ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ନାବାଳିକାକୁ ଯୌନ ନିର୍ଯାତନା ମାମଲା, ୧୭ ପର୍ଯ୍ୟନ୍ତ ୟେଦୁରପ୍ପା ହୋଇ ପାରିବେନି ଗିରଫ

ନୂଆଦିଲ୍ଲୀ,୧୫/୬:  ‌ଶିଶୁ ଯୌନ ନିର୍ଯାତନା ମାମଲାରେ ବିଚାରଣ ସାମ୍ନା କରୁଥିବା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଆସନ୍ତା ଜୁନ୍‌ ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ପର୍ଯ୍ୟନ୍ତ ୟେଦୁରପ୍ପା ଗିରଫ ହୋଇପାରିବେନି ବୋଲି ହାଇକୋର୍ଟ କହିଛନ୍ତି। ତେବେ  ୟେଦୁରପ୍ପାଙ୍କ ଆଗୁଆ ଜାମିନ ଆବେଦନ ଉପରେ ଶୁଣାଣି ସମୟରେ ଜଷ୍ଟିସ ଏସ୍‌ କ୍ରୀଷ୍ଣା ଦିକ୍ଷିତ ୟେଦୁରପ୍ପାଙ୍କ ଗିରଫ ଆବଶ୍ୟକତା ଉପରେ ପ୍ରଶ୍ନ କରିଥିଲେ ଯାହାର ଉତ୍ତରରେ  ସେ କହିଥିଲେ ଯେ, ସେ କୌଣସି ମାମୁଲି ବ୍ୟକ୍ତି ନୁହନ୍ତି ଯେ ଦେଶ ଛାଡ଼ି ପଳାଇବେ। ‌ ପୋକ୍‌ସୋ ମାମଲାରେ ଗତକାଲି ୟେଦୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିବା ବେଳେ ଆଜି କୋର୍ଟ ୟେଦୁରପ୍ପାଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ୟେଦୁରପ୍ପାଙ୍କ ବିରୋଧରେ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ମହିଳାଙ୍କ ଅଭିଯୋଗ ଅନୁଯାୟୀ ଚଳିତ ବର୍ଷ ଫେବୃଆରିରେ ୟେଦୁରପ୍ପା ତାଙ୍କ ବେଙ୍ଗାଲୁରୁ ସ୍ଥିତ ଡଲାର୍ସ କଲୋନି ବାସଭବନରେ ତାଙ୍କ ୧୭ ବର୍ଷୀୟ ନାବାଳିକା ଝିଅକୁ ଯୌନ ନିର୍ଯାତନା ଦେଇଥିଲେ। ଏନେଇ ୟେଦୁରପ୍ପାଙ୍କ ବିରୋଧରେ ପୋକ୍‌ସୋ ଏବଂ ଆଇପିସିର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଧାରା ଅଧୀନରେ ମାମଲା ରୁଜୁ ହୋଇଛି। ଉଲ୍ଲେଖଯୋଗ୍ୟ, ୟେଦୁରପ୍ପା ଏହି ମାମଲାରେ ଆଗୁଆ ଜାମିନ ପାଇଁ ଆବେଦନ କରିବା ସହ ତାଙ୍କ ବିରୋଧରେ ଏହି ମାମଲାରେ ରୁଜୁ କରାଯାଇଥିଲା। ୟେଦୁରପ୍ପା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିବା ସହ ଏହି ‘ଷଡ଼୍‌ଯନ୍ତ୍ର’ର ଆଇନଗତ ମୁକାବିଲା କରିବେ ବୋଲି କହିଛନ୍ତି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.