ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ମାଲକାନଗିରିରେ ରଥଯାତ୍ରା ଆୟୋଜନ ନେଇ ପ୍ରସ୍ତୁତି ବୈଠକ

ମାଲକାନଗିରି, ୨୭/୬ : ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ୨୦୨୪ର ପବିତ୍ର ରଥ ଯାତ୍ରା ପାଳନ ନିମନ୍ତେ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଅପରାହ୍ନରେ ଜିଲ୍ଲାପାଳ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ହୋଇଯାଇଛି । ଉକ୍ତ କାର୍ଯ୍ୟରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୋମନାଥ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ନରେଶ ଚନ୍ଦ୍ର ଶବର, ଉପ ଜିଲ୍ଲାପାଳ, ଦୁର୍ଯ୍ୟଧନ ଭୋଇ ଓ ତହସିଲଦାର ଲଳିତ ବାଘ ପ୍ରମୁଖ ଉପସ୍ଥିତ ଥିଲେ ।  

ରଥର ମାନ ଠିକ ଅଛି ନା ନ।ହିଁ  ପ୍ରଥମେ ଅନୁଧ୍ୟାନ କରି ସହକାରୀ ଯନ୍ତ୍ରୀ, ରାସ୍ତା ଓ କୋଠବାଡ଼ିଙ୍କୁ ପ୍ରମାଣପତ୍ର ଦେବା ନିମନ୍ତେ କୁହାଗଲା ।  ଯାନ ବାହନ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ନିମନ୍ତେ ଟାଉନ ଥାନା ପୁଲିସଙ୍କୁ ଦାୟିତ୍ଵ ଦିଆଗଲା। ଉକ୍ତ ଦିନ ଆଶୁ ଚିକିତ୍ସା ନିମନ୍ତେ ସ୍ବାସ୍ଥ୍ୟ ବିଭାଗକୁ ଅନୁରୋଧ କରାଗଲା ।  ଉକ୍ତ ଦିନ ଅଗ୍ନିଶମ ଯାନ ଓ ଟିମ ସମ୍ପୂର୍ଣ୍ଣ ଅଗ୍ନି ନିର୍ବାପକ ଯନ୍ତ୍ର ସହ ରଥ ପଛରେ ଥିବା ନିମନ୍ତେ କୁହାଗଲା । 

ସେହିପରି ପ୍ରମୁଖ ଛକ ଜାଗାରେ ପାଣି ଟ୍ୟାଙ୍କ ଓ  କର୍ମଚାରୀ ନିୟୋଜିତ କରିବା ନିମନ୍ତେ ସହକାରୀ ଯନ୍ତ୍ରୀ ପିଏଚଡିଙ୍କୁ ଅନୁରୋଧ କରାଗଲା । ସେହିପରି ଉକ୍ତ ଦିନ ରଥ ଟଣା ସମୟରେ  ଏମ୍ବୁଲେନ୍ସ ସହ ଜଣେ ଆୟୁଷ ଡାକ୍ତର ରହିବେ ଓ ୭.୦୭.୨୦୨୪  ତାରିଖ ଠାରୁ ବାହୁଡା ପର୍ଯ୍ୟନ୍ତ  ସକ।ଳ ୮ଟା  ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ମେଡ଼ିକାଲ ଟିମ ସହ ଉପସ୍ଥିତ ରହିବେ।  ପ୍ରତି ବର୍ଷ ଭଳି ଚଳିତ ବର୍ଷ ଜିଲ୍ଲାପାଳ ଛେରା ପହଁରା କରିବେ । ଜଗନ୍ନାଥଙ୍କ ଧାରା ବିବରଣୀ ନିମନ୍ତେ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ମାଲକାନଗିରିଙ୍କୁ ଦାୟିତ୍ଵ ଦିଆଗଲା । ଏନଏସଏସ  ଓ ଏନସିସି  ଛାତ୍ର ଛାତ୍ରୀମାନଙ୍କୁ ସ୍ବେଚ୍ଛାକୃତ ଭାବେ ନିୟୋଜିତ କରିବା ପାଇଁ କୁହାଗଲା ।    

ଆଜିର ଏହି ବୈଠକରେ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ   ଟାଉନ୍ ଥାନା ଅଧିକାରୀ,ଅଗ୍ନିଶମ ଅଧିକାରୀ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ କୋଠାବାଡି, ସହକାରୀ ଯନ୍ତ୍ରୀ, ପିଏଚଡି, ଟିପିଏସଓଡିଏଲର କର୍ମକର୍ତ୍ତା,   ଜଗନ୍ନାଥ ମନ୍ଦିରର ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ତହସିଲଦାର ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.