ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

୨ ପୃଥକ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ: ଟ୍ରକ୍ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ, ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକ ମୃତ

ବ୍ରହ୍ମପୁର,୦୨/୦୯ : ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ଚାଲିଗଲା ତିନିଜଣଙ୍କ ଜୀବନ । ବ୍ରହ୍ମପୁରର ଲାଞ୍ଜିପଲ୍ଲୀ ଏନଏଚ ଦୁର୍ଘଟଣାରେ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ଦୁର୍ଗା ପ୍ରସାଦ ମିଶ୍ର,ଚିନ୍ମୟ ରାଣୀ ମିଶ୍ର ବୋଲି ଜଣାପଡ଼ିଛି । ଅନ୍ୟପଟେ ବ୍ରହ୍ମପୁର ବ୍ଲକ୍ ଅନ୍ତର୍ଗତ ଗୋସାଇଁନୂଆଗାଁ ଅଞ୍ଚଳରେ ସଡ଼କ ଦୁର୍ଘଟଣା ଘଟି ଆଉ ଜଣଙ୍କ ମୃତ୍ୟୁ ଘଟିଛି । ମୃତଙ୍କ ପରିଚୟ ଅସ୍ପଷ୍ଟ ରହିଛି । 

ସୂଚନା ଅନୁଯାୟୀ, ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ଚାଲିଗଲା ୩ଜଣଙ୍କ ଜୀବନ । ପ୍ରଥମ ଦୁର୍ଘଟଣାଟି ଲାଞ୍ଜିପଲ୍ଲୀ ଏନଏଚରେ ହୋଇଛି । ଦୁର୍ଗା ପ୍ରସାଦ ମିଶ୍ର ଏବଂ ତାଙ୍କ ପତ୍ନୀ ଚିନ୍ମୟ ରାଣୀ ମିଶ୍ର କନିସିରୁ ବ୍ରହ୍ମପୁର ଅଭିମୁଖେ ବାଇକ ଯୋଗେ ଆସୁଥିଲେ । ଏହି ସମୟରେ ଲାଞ୍ଜିପଲ୍ଲୀ ନିକଟରେ ବାଇକ୍କୁ ପଛ ପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସ୍ତ୍ରୀ ଚିନ୍ମୟ ରାଣୀଙ୍କ ମୃତ୍ୟୁ ହୋଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ଦୁର୍ଗା ପ୍ରସାଦଙ୍କୁ ବଡ଼ ମେଡିକାଲ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଦୁର୍ଘଟଣାକୁ ନେଇ ଉତ୍ୟକ୍ତ ଲୋକେ ବହୁ ସମୟ ଧରି ବିଳମ୍ବିତ ରାତି ପର୍ଯ୍ୟନ୍ତ ରାସ୍ତାରୋକ କରିଥିଲେ । ଏକ ଫ୍ଲାଇ ଓଭର ବ୍ରିଜର ନିର୍ମାଣ ଦାବୀ ନେଇ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟଲୋକେ । ଘଟଣାସ୍ଥଳରେ ବୈଦ୍ୟନାଥପୁର ପୁଲିସ, ଟ୍ରାଫିକ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା। ସେପଟେ ଟ୍ରକ ଡ୍ରାଇଭରକୁ ପୁଲିସ ଅଟକ ରଖି ଅଧିକ ତଦନ୍ତ କରୁଛି ।

ଅନ୍ୟପଟେ ବ୍ରହ୍ମପୁର ବ୍ଲକ୍ ଅନ୍ତର୍ଗତ ଗୋସାଇଁନୂଆଗାଁ ଅଞ୍ଚଳରେ ଘଟିଛି ଆଉ ଏକ ସଡ଼କ ଦୁର୍ଘଟଣା । ବାଇକ ଯୋଗେ ଆସୁଥିବା ବେଳେ ଦୁର୍ଘଟଣା ଘଟି ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଛି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.