ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ବିଶ୍ବରେ ପ୍ରଥମ ଘଟଣା, ବାର୍ଡ ଫ୍ଲୁରେ ସଂକ୍ରିମତ ବ୍ୟକ୍ତିଙ୍କ ମୃତ୍ୟୁ

ମେକ୍ସିକୋ ସିଟି: ବାର୍ଡ ଫ୍ଲୁ ସଂକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ଖବର ଏବେ ସମଗ୍ର ବିଶ୍ବରେ ଆଲୋଡନ ସୃଷ୍ଟି କରିଛି । ବାର୍ଡ ଫ୍ଲୁରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ସ୍ପଷ୍ଟ କରିଛି । ମିଳିଥିବା ସୂଚନା ଅନୁସାରେ, ମେକ୍ସିକୋରୁ ଏହି ମାମଲା ଆସିଥିବା ବେଳେ ମୃତ ବ୍ୟକ୍ତିଙ୍କ ଶରୀରରେ ଏକାଧିକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଜଟିଳତା ରହିଥିଲା । ହେଲେ ସେ କେଉଁ ପରିସ୍ଥିତିରେ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଥିଲେ ତାହା ଜଣାପଡ଼ି ନାହିଁ । ସେପଟେ ବାର୍ଡ ଫ୍ଲୁକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । 

WHO ପକ୍ଷରୁ କୁହାଯାଇଛି ଯେ, ମୃତ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ଏକାଧିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିଲେ। ମୃତ ବ୍ୟକ୍ତିଙ୍କୁ ମଧ୍ୟ ୫୯ ବର୍ଷ ହୋଇଥିଲା। ସେ ଏପ୍ରିଲରେ ମେକ୍ସିକୋ ସିଟିର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ଜ୍ୱର, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା, ଝାଡ଼ା, ବାନ୍ତି ଏବଂ ସାଧାରଣ ଅସୁସ୍ଥତା ରହିଥିଲା। ଲ୍ୟାବରେ ପରୀକ୍ଷଣ ପରେ ତାଙ୍କ ଶରୀରରେ  A(H5N2) ଭୂତାଣୁ ଚିହ୍ନଟ ହୋଇଥିଲା। ପୂର୍ବରୁ ଏପରି କୌଣସି ବ୍ୟକ୍ତିଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇନଥିଲା, ଏହା ପ୍ରଥମ ମାମଲା ।

ସବୁଠାରୁ ବଡ଼ କଥା ହେଉଛି, ମୃତକ କୁକୁଡ଼ା କିମ୍ବା ଅନ୍ୟ ପ୍ରାଣୀମାନଙ୍କ ସଂସ୍ପର୍ଶରେ ଆସିଥିବାର କୌଣସି ସୂଚନା ନାହିଁ। ତଥାପି ତାଙ୍କୁ ଭୂତାଣୁ କିପରି ସଂକ୍ରମିତ କଲା ତାହା ଆଶ୍ଚର୍ଯ୍ୟ କରିଛି ବୋଲି WHO ପକ୍ଷରୁ କୁହାଯାଇଛି  । ମେକ୍ସିକୋର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ମୃତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟକୁ ନେଇ ରିପୋର୍ଟ ଦେଇଛି । ତାଙ୍କର କ୍ରନିକ୍ କିଡନୀ ରୋଗ ଏବଂ ଟାଇପ୍-୨ ଡାଇବେଟିସ ଥିଲା ବୋଲି ମେକ୍ସିକୋ ସ୍ୱାସ୍ଥ୍ୟ ମନ୍ତ୍ରଳୟ କହିଛି। ସେପଟେ ବୈଜ୍ଞାନିକମାନେ ଅନୁସାରେ, ଏହି ମାମଲା ଆମେରିକାରେ ତିନି ଜଣ ପଶୁ ପାଳକଙ୍କୁ ସଂକ୍ରମିତ କରିଥିବା H5N1 ବାର୍ଡ ଫ୍ଲୁ ସହ କୌଣସି ସଂପର୍କ ନାହିଁ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.