ପ୍ରମୂଖ ଖବର
  • ରାୟଗଡା ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ, ଶ୍ରମ ବିଭାଗର ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଜବତ୍
  • ||
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

୩ ମାସରେ ନିଯୁକ୍ତ ହେବେ ଶ୍ରୀମନ୍ଦିର ସ୍ଥାୟୀ ମୁଖ୍ୟ ପ୍ରଶାସକ, ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, ୨୪/୦୬: ଖୁବ୍‌ଶୀଘ୍ର ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ସ୍ଥାୟୀ ପ୍ରଶାସକ । ଏ ନେଇ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୩ ମାସରେ ସରକାର ଏ ନିଯୁକ୍ତି ଦେବେ । ସରକାରଙ୍କ ପ୍ରଥମ ୧୦୦  ଦିନର ଏଜେଣ୍ଡାରେ ଏହା ଏକ ପ୍ରଧାନ ବିଷୟ ଭାବେ ରହିବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ  ହରିଚନ୍ଦନ । 

ଶ୍ରୀ ହରିଚନ୍ଦନ କହିଛନ୍ତି, ଏବେ ଶ୍ରୀମନ୍ଦିର  ପରିଚାଳନାରେ କୌଣସି ତ୍ରୁଟି ପରିଲକ୍ଷିତ ହୋଇନାହିଁ ।  କିନ୍ତୁ ସ୍ଥାୟୀ ପ୍ରଶାସକ ନିଯୁକ୍ତିର ଆବଶ୍ୟକତା ଅଛି ।  ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ନେଇ କୋର୍ଟଙ୍କ  ନିର୍ଦ୍ଦେଶ ରହିଛି । ଶ୍ରୀମନ୍ଦିରର ନୀତିକାନ୍ତିଠୁ ଆରମ୍ଭ କରି  ଦର୍ଶନ ପର୍ଯ୍ୟନ୍ତ ଅନେକ କଥାକୁ ଶୃଙ୍ଖଳିତ କରିବା ପାଇଁ  କାର୍ଯ୍ୟଖସଡ଼ା ତିଆରି ହୋଇଛି । ସେ ସବୁକୁ ଅନୁଧ୍ୟାନ  କରି ଜଣେ ବ୍ୟକ୍ତି ତା'କୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ ।  ତେଣୁ ଶ୍ରୀମନ୍ଦିର ସ୍ଥାୟୀ ପ୍ରଶାସକ ନିଯୁକ୍ତି ନେଇ ସରକାରଙ୍କ  ପକ୍ଷରୁ ଆଲୋଚନା ଆରମ୍ଭ ହୋଇଛି

  • PrameyaOdia
  • prameya
  • puri news
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.