ପ୍ରମୂଖ ଖବର
  • ଭୁବନେଶ୍ଵର : ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ, ୱେବସାଇଟରୁ ମିଳିବ ଡିଜିଟାଲ ସାର୍ଟିଫିକେଟ
  • ||
  • ଭୁବନେଶ୍ଵର : ବାଚସ୍ପତି ପ୍ରାର୍ଥୀ ହେଲେ ସୁରମା ପାଢୀ, ଭରିଲେ ନାମାଙ୍କନ ପତ୍ର
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ବିଳମ୍ବ, ବିବାଦ ଯୋଗୁଁ ଅଟକିଛି ନୀତିକାନ୍ତି
  • ||
  • ଭୁବନେଶ୍ଵର : ବୁଧବାର ରାଜ୍ୟରେ ଛେଚିବ ବର୍ଷା, ୨୦ ସୁଦ୍ଧା ଅଧା ଓଡ଼ିଶା ଛୁଇଁବ ମୌସୁମୀ
  • ||
  • ଡ୍ରେନ୍‌ରେ ପଡ଼ି ନାବାଳକଙ୍କ ମୃତ୍ୟୁ ଘଟଣା : ମୁକୁଳା ଡ୍ରେନ୍‌ର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ, ୭ ଦିନ ଭିତରେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||

ଟ୍ରାକ୍ଟର ତଳେ ଚାପି ହୋଇ ଡ୍ରାଇଭର ମୃତ

କାଶୀପୁର, ୧୫।୬ : କାଶୀପୁର ବ୍ଲକ ହାଡ଼ିଗୁଡ଼ା ପଞ୍ଚାୟତ ଶିରିଗୁଡ଼ା ଗ୍ରାମ ନିକଟରେ ଶୁକ୍ରବାର ରାତିରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିବାରୁ ଚାଳକର ମୃତ୍ୟୁ ହୋଇଛି । ମୃତ ଗାଡ଼ି ଚାଳକ ଜଣକ ଗୋରଖପୁର ପଞ୍ଚାୟତ କାହ୍ନୁଗୁଡ଼ା ଗ୍ରାମର ଭରତ ମାଝୀ ।

ଭରତ ମାଝୀ କାହ୍ନୁଗୁଡ଼ା ବ୍ରିଜରେ କାମ କରୁଥିବା ଠିକାଦାର ଟୁକୁନା ଚୌଧୁରୀଙ୍କ  ଟ୍ରାକ୍ଟରରେ  ଡ୍ରାଇଭର ଭାବେ କାମ କରୁଥିଲେ ।ଗତକାଲି ରାତିରେ ଭରତ କୌଣସି କାମରେ ଟ୍ରାକ୍ଟର ଧରି ନିକଟସ୍ଥ ଶିରିଗୁଡ଼ା ଗ୍ରାମକୁ ଯାଇ ଥିଲେ । ରାତିରେ ଫେରୁ ଥିବା ସମୟରେ ଦୁର୍ଘଟଣାରୁ ତାଙ୍କ ମୃତ୍ୟୁ ହୋଇଥିଲା ।ହଠାତ ଟ୍ରାକ୍ଟର ଇଞ୍ଜିନ ଓଲଟି ପଡିବାରୁ ତଳେ ଚାପି ହୋଇ ପ୍ରାଣ ହରାଇଥିଲେ । ଦୁର୍ଘଟଣାର ସୂଚନା ପାଇ ଆଜି ସକାଳେ ଦୋରାଗୁଡ଼ା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ସହ ଗ୍ରାମବାସୀ ମାନେ ଶବ ଉଠାଇ ବାକୁ ମନା କରି ଥିଲେ। ଦୋରାଗୁଡ଼ା ଥାନା ଅଧିକାରୀ କିରଣ ବାଳାସାମଲ, ଆଦିବାସୀ ସମାଜର ମୁଖିଆ ମାନେ ଲୋକଙ୍କୁ ବୁଝାସୁଝା  କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.