ନୀଳଗିରି, ୨୨/୦୬ : ନୀଳଗିରିରେ ମହାଆଡ଼ମ୍ବରରେ ଚାଲିଛି ଦେବସ୍ନାନ ପୂର୍ଣ୍ଣିମା। ସକାଳେ ଦ୍ଵାରଫିଟା ନୀତି ପୂଜା ସରିବା ପରେ ସେନାପଟା ନୀତିପୂଜା, ମଙ୍ଗଳାର୍ପଣ, ରାଜନୀତି ବନ୍ଦାପନା ନୀତି ସମାପନ ହୋଇଥିଲା।
ରାଜା ଜୟନ୍ତ ଚନ୍ଦ୍ର ମର୍ଦରାଜ ହରିଚନ୍ଦନ ରାଜପ୍ରାସାଦରୁ ଆସି ପୂଜାର୍ଚ୍ଚନା କରି ତିନିଠାକୁରଙ୍କୁ ବନ୍ଦାପନା କରିବା ପରେ ଛେରାପହଁରା କରି ଚତୁର୍ଦ୍ଧାମୂର୍ତିଙ୍କୁ ସ୍ନାନ ମଣ୍ଡପକୁ ପାଛୋଟି ନେଇଥିଲେ। ଏହାପରେ ମଙ୍ଗଳ ଆଳତୀ, ଅବକାସ ସୂର୍ଯ୍ୟପୂଜା, ରୋଷହୋମ ପରେ ୧୦୮ ସୁବାସିତ ଜଳରେ ମହାସ୍ନାନ କରିଛନ୍ତି ମହାପ୍ରଭୁ।
ସକାଳଧୂପ ପୂଜା ପରେ ତିନିଠାକୁର ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ସନ୍ଧ୍ୟାରେ ସାନ୍ଧ୍ୟା ଆଳତୀ, ଦକ୍ଷିଣ ଆଳତୀ ପରେ ଅଣସର ଘରକୁ ରାତ୍ରରେ ତିନିଠାକୁର ପହଣ୍ଡି ବିଜେ କରିବେ।