ପ୍ରମୂଖ ଖବର
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ସମ୍ବଲପୁରରେ ଅଣାୟତ ଜଣ୍ଡିସ୍‌: ୮୨ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ପାଣିର ନମୂନା ପରୀକ୍ଷା ରିପୋର୍ଟକୁ ଅପେକ୍ଷା

ସମ୍ବଲପୁର, ୨୪/୦୬:  ସମ୍ବଲପୁରରେ ଜଣ୍ଡିସ ସ୍ଥିତି ଦିନକୁ ଦିନ  ନିୟନ୍ତ୍ରଣକୁ ଆସିବା ପରିବର୍ତ୍ତେ ଚିନ୍ତା  ବଢାଇବାରେ ଲାଗିଛି । ପ୍ରତିଦିନ ଆକ୍ରାନ୍ତଙ୍କ  ସଂଖ୍ୟା ବଢିବାରେ ଲାଗିଛି । ଜଣ୍ଡିସ୍‌  ସ୍ଥିତି ସାଂଘାତିକ ହେବାରେ ଲାଗିଛି । ବର୍ତ୍ତମାସ ସୁଦ୍ଧା ସହରରେ ୮୨ ପାର୍‌ କରିଥିବା ଜିଲ୍ଲା ପ୍ରଶାସନ କହୁଥିବାବେଳେ ଏହା ଦେଢ଼ ଶହରୁ ଅଧିକ ହେବ ବୋଲି ଆକଳନ କରାଯାଉଛି । ଜଣ୍ଡିସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରଶାସନ ଲୁଚାଇବାକୁ  ଜୋରଦାର ଉଦ୍ୟମ କରୁଛି । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ କୁମ୍ଭାରପଡ଼ା, ଶାଲିଆବଗିଚା,  ପେନ୍‌ସନ୍‌ପଡ଼ା ଓ ଧୋବାପଡ଼ା ଅଞ୍ଚଳର । ସମସ୍ତ ସଂକ୍ରମିତ ୨୦ ବର୍ଷ ମଧ୍ୟରେ  ରହିଛନ୍ତି। ସେମାନଙ୍କ ମଧ୍ୟରୁ ଚିକିତ୍ସା ପାଇଁ  ୩ ଜଣ ନର୍ସିଂହୋମ୍‌ରେ ଭର୍ତ୍ତି ହୋଇଛନ୍ତି । ପୂର୍ବରୁ ବିଭିନ୍ନ ସ୍ଥାନରୁ ସଂଗ୍ରହ ହୋଇଥିବା  ପିଏଚ୍‌ଡି ପାଣିର ନମୂନା ପରୀକ୍ଷା ରିପୋର୍ଟ  ଆସିଥିବା ବେଳେ ତାହା ପଜିଟିଭ୍‌(ସଂକ୍ରମିତ) ଚିହ୍ନଟ ହୋଇଛି । ତେଣୁ ପାଣି ପାଇପ୍‌ ବଦଳାଇବାକୁ ଦାବି ହେଉଛି।

ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ପ୍ରଥମେ  ୨୨ ଜଣ ପରେ ଏହି ସଂଖ୍ୟା ୫୯ ଜଣ  ହୋଇଥିଲା । ଶୁକ୍ରବାର ଏହି ସଂଖ୍ୟା ୬୯କୁ  ଛୁଇଁଥିଲା । ଶନିବାର ଆଉ ୫ ଜଣ ଓ ରବିବାର ଆଉ ୮ ଚିହ୍ନଟ ହେବା ସହ ସଂକ୍ରମିତଙ୍କ  ସଂଖ୍ୟା ୮୨ରେ ପହଞ୍ଚିଛି । ବିଶେଷ କରି  ଗୁପ୍‌ଚୁପ୍‌, ଚୁସକି ଓ ପିଇବା ପାଣି ଯୋଗୁଁ  ସଂକ୍ରମଣ ସମସ୍ୟା ସୃଷ୍ଟି ହୋଇଛି ବୋଲି ସ୍ୱାସ୍ଥ୍ୟ  ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ  ଘରକୁ ଘର ବୁଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସର୍ଭେ  କରାଯାଉଥିବାରୁ ଆଗକୁ ସଂକ୍ରମିତଙ୍କ ସଂଖ୍ୟା  ହ୍ରାସ ପାଇବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ  କୁହାଯାଇଛି । ୨୦୧୪ ମସିହାରେ ପିଏଚ୍‌ଡି ପାଣି  ଯୋଗୁଁ ସମ୍ବଲପୁରର ପ୍ରାୟ ୧୦ ହଜାର ଲୋକ  ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଥିଲେ । ଶତାଧିକ  ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.