ପ୍ରମୂଖ ଖବର
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ମଙ୍ଗଳବାର ପ୍ରକାଶ ପାଇବ ଯୁକ୍ତ ୩ ପ୍ରଥମ ଚୟନ ତାଲିକା, ୨୬ରୁ ୨୯ ନାମଲେଖା

ଭୁବନେଶ୍ୱର,୨୪/୦୬: ମଙ୍ଗଳବାର ପ୍ରକାଶ ପାଇବ ଯୁକ୍ତ ୩ର ପ୍ରଥମ ଚୟନ ତାଲିକା । ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ରାଉଣ୍ଡରେ ଚୟନ ହୋଇଥିବା ପିଲାମାନେ ନାମ ଲେଖାଇବେ । ଆସନ୍ତା ଜୁଲାଇ ୫ରେ ଦ୍ୱିତୀୟ ରାଉଣ୍ଡ ନାମଲେଖା  ପାଇଁ ଚୟନ ତାଲିକା ପ୍ରକାଶ ପାଇବ । ୬ରୁ ୯ ତାରିଖ ମଧ୍ୟରେ ନାମଲେଖା ହେବ । ଜୁଲାଇ ୧୫ରେ ତୃତୀୟ ରାଉଣ୍ଡ ନାମଲେଖା ପାଇଁ ଚୟନ ତାଲିକା ପ୍ରକାଶ ପାଇବ।  ୧୮ ତାରିଖ ମଧ୍ୟରେ ନାମଲେଖାଇବେ ଚୟନ ହୋଇଥିବା ଶିକ୍ଷାର୍ଥୀ । ଏନେଇ  ସମସ୍ତ ସୂଚନା ସାମ୍‌ସ ୱେବ୍‌ସାଇଟ୍‌ www.samsodisha.gov.in ରେ ରହିଛି । ଦୁଇ ପର୍ଯ୍ୟାୟରେ ନାମଲେଖା  ହେବ । କଳା, ବାଣିଜ୍ୟ, ବିଜ୍ଞାନରେ ସ୍ନାତକ  ନାମଲେଖା ସହ ୪ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌, ଏମ୍‌ଏଡ୍‌ ଆଦି କରାଯିବ ।  

ରାଜ୍ୟର ୧୦୫୬ କଲେଜ ଓ ବିଶ୍ୱବିଦ୍ୟାଳୟରେ ୨ଲକ୍ଷ ୭୪ ହଜାର ୫୦୭  ସିଟ୍‌ରେ ନାମଲେଖା ହେବ । ମୋଟ ୨ ଲକ୍ଷ ୩୭ ହଜାର ୭୯୫ ଜଣ ଆବେଦନ  କରିଥିବା ବେଳେ ୨ ଲକ୍ଷ ୩୩ ହଜାର ୪୫୨ ଜଣ ଅନ୍‌ଲାଇନ୍‌ ଫି ଦାଖଲ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.