ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଚୀନ୍ ଦୋହରାଇଲା ଗଲଓ୍ବାନ ଭଳି ଘଟଣା, ପଡୋଶୀ ଦେଶର ସୈନିକଙ୍କୁ ଛୁରୀ-କୁରାଢୀରେ କଲା ଆକ୍ରମଣ

ନୂଆଦିଲ୍ଲୀ,୨୦।୬: ଚୀନ୍‌ର ବିସ୍ତାରବାଦୀ ନୀତିକୁ ସମ‌ସ୍ତେ ଖୁବ୍ ଭଲ ଭାବରେ ଜାଣନ୍ତି। ଅନ୍ୟ ଦେଶର ଜମି ଉପରେ ସବୁବେଳେ ଖରାପ ନଜର ରଖୁଥିବାର ଚୀନ୍‌ ଏବେ ଗଲଓ୍ବାନ ଘାଟି ଭଳି ଘଟଣାର କରିଛି ପୁନଃରାବୃତ୍ତି। ତେବେ ଏହି ଲଢେଇ ଭାରତ ସହ ନୁହେଁ ଆଉ ଏକ ପଡୋଶୀ ଦେଶ ଫିଲିପାଇନ୍ସ ସହ କରିଛି। ଡ୍ରାଗନର ସୈନିକ ଫିଲିପାଇନ୍ସ ସେନା ଉପରେ ଛୁରୀ ଓ କୁରାଢିରେ କରିଛି ଆକ୍ରମଣ। ଆଉ ଏହି ଲଢେଇ ଦକ୍ଷିଣ ଚୀନ୍ ସାଗର ମଧ୍ୟରେ ହୋଇଛି। ସଂଘର୍ଷ ବେଳର ଏକ ଭିଡିଓ ମଧ୍ୟ ଦେଖିବାକୁ ମିଳିଛି। ଫିଲିପାଇନ୍ସ ଅଧିକାରୀ ଚୀନ୍‌କୁ ଟାର୍ଗେଟ କରି କହିଛନ୍ତି, ଏହା ସମୁଦ୍ର ଲୁଟ୍। ଭିଡିଓରେ ଚୀନ୍ ସୈନିକ ଲୁଟପାଟ୍ କରୁଥିବାର ଦେଖିବାକୁ ମିଳିଛନ୍ତି। ସେମାନେ ଫିଲିପାଇନ୍ସ  ସୈନିକଙ୍କ ଉପରେ ଛୁରୀ ଓ କୁରାଢିରେ ଆକ୍ରମଣ କରିଛନ୍ତି।

ବୁଧବାର ଫିଲିପାଇନ୍ସର ସେନା ମୁଖ୍ୟ ଦାବି କରିଛନ୍ତି ଯେ, ଚୀନ୍ ବିବାଦୀୟ ଉପକୂଳବର୍ତ୍ତୀ ଅଞ୍ଚଳରେ ଚୀନ୍ ତଟରକ୍ଷୀଙ୍କ ଦ୍ବାରା ଜବତ କରାଯାଇଥିବା ହତିଆର ଓ ଉପକରଣ ଫେରାଇ ଦେଇଛନ୍ତି ତଥା ଆକ୍ରମଣରେ ହୋଇଥିବା କ୍ଷତି ଭରଣା କରନ୍ତୁ। ସେ ଏହି ଆକ୍ରମଣର ତୁଳନା ଦକ୍ଷିଣ ଚୀନ୍‌ ସାଗରରେ ସମୁଦ୍ର ଲୁଟ୍‌ ଘଟଣା କରିଥିଲେ। ଫିଲିପାଇନ୍ସର ଅଧିକାରୀଙ୍କ କହିବା ଅନୁସାରେ, ସୋମବାର ୮ରୁ ଅଧିକ ମୋଟରବୋଟ୍‌ ଉପରେ ସବାଚ ଚୀନ୍ ତଟରକ୍ଷୀ କର୍ମୀ ଫିଲିପାଇନ୍ସ ନୌସେନାର ଦୁଇଟି ନୌକାକୁ ବାରମ୍ବାର ଧକ୍କା ମାରିଥିଲେ ଓ ତା ଉପରେ ଚଢି ଯାଇଥିଲେ।

ଫିଲିପାଇନ୍ସ ଅଧିକାରୀଙ୍କ କହିବା ଅନୁସାରେ, ଚୀନ୍ ତଟରକ୍ଷୀ ବାହିନୀ ଫିଲିପାଇନ୍ସ ନୌସେନା କର୍ମଚାରୀଙ୍କୁ ଦକ୍ଷିଣ ଚୀନ୍ ସାଗରରେ ନିଜ ଜାହାଜରେ ରୋକି ଦେଇଥିଲେ। ଏହି କ୍ଷେତ୍ରକୁ ଚୀନ୍ ନିଜର ବୋଲି ଦାବି କରି ଆସୁଛି। ଚୀନ୍ ସୈନିକ ପ୍ରଥମେ ଫିଲିପାଇନ୍ସ ସୈନିକଙ୍କୁ ଜାହାଜରେ ଧକ୍କା ମାରିଥିଲେ ଓ ପରେ ଅସ୍ତ୍ରରେ ଆକ୍ରମଣ କରି ତାଙ୍କ ଜାହାଜକୁ ଡେଇଁ ପଡିଥିଲେ। ଭିଡିଓରେ ଦେଖିପାରିବେ ଯେ, ଚୀନ୍ ସୈନିକ ଏହି ସମୟରେ ଫିଲିପାଇନ୍ସ ସୈନିକଙ୍କ ଉପରେ ଆକମଣ କରିଥିଲା। ଚୀନ୍ ସୈନିକ ତାଙ୍କ ସେନାର ବହୁ ଉପକରଣ, ୮ଟି ଏମ୍‌୪ ରାଇଫଲ୍ ମଧ୍ୟ ନିଜ ସହିତ ଲୁଟିକି ନେଇ ଯାଇଥିଲେ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.