ପ୍ରମୂଖ ଖବର
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ଗୋକୁଳ ମୁଣ୍ଡାରେ ପାଣି ପାଇଁ ମହିଳାଙ୍କ ରାସ୍ତାରୋକ

କାଶୀପୁର, ୯।୬ : କାଶୀପୁର ବ୍ଲକ ଟିକିରି ପଞ୍ଚାୟତ ସଦର ସ୍ଥିତ ଗୋକୁଳମୁଣ୍ଡାସାହିର ମହିଳା ମାନେ ରବିବାର  ସକାଳେ ପିଇବାପାଣିର ସମସ୍ୟା ନେଇ ରାସ୍ତାରୋକ ଆନ୍ଦୋଳନ କରିଥିଲେ ।ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ୧୫ ଦିନ ମଧ୍ୟରେ ସମସ୍ୟା ସୁଧାରିବାର ପ୍ରତିଶ୍ରୁତି ପରେ ରାସ୍ତା ରୋକ ପ୍ରତ୍ୟାହୃତ ହୋଇ ଯାଇଛି ।

ଗୋକୁଳମୁଣ୍ଡାରେ ଆଜକୁ ପ୍ରାୟ ନଅ ମାସ ହେଲା ପାଇପରେ ପାଣିଆସୁ ନ ଥିବାରୁ ହଇରାଣ ହେଉ ଥିବାରଅଭିଯୋଗ କରି ମହିଳା ମାନେଆଜି ରାସ୍ତା ଉପରେ ହାଣ୍ଡି, ଵାଲଟି ରଖି ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ଫଳରେ ଗାଡ଼ି ମୋଟର ଚଳାଚଳରେ ବାଧା ପ୍ରାପ୍ତ ହୋଇ ଥିଲା ।ଖବର ପାଇ ଟିକିରି ଥାନା ପୁଲିସ ସହିତ ସରପଞ୍ଚ ଜଗବନ୍ଧୁ ମାଝୀ ପ୍ରମୁଖସମସ୍ୟା ସମାଧାନ ର ଉଦ୍ୟମ କରିଥିଲେ ।କିନ୍ତୁ ବ୍ଲକ ପ୍ରଶାସନର ପ୍ରତିଶ୍ରୁତି ବିନା ରାସ୍ତା ରୋକ ପ୍ରତ୍ୟାହାର କରିବାକୁ ଆନ୍ଦୋଳନ କାରୀ ମହିଳା ମାନେ ମନା କରିଥିଲେ ।ପରେ କାଶୀପୁର ବିଡ଼ିଓଙ୍କ ନିର୍ଦ୍ଦେଶରେ ଅତିରିକ୍ତ ବିଡ଼ିଓ ପଦ୍ମିନୀ କହଁର ସହିତ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ଙ୍କ ଆଲୋଚନା କରିବା ପରେ ରାସ୍ତା ରୋକ ପ୍ରତ୍ୟାହୃତ ହୋଇଥିଲା ।

ସୂଚନାଯୋଗ୍ୟ, ଗୋକୁଳମୁଣ୍ଡା ସାହିରେ ଥିବା ପ୍ରାୟ ଶହେ ପରିବାର ପାଇଁ ଚାରୋଟି ନଳକୂପ ରହିଛି ।ନଳ କୂପରୁ ପର୍ଯ୍ୟାପ୍ତ ପାଣି ବାହାରୁ ନ ଥିବା ବେଳେ ଉପର ସାହିରେ ନଳକୂପରୁ ଗୋଳିଆ ଦୂଷିତ ପାଣି ବାହାରୁ ଥିବାରୁ ପାନୀୟ ଉପଯୋଗୀ ହୋଇ ପାରୁ ନାହିଁ ।ସେହିପରି ଆଜକୁ ପ୍ରାୟ ନଅ ମାସ ହେଲା ପାଇପ ପାଣିର ସୁବିଧାରୁ ବଞ୍ଚିତ ହୋଇ ଥିବାର ସୁବର୍ଣ୍ଣ ମାଝି, କୁନି ସାହୁ, ବନିତା ସାହୁ, ସିନାରୀ ମାଝୀ,ରୁଷି ଦେଇ ମାଝୀ, ସୀମାଇ ମାଝୀ, ସୁବର୍ଣ୍ଣ ମାଝୀ,ମୁକ୍ତା ମାଝୀପ୍ରମୁଖ କହିଛନ୍ତି ।ଗତ ଦିନରେ ସୋଲାର ପ୍ରକଳ୍ପ ଜରିଆରେ ପ୍ରତ୍ୟେକ ଘରକୁ ଷ୍ଟାଣ୍ଡ ପୋଷ୍ଟ ଜରିଆରେ ପାଇପ ପାଣିଯୋଗାଇ ବାକୁ ବ୍ୟବସ୍ଥା କରାଯାଇ ଥିଲା ।କିଛି ଦିନ ଚାଲିବା ପରେ ସୋଲାର ପ୍ରକଳ୍ପ ଅଚଳ ହୋଇ ପଡିବାରୁ ବିଦ୍ୟୁତ ଚାଳିତ ପମ୍ପ ଜରିଆରେ ଜଳ ଯୋଗାଣ ପାଇଁ ଗାଁ ମୁଣ୍ଡରେ ତିନି ହଜାର ଲିଟର ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ କରାଯାଇଛି ।ପମ୍ପ ହାଉସକୁବିଦ୍ୟୁତ ସଂଯୋଗ ପାଇଁ ତାର ଟଣା ଯାଇଛି ।କିନ୍ତୁ ସାହି ମଝିଦେଇ11କେଭି ବିଦ୍ୟୁତ ତାର ଟଣାହୋଇ ଥିବା ବେଳେ ପବନରେ ଏକ ବିଦ୍ୟୁତ ଖୁଣ୍ଟ ଦୋହଲୁ ଥିବାରୁ ସାହି ବାସିନ୍ଦା ବିପଦର ଆଶଙ୍କା କରୁ ଛନ୍ତି । ବିଦ୍ୟୁତ ତାରକୁ ଅନ୍ୟତ୍ର ଘୁଞ୍ଚାଇବା ପାଇଁ ନିରଞ୍ଜନ ସାହୁ, ଲୋଚନ ମାଝୀ, ସିଲ ମାଝୀ ସହିତ ଅନ୍ୟମାନେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.