ପ୍ରମୂଖ ଖବର
  • ବଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ
  • ||
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଆମ ପରିବେଶ ଆମ ହାତରେ...

ଭୁବନେଶ୍ଵର, ୦୫/୦୬ : ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ମିଳିତ ଜାତିସଂଘ ୧୯୭୨, ଜୁନ୍‌ ୫ ରେ ବିଶ୍ୱ ପରିବେଶ ଦିବସ ପାଳନ ପାଇଁ ଏକ ବୈଠକ କରିଥିଲା । ବୈଠକ ପରେ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା । ଏହାସହ ପ୍ରତି ବର୍ଷ ଜୁନ୍‌ ୫ରେ ପରିବେଶ ଦିବସ ପାଳନ ଏବଂ ଲୋକଙ୍କୁ ପରିବେଶ ପ୍ରଦୂଷଣ ସମସ୍ୟା ସହ ଅବଗତ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା । ପରେ ୧୯୭୩ ରେ ପ୍ରଥମ ଥର ପାଇଁ ବିଶ୍ୱ ପରିବେଶ ପାଇଁ ଦିବସ ପାଳନ କରାଯାଇଥିବା ବେଳେ ଏହାର ଥିମ୍‌ ରଖାଯାଇଥିଲା "ଓନଲି ୱାନ୍‌ ଆର୍ଥ' । ତେବେ ଏହି ଦିବସ ସେତେବେଳ ସଫଳ ହେବ ଯେତେବେଳେ ସମସ୍ତେ ପରିବେଶର ଯତ୍ନ ନେବେ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ବୁଝିବାକୁ ପଡ଼ିବ ଯେ ପରିବେଶ ସୁସ୍ଥ ରହିଲେ ମଣିଷ ସୁସ୍ଥ ରହିବ । ଏହି ଦିନ ପାଳନ କରିବାର ମୁଖ୍ୟ କାରଣ ହେଉଛି ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା ।

ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ଓ ପ୍ରଦୂଷଣ ହ୍ରାସ ପରି ଅନେକ ଗୁରୁତ୍ୱପୂର୍ଣ ବିଷୟ ଉପରେ ସଚେତନତା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଓ କର୍ମଶାଳା ଆୟୋଜିତ ହୋଇଥାଏ । କେତେକ ଇଉରୋପୀୟ ରାଷ୍ଟ୍ରକୁ ବାଦ ଦେଲେ ଅନ୍ୟ ରାଷ୍ଟ୍ର ମାନେ ଏବେ ମଧ୍ୟ ପରିବେଶ ଓ ପ୍ରଦୂଷଣକୁ ନେଇ ସଚେତନ ହୋଇନାହାନ୍ତି । ଭାରତ ରେ ଦିଲ୍ଲୀ, ମୁମ୍ବାଇ ପରି ମେଟ୍ରୋ ମାନଙ୍କରେ ପ୍ରଦୂଷଣ ଏତେ ମାତ୍ରରେ ବୃଦ୍ଧି ପାଇଲାଣି ଯେ ବୁଧବାର, ୫ ଜୁନ୍‌ ୨୦୨୪ ଆମ ପରିବେଶ ଆମ ହାତରେ... ନବଜାତ ଶିଶୁ ମଧ୍ୟ ଆସ୍ମା ପରି ଭୟଙ୍କର ରୋଗ ରେ ପୀଡିତ ହେଉଛନ୍ତି । ଆଜିକାଲିର ପରିସ୍ଥିତିରେ ଆମ ପରିବେଶ ଏତେ ମାତ୍ରାରେ ପ୍ରଦୂଷିତ ହୋଇଛି ଯେ ତାହାର କଳ୍ପନା କରାଯାଇ ନପାରେ । କିଛି ବର୍ଷ ପୂର୍ବେ ମଣିଷର ପରମାୟୁ ୧୦୦ବର୍ଷରୁ ଉର୍ଦ୍ଧ୍ୱ ଥିବାବେଳେ ବର୍ତ୍ତମାନ ତାହା ୬୫ ରୁ ୭୦ ବର୍ଷକୁ ଖସିଆସିଛି । ମଣିଷ ନିଜର ଉନ୍ନତି ଓ ଜୀବିକା ନିର୍ବାହ ପାଇଁ ଗଛ କାଟିବାଠାରୁ ଆରମ୍ଭ କରି କଳ କାରଖାନା ପ୍ରତିଷ୍ଠା, ଯାନବାହନ ତିଆରି ଆଦି ଅନେକ ଜିନିଷ କରିଥାଏ । ଆଉ ଏଥିରୁ ନିର୍ଗତ ହେଉଥିବା ଧୂଆଁ ପରିବେଶ ପ୍ରଦୂଷଣ କରିଥାଏ । ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ପ୍ରଦୂଷଣର ଅନ୍ୟତ୍ତମ ପ୍ରମୁଖ କାରଣ । ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସ୍ୱଚ୍ଛ ଏବଂ ନିର୍ମଳ ରଖିବାକୁ ପଡ଼ିବ । ତେଣୁ ନିଜକୁ ସୁସ୍ଥ ରଖିବାକୁ ହେଲେ ପ୍ରଥମେ ପରିବେଶ ପ୍ରତି ସଚେତନ ହେବା ଉଚିତ୍‌ । 

ଅହେତୁକ ଭାବେ ଜଙ୍ଗଲ ନଷ୍ଟ, ମାତ୍ରାଧିକ କଳକାରଖାନା, ବହୁଳ ପଲିଥିନିର ଉପଯୋଗ, ରାସାୟନିକ ସାମଗ୍ରୀର ବହୁଳ ବ୍ୟବହାର ଆଦି ଯୋଗୁଁ ପୃଥିବୀ ଧୀରେଧୀରେ ଯେମିତି ବିନାଶ ଆଡକୁ ଗତି କରୁଛି । ପ୍ଲାଷ୍ଟିକର ବ୍ୟବହାର କମ୍‌ କରିବା ଏବଂ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ଉଚିତ । ଫଳରେ ଏହି ଦିବସର ପ୍ରକୃତ ଉଦ୍ଦେଶ୍ୟ ସଫଳ ହୋଇପାରିବ । 

ସରକାରୀ ସ୍ତରରେ ହେଉ ଅଥବା ବେସରକାରୀ ସ୍ତରରେ ହେଉ ଏହି ଦିବସରେ ବୃକ୍ଷ ରୋପଣ କରିବା ସହିତ ବାୟୁପ୍ରଦୂଷଣ ନ କରିବା ପାଇଁ ସଚେତନତା ସୃଷ୍ଟି କରାଯାଉଛି । ପ୍ରତିବର୍ଷ ନୂଆ ଥିମ୍‌ ସହ ଏହି ଦିବସକୁ ପାଳନ କରାଯାଇଥାଏ । ବୃକ୍ଷଲତା ଗହଣରେ ଆମେ ବିତାଉଥିବା ସମୟ କେବେ ଅଯଥା ଯାଏନାହିଁ । ସେଥିପାଇଁ ଏହି ବିଶ୍ୱ ପରିବେଶ ଦିବସରେ ଆମର ପ୍ରତ୍ୟେକ କାର୍ଯ୍ୟକଳାପ ପରିବେଶ ସୁରକ୍ଷା ଦିଗରେ ସମର୍ପିତ ହେବା ଆବଶ୍ୟକ । 

ସଭାପତି, ସେଲ୍ଫି ୱିଥ ଟ୍ରୀ , ପଟିଆ, ଭୁବନେଶ୍ୱର, ମୋ-୯୯୩୮୧୧୩୨୨୬

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.