ପ୍ରମୂଖ ଖବର

ବାଇକ ଦୁର୍ଘଟଣା ଦୁଇ ମୃତ, ତିନି ଆହତ

କାଶୀପୁର ୧୦/୦୫: କାଶୀପୁର ବ୍ଲକ କୁଚେଇପଦର ଗ୍ରାମ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଆହତ ହୋଇଛନ୍ତି । ମୃତାହତ ସମସ୍ତେ ନାବାଳକ ବୋଲି ଜଣା ଯାଇଛି । ଦୁର୍ଘଟଣାରେ କୁଚେଇପଦର ପଞ୍ଚାୟତ ଅନ୍ତର୍ଗତ ଡ଼ି କରଳ ଗ୍ରାମର ଆଲାରାମ ଭତ୍ରା ପୁଅ ସ୍ନେହାଶିଷ ଭତ୍ରା ଏବଂ ରାଜି ନାଏକ ପୁଅ ସାହିଲ ନାଏକଙ୍କ ମୃତ୍ୟୁ ହୋଇଛି । ଆହତ ତିନି ଜଣଙ୍କୁ ଉଦ୍ଧାର କରି ଓଷାପଡ଼ା ସ୍ଥିତ ଉତ୍କଳ ହସ୍ପିଟାଲରେ ଚିକିତ୍ସା କରାଯାଇଛି । ଏହି ଘଟଣାରେ ଡ଼ି କରଳ ଗ୍ରାମରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି । 

ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ପାଞ୍ଚ ଜଣ ନାବାଳକ ଦୁଇଟି ବାଇକ ଧରି ବୁଲିବାକୁ ବାହାରି ଥିଲେ । ଓଭର ଟେକ କଲା ବେଳେ ଦୁଇଟି ବାଇକ ମଧ୍ୟରେ ଧକ୍କା ହୋଇଥିବା ଜଣା ଯାଇଛି । ଧକ୍କା ଫଳରେ ବାଇକ ସହ ତିନି ଜଣ ରାସ୍ତା କଡର ଗଭୀର ଖାଲରେ ଖସି ପଡିଥିଲେ । ଗୁରୁତର ଅବସ୍ଥାରେ ଉଦ୍ଧାର କରି ଓଷା ପଡ଼ା ହସ୍ପିଟାଲକୁ ନିଆ ଯାଇଥିଲା । କିନ୍ତୁ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.