ପ୍ରମୂଖ ଖବର
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ଜଳ ପ୍ରପାତରେ ବୁଡ଼ି ଯୁବକ ନିଖୋଜ, ଅଗ୍ନିଶମବାହିନୀର ଉଦ୍ଧାର କାର୍ଯ୍ୟ ଜାରି

ରାୟଗଡା, ୭/୬ :  ଜଳ ପ୍ରପାତରେ ଗାଧୋଉଥିବାବେଳେ ପାଣିରେ ବୁଡ଼ି ଜଣେ ଯୁବକ ନିଖୋଜ । ରାୟଗଡ଼ା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ଚାଟିକଣା ନିକଟ ନିୟମଗିରି ପାହାଡ଼ ଉପରେ ଥିବା ଜଳ ପ୍ରାପାତରେ ଗାଧୋଉଥିବା ବେଳେ ଗୋଡ଼ ଖସି ଯିବାରୁ ଘଟିଛି ଏହି ଅଘଟଣ । 

ନିଖୋଜ ଯୁବକ ଜଣକ ଗୁଣୁପୁର ଅଞ୍ଚଳର ପୁଲିସ କନଷ୍ଟେବଳ ସଂଶୟ ମିଶ୍ରଙ୍କ ସାନ ପୁଅ ସୋରଜ ମିଶ୍ର ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ବିଷମ କଟକ ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ସରୋଜ ଆଜି ସାଙ୍ଗମାନଙ୍କ ସହ ମିଶି ନିଜ ମାମୁଁ ଘରକୁ ଆସି ନିୟମଗିରିର ଜଳ ପ୍ରପାତକୁ ବୁଲିବାକୁ ଯାଇଥିବାବେଳେ ଘଟିଛି ଏହି ଦୁର୍ଘଟଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.