ପ୍ରମୂଖ ଖବର
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ଖାଲି ପଡ଼ିଛି ବିଡିଏ ସଚିବ ପଦ, ଭାରପ୍ରାପ୍ତ ଅଧିକାରୀଙ୍କୁ ନେଇ ଚାଲିଛି ଅଫିସ୍‌

ଭୁବନେଶ୍ୱର,୨୪/୦୬: ବିଡିଏ ସଚିବ ଭାବେ କବିନ୍ଦ୍ର ସାହୁ ଦୀର୍ଘ ଦିନ ଧରି ଗାଦି ମାଡ଼ି ବସିଥିଲେ । ନିର୍ବାଚନ ସମୟରେ ତାଙ୍କୁ ବାଧ୍ୟ ହୋଇ ସରକାର ବଦଳି କରିଥିଲେ । ସେବେଠୁ ଏହି ସିଟ୍‌ ଫାଙ୍କା ପଡିଛି । ବିଡିଏର ଅଧିକାରୀ ବିଶ୍ୱରଞ୍ଜନ ରଥଙ୍କୁ ଭାରପ୍ରାପ୍ତ ଦାୟିତ୍ୱ  ମିଳିଛି । ବିଡିଏ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସଚିବ ପଦ କାହିଁକି ଫାଙ୍କା  ପଡିଛି । ଏ ତ ଗଲା  ଗୋଟିଏ ଉଦାହରଣ । ଏମିତି ଏକାଧିକ ବିଭାଗରେ ନିର୍ବାଚନ ପରେ ସିଟ୍‌  ରିଜର୍ଭ ରଖାଯାଇଛି । ସେପଟେ ନୂଆ ସରକାର ଆସିବା ପରେ ଗେହ୍ଲା  ପୁଅ ଫେରାଇବାକୁ ଯେଉଁ ଯୋଜନା ହୋଇଥିଲା ତାହା ଫିକା ପଡିଛି ।   

ବିଡିଏରେ ଏବେ ଅନେକ ଗୁଡିଏ ପ୍ରକଳ୍ପ ଚାଲୁଛି । ନୂଆ  ସରକାର ଆସିବା ପରେ ଚଳଚଞ୍ଚଳ ହୋଇଛି ବିଭାଗ । ଏହି  ସମୟରେ ବିଡିଏ ସଚିବ ଫାଙ୍କା ପଡିଛି । ନୂଆ କରି ଦାୟିତ୍ୱ  ନେଇଥିବା ଅଧିକାରୀ ଅନ୍ୟ ବିଭାଗର ଦାୟିତ୍ୱରେ ରହିଛନ୍ତି । ଫଳରେ  ବିଡିଏର ଅନେକ ଗୁଡିଏ କାମ ଠିକ୍‌ ଭାବରେ ହୋଇ ପାରୁନି ।  ନିର୍ବାଚନ ପରେ ମଧ୍ୟ ବିଡିଏକୁ ନୂଆ ଅଧିକାରୀ ମିଳିପାରିଲେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.