ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ରଥଖଳାରେ କାଠ ଅଭାବ, ହାତ ବାନ୍ଧି ବସିଛନ୍ତି ବିଶ୍ଵକର୍ମା

ପୁରୀ, ୨୪/୦୬ : ରଥଖଳାରେ ରଥକାଠର ଅଭାବ। ହାତ ବାନ୍ଧି ବସିଛନ୍ତି ବିଶ୍ଵକର୍ମା। ଜୁଲାଇ ୭ରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ହେବାକୁ ଥିବାବେଳେ କାଠର ଅଭାବ ଦେଖାଦେଇଥିବାରୁ ବିଶ୍ଵକର୍ମାମାନେ ହାତ ବାନ୍ଧି ବସିଛନ୍ତି। ତିନି ରଥରେ ଆଜି ତୃତୀୟ ଭୂଇଁ ସଂଯୋଗ ହୋଇସାରିଛି। ତେବେ ଏହାପରେ‌ ତିନି ରଥର ଯେଉଁ ସବୁ କାର୍ଯ୍ୟ ରହିଛି ସେଥିପାଇଁ ରଥଖଳାରେ ରଥକାଠ ଆସି ପହଞ୍ଚି ପାରିନି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଦର୍ପଦଳନ ରଥର ବିଶ୍ଵକର୍ମା ନାରାୟଣ ମହାରଣା। 

ନାରାୟଣ ମହାରଣାଙ୍କ ଅଭିଯୋଗ ଅନୁଯାୟୀ, ରଥ ନିର୍ମାଣର ଉପରି ଭାଗ କାର୍ଯ୍ୟ ପାଇଁ ଯାହାକିଛି କାଠର ଆବଶ୍ୟକ ରହିଛି ତାହା ଏପର୍ଯ୍ୟନ୍ତ ରଥଖଳାରେ ପହଞ୍ଚି ପାରିନି। ରଥଯାତ୍ରାର ୧୦ ଦିନ ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଥିଲେ ବିଶ୍ଵକର୍ମା। କିନ୍ତୁ ରଥ କାଠ ଠିକ୍ ସମୟରେ ପହଞ୍ଚୁ ନଥିବାରୁ ସମୟ ପୂର୍ବରୁ କିଭଳି କାର୍ଯ୍ୟ ସରିବ ସେନେଇ ଏବେ ଚିନ୍ତାରେ ବିଶ୍ଵକର୍ମା। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପାଖରେ ବିଶ୍ଵକର୍ମାମାନେ ଅଭିଯୋଗ କରିଥିଲେ ମଧ୍ୟ ସବୁ କାର୍ଯ୍ୟ ଠିକ୍ ଭାବେ ହେବ ବୋଲି ଅଧିକାରୀମାନେ କହୁଛନ୍ତି। 

ତେବେ ତିନି ରଥ ପାଇଁ ପୋଟଳ, ଚନ୍ଦ୍ରଶାଳୀ, ଦୁଆର ବେଢ଼ା ଆଦି ନିର୍ମାଣ ପାଇଁ ରଥଖଳାରେ କାଠ ଏପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। ଶ୍ରୀମନ୍ଦିର ପ୍ରଶାସନର ଏଭଳି ଅବହେଳାକୁ ଦାୟୀ କରିଛନ୍ତି ଦର୍ପଦଳନ ରଥର ବିଶ୍ଵକର୍ମା। ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ବିଶ୍ଵକର୍ମା କହିଛନ୍ତି। ନଚେତ୍ ରଥ ନିର୍ମାଣ କାର୍ଯ୍ୟ ଠିକ୍ ସମୟରେ ଶେଷ ହୋଇପାରିବ ନାହିଁ।‌ 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.