ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

କମିଶନରେଟ୍ ପୋଲିସକୁ ପୁଣି ମନେପଡିଲା ‘ସରାଇ ଆପ୍‌, ହୋଟେଲର ରେଜିଷ୍ଟର୍‌ ଯାଞ୍ଚ କଲେ ଅଧିକାରୀ

ଭୁବନେଶ୍ୱର,୨୮/୦୬: ‘ସରାଇ ଆପ୍‌’ରେ ବିଭିନ୍ନ ହୋଟେଲର ଆଗନ୍ତୁକ ଓ ଅତିଥିଙ୍କ ତଥ୍ୟ ସଠିକ୍‌ ରହୁନି ।  ହୋଟେଲ କର୍ତ୍ତୃପକ୍ଷ ସରାଇ ଆପ୍‌କୁ  ହେୟଜ୍ଞାନ କରୁଛନ୍ତି । ହେଲେ ଦୀର୍ଘ  ବର୍ଷେ ପରେ ପୁଣି ‘ସରାଇ ଆପ୍‌’କୁ  ମନେପକାଇଛି କମିଶନରେଟ୍‌ ପୁଲିସ ।  ଏନେଇ ବିଭିନ୍ନ ହୋଟେଲରେ ଜୋର୍‌ଦାର  ଯାଞ୍ଚ କରିଛି ।  

କିଛି ହୋଟେଲ କର୍ତ୍ତୃପକ୍ଷ ନିୟମିତ  ଭାବେ ଅତିଥି ଓ ଆଗନ୍ତୁକଙ୍କ ତାଲିକା  ଅପ୍‌ଲୋଡ୍‌ କରିବାରେ ବ୍ୟତିକ୍ରମ  କରୁଥିବାର ଖବର ପାଇଥିଲା ପୁଲିସ । ସେସବୁ ହୋଟେଲର ଏକ ତାଲିକା  ପ୍ରସ୍ତୁତ ହୋଇଥିଲା । ଏହାପରେ ଗତକାଲି  ବିଳମ୍ବିତ ରାତିରେ କ୍ୟାପିଟାଲ, ଖାରବେଳ ନଗର, ସହିଦନଗର, ଭରତପୁର,  ଲକ୍ଷ୍ମୀସାଗର, ଖଣ୍ଡଗିରି, ବଡ଼ଗଡ଼,  ନୂଆପଲ୍ଲୀ ଥାନା ଅଞ୍ଚଳର ବିଭିନ୍ନ  ହୋଟେଲ, ଲଜ୍‌ ଓ ଗେଷ୍ଟହାଉସ୍‌ରେ  ପୁଲିସ ଟିମ୍‌ର ପାଦ ପଡିଥିଲା ।  ହୋଟେଲର ରେଜିଷ୍ଟର୍‌ ଯାଞ୍ଚ କରିବା  ସହ ସିସି କ୍ୟାମେରା ଫୁଟେଜ ମଧ୍ୟ  ଦେଖିଥିଲା । ପୁଲିସ ଏହାସହ ହୋଟେଲ  କର୍ତ୍ତୃପକ୍ଷଙ୍କୁ ଚେତାଇଥିଲା, ସରାଇ  ଆପ୍‌ର ଗାଇଡ୍‌ଲାଇନ୍‌କୁ କଡ଼ାକଡି଼ ଭାବେ  ମାନ । ନିୟମିତ ଅତିଥିଙ୍କ ନାମ, ଠିକଣାକୁ  ଅପ୍‌ଲୋଡ୍‌ କର ।  

୨୦୨୧ ଅଗଷ୍ଟରେ କମିଶନରେଟ୍‌  ପୁଲିସ ଏହି ଆପ୍‌କୁ ଉନ୍ମୋଚନ  କରିଥିଲା । ଏହାର ମୂଳ ଉଦ୍ଦେଶ୍ୟ  ଥିଲା, ରାଜଧାନୀରେ ଡେରା ପକାଉଥିବା  ଲୁଟେରା ଓ ଠକଙ୍କୁ ଠାବ କରିବା ।  ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର  ରଖିବା । ଆପ୍‌ ଯୋଗୁ ବିଗତ ଦିନରେ  ଏକ ଡଜନେରୁ ଅଧିକ ଲୁଟେରା  ଗ୍ୟାଙ୍ଗ ଓ ଅପରାଧୀ ଧରାପଡ଼ିଛନ୍ତି ।  ସରାଇ ନିୟମକୁ ହୋଟେଲ କର୍ତ୍ତୃପକ୍ଷ  ଫୁ' କରିଦେଇଥିବାରୁ ଏହି ଗ୍ୟାଙ୍ଗ୍‌ ସବୁ ରାଜଧାନୀରେ ସହଜରେ ଡେରା  ପକାଇଥିଲେ । ଗତବର୍ଷ ଜୁଲାଇ ମାସରେ  କମିଶନରେଟ୍‌ ପୁଲିସ ହୋଟେଲରେ  ମାରାଥନ୍‌ ଯାଞ୍ଚ ଚଳାଇଥିଲା । ଏହାପରେ  ଯାଞ୍ଚ ନ ହେବାରୁ ହୋଟେଲ କର୍ତ୍ତୃପକ୍ଷ  ସରାଇ ଆପ୍‌କୁ ଭ୍ରୂକ୍ଷେପ କଲେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.