ପ୍ରମୂଖ ଖବର
  • ରାୟଗଡା ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ, ଶ୍ରମ ବିଭାଗର ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଜବତ୍
  • ||
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ବିବାହବନ୍ଧନରେ ବିଜୟ ମାଲ୍ୟାଙ୍କ ପୁଅ ସିଦ୍ଧାର୍ଥ, ଗାର୍ଲଫ୍ରେଣ୍ଡ ଜସ୍ମିନ୍‌ଙ୍କୁ କଲେ ଜୀବନସାଥୀ

ନୂଆଦିଲ୍ଲୀ ୨୪/୦୬: ବିବାହବନ୍ଧନରେ ଶିଳ୍ପପତି ବିଜୟ ମାଲ୍ୟାଙ୍କ ପୁଅ ସିଦ୍ଧାର୍ଥ ମାଲ୍ୟା । ଲଣ୍ଡନରେ ଏକ ସମାରୋହରେ ସେ ନିଜର ଗାର୍ଲଫ୍ରେଣ୍ଡ ଜସ୍ମିନ୍‌ଙ୍କୁ ଶନିବାର ଜୀବନସାଥୀ ରୂପେ ଗ୍ରହଣ କରିଛନ୍ତି । ଉତ୍ସବରେ ଉଭୟଙ୍କର ଘନିଷ୍ଠ ବନ୍ଧୁ ଓ ସଂପର୍କୀୟମାନେ ଯୋଗ ଦେଇଥିଲେ । ବିବାହର କିଛି ଫଟୋକୁ କନ୍ୟା ଜସ୍ମିନ୍‌ ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ୍‌ କରିଛନ୍ତି । ସେଥିମଧ୍ୟରୁ ଗୋଟିଏ ଫଟୋରେ ତାଙ୍କୁ ଏକ ଧଳା ରଙ୍ଗର ଗାଉନ୍‌ରେ ଦେଖିବାକୁ ମିଳୁଛି । ସେ ବର ସିଦ୍ଧାର୍ଥଙ୍କ ନିକଟରେ ଛିଡ଼ା ହୋଇ ହସୁଛନ୍ତି । 

ଅନ୍ୟ ଏକ ଫଟୋରେ ଦମ୍ପତି ପରସ୍ପରର ହାତ ଧରିଥିବାବେଳେ ଜସ୍ମିନ୍‌ଙ୍କ ହାତର ହୀରା ମୁଦି ମଧ୍ୟ ନଜର ଆସୁଛି । କ୍ୟାପସନ୍‌ରେ ସେ ସାରା ଜୀବନର ବନ୍ଧନ ବୋଲି ଲେଖିଛନ୍ତି । ପୂର୍ବରୁ ସିଦ୍ଧାର୍ଥ ଚଳିତ ସପ୍ତାହରେ ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ବିବାହ ସଂପର୍କରେ ସୂଚନା ଦେଇଥିଲେ । ସେତେବେଳେ ସେ ପୋଷ୍ଟ କରିଥିବା ଫଟୋରେ ତାଙ୍କ ସହିତ ଜସ୍ମିନ୍‌ଙ୍କୁ ବି ଦେଖିବାକୁ ମିଳିଥିଲା । କିଛି ଦିନ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଗତବର୍ଷ ଏହି ଦମ୍ପତି ସେମାନଙ୍କର ନିର୍ବନ୍ଧ ସଂପର୍କରେ ଘୋଷଣା କରିଥିଲେ । ତେବେ କନ୍ୟା ଜସ୍ମିନ୍‌ଙ୍କ ସଂପର୍କରେ ଅଧିକ କିଛି ସୂଚନା ମିଳିନାହିଁ । ସେ ଆମେରିକାରେ ରହୁଥିବା ତାଙ୍କର ଇନ୍‌ଷ୍ଟାଗ୍ରାମ ପ୍ରୋଫାଇଲ୍‌ରୁ ଜଣାପଡ଼ିଛି ।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.