ପ୍ରମୂଖ ଖବର
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ନିଜ ସ୍କୁଲକୁ ଯାଇ ପିଲାଦିନ କଥା ମନେ ପକାଇଲେ ମୁଖ୍ୟମନ୍ତ୍ରୀ, ସହପାଠୀଙ୍କୁ ଭେଟି ଉଠାଇଲେ ଫଟୋ

ପାଟଣା, ୨୪/୦୬ : ରାଇକଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନିଜ ସ୍କୁଲକୁ ଯାଇ ପିଲାଦିନର କଥା ମନେ ପକାଇଲେ ମୁଖ୍ୟମନ୍ତ୍ରୀ। ରାଇକଳାରୁ ଝୁମ୍ପୁରା ରୋଡ ଶୋ କରିବା ସମୟରେ ମୋହନ ମାଝୀ ଝୁମ୍ପୁରା ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇ ସ୍କୁଲ ପରିଦର୍ଶନ କରିବା ସହ ସହପାଠୀଙ୍କୁ ଭେଟିଥିଲେ। ସେମାନଙ୍କ ସହ କଥା ହେବା ସହ ଫଟୋ ମଧ୍ୟ ଉଠାଇଥିଲେ। 

ସୂଚନାନୁଯାୟୀ, ୧୯୮୭ ବ୍ୟାଚରୁ ଝୁମ୍ପୁରା ସରକାରୀ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ୍ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ତାଙ୍କ ସହପାଠୀ କହିଛନ୍ତି ଯେ, ଆମେ କେବେ ଭାବିନଥିଲୁ ଯେ ମୁଖ୍ୟମନ୍ତ୍ରୀ ହେବା ପରେ ସେ ଆମକୁ ଏତେ ଗୁରତ୍ଵ ଦେବେ, ଆମ ସହ ମିଶିବେ। ହେଲେ ସେ କାଲି ଯେମିତି ଥିଲେ ଆଜି ବି ସେମିତି  ଅଛନ୍ତି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.