ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଆଉଟ୍‌ସୋର୍ସିଂ ପ୍ରଶାସନ: ୪୧ ବିଭାଗରେ ୫୦୦ ଅବସରପ୍ରାପ୍ତ ଅଧିକାରୀଙ୍କୁ ଥଇଥାନ, ନୂଆ ସରକାର ପାଇଁ ବଡ଼ ଚାଲେଞ୍ଜ

ଭୁବନେଶ୍ୱର,୨୪/୦୬: ରାଜ୍ୟରେ ଆଉଟ୍‌ସୋର୍ସିଂ ସରକାର ଚାଲିଛି । ନିର୍ବାଚନ ବେଳେ ବିଜେପି ଏଭଳି ଅଭିଯୋଗ ଆଣି ବାରମ୍ବାର ସରକାରଙ୍କୁ ଘେରୁଥିଲା । ଏବେ ରାଜ୍ୟରେ ଖୋଦ୍‌ ବିଜେପି ସରକାର ଗଢ଼ିଛି । ନୂଆ ସରକାର ଯେଉଁ ବିଭାଗରେ ହାତ ମାରୁଛନ୍ତି ସେଠାରୁ ମାଳ ମାଳ ଥଇଥାନ ନିଯୁକ୍ତି ବାହାରୁଛି । ୪୧ଟି ବିଭାଗରେ ୫୦୦ରୁ ଅଧିକ ଅବସରପ୍ରାପ୍ତ ଅଧିକାରୀଙ୍କୁ ଓଏସ୍‌ଡି ଭାବେ ପୁନଃ  ନିଯୁକ୍ତି ଦିଆଯାଇଛି । ଏମିତି କୌଣସି ସରକାରୀ ବିଭାଗ ନାହିଁ ଯେଉଁଠି ଥଇଥାନ ନିଯୁକ୍ତି ହୋଇନାହିଁ । 

ସବୁଠୁ ଚକିତ କଲା ଭଳି କଥା ହେଉଛି ନଗର ଉନ୍ନୟନ ବିଭାଗ ଭଳି କିଛି ବିଭାଗକୁ ଅବସରପ୍ରାପ୍ତ ଅଧିକାରୀମାନେ କବ୍‌ଜା କରି ରଖିଛନ୍ତି । କହିବାଗୁ ଗଲେ ସରକାର ଏବେବି ପୂରା ଆଉଟ୍‌ସୋର୍ସିଂରେ ଚାଲିଛି । ଏହି ଆଉଟ୍‌ସୋର୍ସିଂ  ଯନ୍ତାରୁ ପ୍ରଶାସନ ମୁକୁଳିବ ତ? ନୂଆ ସରକାର  ଆଗରେ ଏହା ବିରାଟ ଚାଲେଞ୍ଜ ହୋଇ ଛିଡ଼ା ହୋଇଛି । 

ଅବସର ପରେ ସରକାରୀ ବିଭାଗରେ  ପୁନଃନିଯୁକ୍ତି ଦେବାର ପ୍ରଥା ଆମ ରାଜ୍ୟରେ  ଧୀରେ ଧୀରେ ପରମ୍ପରା ପାଲଟି ଗଲାଣି । ଯୋଗ୍ୟ  ଅଧିକାରୀଙ୍କୁ ଅଣଦେଖା କରି ଅବସରପ୍ରାପ୍ତଙ୍କୁ  ଆଣି ତାଙ୍କ ଉପରେ ବସାଯାଉଛି । ଗୃହ  ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ମାଳ  ମାଳ ଅବସରପ୍ରାପ୍ତ ଅଧିକାରୀଙ୍କୁ ଥଇଥାନ  କରାଯାଇଛି । ଓଏଏସରୁ ଆଇଏଏସ୍‌ ହୋଇଥିବା  ସଂଗ୍ରାମଜିତ ନାୟକଙ୍କୁ ଅବସର ପରେ ବି ପୌର  ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଭାବେ ନିଯୁକ୍ତ  କରାଯାଇଛି । ସେ ସରକାରୀ ଚାକିରିରୁ ଅବସର  କରିବା ସତ୍ତେ୍ୱ ତାଙ୍କୁ ଏହି ପଦବୀରେ ଅବସ୍ଥାପିତ  କରି ନ୍ୟାୟିକ କ୍ଷମତା ଦିଆଯାଇଛି । 

ନଗର ଉନ୍ନୟନ ବିଭାଗରେ ଆଉ  ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି ସଞ୍ଜୟ  ପରମାଣିକ । ଭାରତୀୟ ରେଳ କାର୍ମିକ ସେବା  ଅଧିକାରୀ (ଆଇଆରପିଏସ୍‌) ଭାବେ ଅବସର  କରିବା ପରେ ଶ୍ରୀ ପରମାଣିକଙ୍କୁ ଗତ ଦୁଇ ବର୍ଷ  ହେବ ଏହି ବିଭାଗରେ ସ୍ୱତନ୍ତ୍ର ସଚିବ ଭାବେ  ନିଯୁକ୍ତି ଦିଆଯାଇଛି । ଏହି ବିଭାଗର ଗୁରୁତ୍ୱପୂର୍ଣ୍ଣ  ପଦବୀରେ ଅବସ୍ଥାପିତ ଆଉ ଜଣେ ଅବସରପ୍ରାପ୍ତ  ଅଧିକାରୀ ପ୍ରଦୀପ୍ତ ମହାପାତ୍ର । ସେ ନାଲ୍‌କୋରେ  କାର୍ଯ୍ୟ କରୁଥିଲେ । ଅବସର ପରେ ତାଙ୍କୁ ନଗର  ଉନ୍ନୟନ ବିଭାଗରେ ମୁଖ୍ୟଯନ୍ତ୍ରୀ ତଥା ଅତିରିକ୍ତ  ସଚିବ ଭାବେ ନିଯୁକ୍ତ କରାଯାଇଛି । ଗତ ୧୦ ବର୍ଷ  ହେବ ସେ ବିଭାଗର ପ୍ରୋକ୍ୟୁରମେଣ୍ଟ କମିଟିର ମୁଖ୍ୟ  ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ ଅଧୀନରେ ବିଭାଗ  ଶହ ଶହ କୋଟି କୋଟି ଟଙ୍କା ସାମଗ୍ରୀ କ୍ରୟ କରୁଛି । 

ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା  ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଏବଂ  ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ରେ  ମଧ୍ୟ ମାଳ ମାଳ ଅବସରପ୍ରାପ୍ତ ଅଧିକାରୀଙ୍କୁ  ଥଇଥାନ କରାଯାଇଛି । ବିଡିଏର ଓଏସ୍‌ଡି  ଲିଗାଲ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ସ୍ୱତନ୍ତ୍ର  ଅଡିଟ୍‌ ଅଫିସର ଭଳି ଅନେକ ପଦବୀରେ  ଅବସରପ୍ରାପ୍ତଙ୍କୁ ଥଇଥାନ କରାଯାଇଛି ।  ବିଏମ୍‌ସିରେ ମୁଖ୍ୟଯନ୍ତ୍ରୀ ଥିବା ଅରୁଣ ନାୟକଙ୍କୁ  ଅବସର ପରେ ପରାମର୍ଶଦାତା ଭାବେ ନିଯୁକ୍ତି  ଦିଆଯାଇଛି । ଖାଲି ନଗର ଉନ୍ନୟନ ବିଭାଗ  ନୁହେଁ, ପ୍ରତି ବିଭାଗରେ ୪ରୁ ୫ଜଣ ଅବସରପ୍ରାପ୍ତ  ଓଏଏସ୍‌ ଅଫିସର ଓ ଓଡ଼ିଶା ସଚିବାଳୟ ସେବା  ପାହ୍ୟାର ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି ।  କେବଳ ସଚିବାଳୟ ନୁହେଁ, ଜିଲ୍ଲାସ୍ତରକୁ ଏହି  ଥଇଥାନର ଚେର ଲମ୍ବିଛି । 

ଆହୁରି ଚମକାଇଲା ଭଳି କଥା ହେଉଛି, ଯେଉଁ ଅଧିକାରୀଙ୍କୁ ଅବସର  ପରେ ନିଯୁକ୍ତି ଦିଆଯାଉଛି ତାଙ୍କୁ ମୋଟା ଅଙ୍କର ଦରମା ମିଳୁଛି । ସେ  ଚାକିରି ସମୟରେ ଯେତିକି ଦରମା ପାଉଥିଲେ ଓ ଅବସର ପରେ  ଯେତିକି ପେନସନ ପାଇଲେ ଉଭୟକୁ ହିସାବକୁ ନେଇ (ପେ’ରୁ ପେନସନକୁ କାଟି) ବାକି ଟଙ୍କା ଧରାଇ ଦିଆଯାଉଛି । ଜଣେ ଓଏଏସ୍‌  ଅଫିସର ଅବସର ପରେ ନିଯୁକ୍ତି ପାଇଲେ ମାସକୁ ପ୍ରାୟ ୧ଲକ୍ଷ ଟଙ୍କା ଦରମା ଧରୁଛନ୍ତି । ଆଇଏଏସ୍‌ ଅଫିସରମାନେ ଅବସର ପରେ  ଆହୁରି ଅଧିକ ଟଙ୍କା ପାଉଛନ୍ତି । 

ସରକାରୀ ଚାକିରିରେ ନିଯୁକ୍ତି ଦେଉଥିବା ଓଡ଼ିଶା ଲୋକସେବା  ଆୟୋଗ(ଓପିଏସ୍‌ସି) ଏବଂ ଓଡ଼ିଶା କର୍ମଚାରୀ ପ୍ରବରଣ  ଆୟୋଗ(ଓଏସ୍‌ଏସସି)ର ଦୁଇ ମୁଖିଆଙ୍କୁ ଅବସର ପରେ ପୁନଃ  ନିଯୁକ୍ତି ଦିଆଯାଇଛି । ଯେଉଁ ସଂସ୍ଥା ରାଜ୍ୟରେ ନିଯୁକ୍ତି ସୃଷ୍ଟି କରି  ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା ପାଇଁ ଗଢ଼ାଯାଇଛି, ତାର ମୁଖ୍ୟ  ପଦରେ ଅବସରପ୍ରାପ୍ତଙ୍କୁ ବସାଯାଇଛି । 

ପୂରା ସରକାରୀ ବ୍ୟବସ୍ଥା ଆଉଟ୍‌ସୋର୍ସିଂରେ ଚାଲିଛି । ଯେଉଁ  କାମକୁ କାହାକୁ ନିଯୁକ୍ତି ଦେଇ ତୁଲାଇବା କଥା, ତାକୁ ସର୍ଭିସ୍‌  ପ୍ରୋଭାଇଡରଙ୍କୁ ଟେକି ଦିଆଯାଉଛି । ଏଥିପାଇଁ ମନଇଚ୍ଛା ଟଙ୍କା  ଖର୍ଚ୍ଚ ହେଉଛି । ବିଭିନ୍ନ ବିଭାଗରେ ସୋସିଆଲ ମିଡିଆ ହ୍ୟାଣ୍ଡେଲ  ପାଇଁ ବିଭାଗ କାହାକୁ ନିଯୁକ୍ତି ନ ଦେଇ କିଛି ଘରୋଇ ଏଜେନ୍ସିକୁ  କାମ ଟେକି ଦେଉଛି । ଏଥିପାଇଁ ସେମାନେ ମାସିକ ଲକ୍ଷାଧିକ ଟଙ୍କା  ନେଉଛନ୍ତି । ଗୋଟିଏ ଗୋଟିଏ ଏଜେନ୍ସି ଅଧୀନରେ କାମ କରୁଥିବା  କର୍ମଚାରୀଙ୍କ ଦରମା ଆଇଏଏସ୍‌ ଏବଂ ଓଏଏସ୍‌ ଅଫିସରଙ୍କଠାରୁ  ଟପିଯାଉଛି । ବିଭାଗକୁ ଏଭଳି ଖର୍ଚ୍ଚ ତାଲିକା ଦେଇ ଏଜେନ୍ସିମାନେ  ଟଙ୍କା ଲୁଟୁଛନ୍ତି । 

ସ୍ମରଣଯୋଗ୍ୟ, ଗତ ମାର୍ଚ୍ଚ ମାସରେ ତତ୍‌କାଳୀନ ସରକାର  ଆଉଟସୋର୍ସିଂ କର୍ମଚାରୀମାନଙ୍କ ମାସିକ ଦରମାରେ ୨୫% ବୃଦ୍ଧି  ଘୋଷଣା କରିଥିଲେ । ଅଭିଜ୍ଞତା ଅନୁଯାୟୀ ଏହି ପ୍ରାପ୍ୟ ମଧ୍ୟ ଅଧିକ  ହେବାର ବ୍ୟବସ୍ଥା ରହିଥିଲା । ମହିଳା ଆଉଟସୋର୍ସିଂ କର୍ମଚାରୀମାନଙ୍କ  ପାଇଁ ମଧ୍ୟ ବିଭିନ୍ନ ସୁବିଧା ପ୍ରଦାନର ନିଷ୍ପତ୍ତି ହୋଇଥିଲା ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.