ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚଡ଼ି ଗ୍ୟାଙ୍ଗ୍‌ର ୧୧ ଜଣଙ୍କୁ ୯ ମାସ ଜେଲ୍‌ ଦଣ୍ଡ

ଭୁବନେଶ୍ୱର, ୧୫।୫: ଭୁବନେଶ୍ୱର ଜେଏମ୍‌ଏଫ୍‌ସି ପାୟଲ ଗୁପ୍ତା ଚଡ଼ି ଗ୍ୟାଙ୍ଗ୍‌ର ୧୧ ଜଣଙ୍କୁ ମଙ୍ଗଳବାର ପ୍ରତ୍ୟେକଙ୍କୁ ୯ ମାସ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି । ମାମଲାରୁ ପ୍ରକାଶ, ଗତବର୍ଷ ମେ’ମାସ ୧୫ ତାରିଖରେ ତମାଣ୍ଡୋ ଥାନା ବିଜିପୁର ଗ୍ରାମର ଜଣେ ମହିଳାଙ୍କ ଘରୁ ଚୋରି ହୋଇଥିଲା । ଏ ନେଇ ମହିଳା ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଥାନାରେ ଏକ ମାମଲା (ନଂ-୧୩୨/୨୩) ରୁଜୁ କରିଥିଲା । ଥାନା ଏସ୍‌ଆଇ ସଞ୍ଜିତ ବେହେରା ଏହାର ତଦନ୍ତ ଭାର ନେଇଥିଲେ । 

ତେବେ ଏହି ଚୋରିରେ ସଂପୃକ୍ତ ଚଡ଼ି ଗ୍ୟାଙ୍ଗ୍‌ର ୧୧ ଜଣଙ୍କୁ ଧଉଳି ଥାନା ପୁଲିସ ଗିରଫ କରି ଜେଲ୍‌ ପଠାଇଥିଲା । ଧଉଳି ଥାନା କେସ୍‌ ନଂ-୧୨୩/୨୩ରେ ଥାନା ଏସ୍‌ଆଇ ସନ୍ତୋଷ ବଳ ଏହି ୧୧ ଜଣିଆ ଚୋର ଦଳଙ୍କୁ ଗିରଫ କରି ଜେଲ୍‌ ପଠାଇଥିଲେ । ତମାଣ୍ଡୋ ଥାନା ପୁଲିସ ଏହି ଗ୍ୟାଙ୍ଗକୁ ରିମାଣ୍ଡରେ ନେଇଥିଲା । ତମାଣ୍ଡୋ ଥାନା କେସ୍‌ରେ ୧୩ ଜଣ ସାକ୍ଷୀ ଓ ବିଭିନ୍ନ ଦସ୍ତାବିଜ୍‌ ଆଧାରରେ ଅଦାଲତ ଆଜି ୧୧ ଜଣିଆ ଚଡ଼ି ଗ୍ୟାଙ୍ଗକୁ ଦୋଷୀ ସାବ୍ୟସ୍ତ କରିବା ସହ ୯ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ମାମଲାକୁ ଏପିପି ବିଜୟ କୁମାର ବାରିକ ଓ ବିଜନ ବିହାରୀ କର ପରିଚାଳନା କରୁଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.