନିଯୁକ୍ତି କରାଯାଇଥିବା ବେଳେ କେମିତି ଜାଣିପାରିଲେ ନାହିଁ ଅଧିକାରୀ ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.