ମାଲକାନଗିରି ୨୮/୦୬: ଛତିଶଗଡ ଧମତରୀ ଜିଲ୍ଲା ଅନ୍ତର୍ଗତ ଇକାଭାରୀ ଜଙ୍ଗଲରୁ ମାଓବାଦୀଙ୍କ ଏକ ବଡ ଡମ୍ପ ଜବତ କରିଛନ୍ତି ସୁରକ୍ଷା କର୍ମୀ । DRG ଓ CRPF ବାହିନୀ ମିଳିତ ଭାବେ ନକ୍ସଲ ବିରୋଧୀ ଅପରେସନକୁ ଯାଇଥିବା ବେଳେ ମାଓବାଦୀଙ୍କ ଏହି ଡମ୍ପକୁ ଠାବ କରିଥିଲେ ।
ଆଦିବାସୀ ଲୋକଙ୍କୁ ଭୟଭୀତ କରିବା ସହ ଖାଦ୍ୟ ସାମଗ୍ରୀ ଆଦାୟ କରି ବିଭିନ୍ନ ସ୍ଥାନରେ ପତିଥିଲେ ଲାଲ୍ ବାହିନୀ । ହେଲେ DRG ଓ CRPF ବାହିନୀର ମିଳିତ ଅପରେସନ ବେଳେ ଜଙ୍ଗଲରୁ ଏହି ସବୁ ରାସନ ସାମଗ୍ରୀ, ବିଦ୍ୟୁତ ଉପକରଣ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଏହା ସହ ଗତ କିଛି ଦିନ ତଳେ ଟେକାଲଗୁଡାମ ନିକଟରେ ନକ୍ସଲ ମାନେ IED ବିସ୍ଫୋରଣ କରିଥିବା ଘଟଣାରେ ୬ ଜଣ ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ସୁରକ୍ଷା କର୍ମୀ ।