ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ମହଙ୍ଗା ପଡ଼ିଲା ଆରଜେଡି ପ୍ରୀତି ! ଜେଡିୟୁ ବିଧାୟିକାଙ୍କ ସ୍ବାମୀକୁ ବାନ୍ଧିଲା ପୋଲିସ

Published By : Tapas Panda | February 12, 2024 10:10 PM

Image Courtesy: aajtak

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଫ୍ଲୋର ଟେଷ୍ଟରେ ପାସ କରିବା ପରେ ମଧ୍ୟ ରାଜ୍ୟ ରାଜନୀତିରେ ହଟଚମଟ ଜାରି ରହିଛି । ଆରଜେଡି ନେତା ଜେଡିୟୁକୁ ଭାଙ୍ଗିବା ଲାଗି ୧୦ କୋଟି ଲେଖାଏଁ ଅଫର କରିଥିବା ନେଇ ଅଭିଯୋଗ ହୋଇଛି । ଏହାରି ମଧ୍ୟରେ ଜେଡିୟୁ ବିଧାୟିକା ବୀମା ଭାରତୀଙ୍କ ସ୍ବାମୀଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

 ବୀମାଙ୍କ ସ୍ବାମୀ ଅବଧେଶ ମଣ୍ଡଳଙ୍କୁ ପୋଲିସ ଆର୍ମ ଆକ୍ଟ (ବେଆଇନ୍‌ ଯୁଦ୍ଧାସ୍ତ୍ର ରଖିବା)ରେ ଗିରଫ କରିଛି ପୋଲିସ । ଫ୍ଲୋର ଟେଷ୍ଟ ପୂର୍ବରୁ ଯେଉଁ ୫ ଜେଡିୟୁ ବିଧାୟକଙ୍କ ପତ୍ତା ମିଳୁନଥିଲା, ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ବୀମା ଭାରତୀ । ସେମାନଙ୍କୁ ସଂପର୍କ କରିବାକୁ ଚେଷ୍ଟା କରିଥିଲେ ବି କୌଣସି ଖୋଜ ଖବର ମିଳିନଥିଲା । ଏପରିକି ସେମାନେ ଆରଜେଡି ସହ ହାତ ମିଳାଇପାରନ୍ତି ବୋଲି ମଧ୍ୟ ଆଶଙ୍କା ପ୍ରକାଶ ପାଇଥିଲା ।

 ବିହାର ବିଧାନସଭାରେ ନୀତୀଶ କୁମାରଙ୍କ ଫ୍ଲୋର ଟେଷ୍ଟ ପୂର୍ବରୁ ବୀମା ଭାରତୀ ତାଙ୍କ ବିରୋଧରେ ଅସହଯୋଗ କରିପାରନ୍ତି ବୋଲି କୁହାଯାଉଥିଲା ।  ଆରଜେଡି, ଏନଡିଏର ୮ ବିଧାୟକଙ୍କୁ ନେଇ ନୀତୀଶଙ୍କୁ ଚକ୍‌ମା ଦେବାକୁ ଚେଷ୍ଟା କରିଥିଲା । ଏହି ୮ ବିଧାୟକଙ୍କ ମଧ୍ୟରେ ଜେଡିୟୁର ୫ ଏବଂ ବିଜେପିର ୩ ବିଧାୟକ ସାମିଲ ଥିଲେ । ଜେଡିୟୁର ୫ ଜଣ ବିଧାୟକଙ୍କ ମଧ୍ୟରେ ବୀମା ଭାରତୀ, ମନୋଜ ଯାଦବ, ସୁଦର୍ଶନ, ଡା. ସଞ୍ଜୀବ ଏବଂ ଦିଲୀପ ରାୟ ସାମିଲ ଥିଲେ। ବିଜେପି ବିଧାୟକଙ୍କ ମଧ୍ୟରେ ରଶ୍ମୀ ବର୍ମା, ଭାଗିରଥୀ ଦେବୀ ଏବଂ ମିଶ୍ରିଲାଲ ଯାଦବ ରହିଥିଲେ । ହେଲେ ରିବାବାର ରାତିରେ ଏନଡିଏ ସରକାର ବଞ୍ଚାଇବା ଲାଗି ଅପରେସନ୍‌ ଆରମ୍ଭ କରିଥିଲା । ଆଉ ସକାଳ ସୁଦ୍ଧା ୩ ଜଣ ବିଧାୟକଙ୍କୁ ଖୋଜି ବାହାର କରିଥିଲା । 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.