ପ୍ରମୂଖ ଖବର
  • ରାୟଗଡା ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ, ଶ୍ରମ ବିଭାଗର ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଜବତ୍
  • ||
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ

କଟକ, ୨୪/୦୬: ମାଟ୍ରିକ୍‌  ପରୀକ୍ଷା ଫଳାଫଳକୁ ନେଇ ଅସନ୍ତୁଷ୍ଟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରାୟ ୫ ହଜାର ପରୀକ୍ଷାର୍ଥୀ ଉତ୍ତରଖାତା ପୁନଃଯାଞ୍ଚ୍‌ (ରି ଚେକିଂ) ପାଇଁ  ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)  କର୍ତ୍ତୃପକ୍ଷଙ୍କନିକଟରେ ଆବେଦନ କରିଛନ୍ତି । ୫ ହଜାର ପରୀକ୍ଷାର୍ଥୀଙ୍କର ବିଭିନ୍ନ ବିଷୟରୁ ପ୍ରାୟ ୧୮ ହଜାର  ଉତ୍ତର ଖାତା ରି ଚେକିଂ କରାଯିବ ବୋଲି ସୂଚନା ମିଳିଛି । ଉତ୍ତର ଖାତା ରିଂ ଚେକିଂ କାର୍ଯ୍ୟ ଆସନ୍ତା ଏକ ସପ୍ତାହ ପରେ ଆରମ୍ଭ  କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ତେବେ ଏହି ଉତ୍ତର  ଖାତା ପୁନଃ ଯାଞ୍ଚ କାର୍ଯ୍ୟ ସୁରକ୍ଷା ବ୍ୟବସ୍ଥାରେ କରାଯିବ । ଏଥିଲାଗି ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ଭାବେ କର୍ମଚାରୀମାନଙ୍କୁ ନିୟୋଜିତ  କରିବା ଲାଗି ବ୍ୟବସ୍ଥା କରାଯାଇଛି ବୋଲି ବୋର୍ଡ ସୂତ୍ରରୁ ସୂଚନା  ମିଳିଛି । 

ସୂଚନା ଥାଉ କି, ଫ୍ରେବ୍ରୁଆରୀ ୨୦ ତାରିଖରୁ ମାର୍ଚ୍ଚ ୪ ତାରିଖ  ପର୍ଯ୍ୟନ୍ତ ଅନୁଷ୍ଠିତ ମାଟ୍ରିକ୍‌ ପରୀକ୍ଷାରେ ୫ ଲକ୍ଷ ୪୪ ହଜାର ୬୧  ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ୧୦୦ ନମ୍ବର ବିଶିଷ୍ଠ ୬ଟି  ବିଷୟ ପରୀକ୍ଷାରେ ୫ ଲକ୍ଷ ୩୦ ହଜାର ୧୫୩ ଜଣ ପରୀକ୍ଷାର୍ଥୀ ପାସ୍‌  କରିଥିବା ବେଳେ ୧୦ ହଜାର ଫେଲ୍‌ ହୋଇଥିଲେ । ତେବେ ପରୀକ୍ଷା  ଫଳକୁ ନେଇ ଅସନ୍ତୁଷ୍ଟ ଥିବା ପରୀକ୍ଷାର୍ଥୀ ଏବଂ ଫେଲ୍‌ ହୋଇଥିବା  ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା ରି ଚେକିଂ ପାଇଁ ବୋର୍ଡ ପକ୍ଷରୁ ପ୍ରତିବର୍ଷ  ପରି ଏଥର ସୁଯୋଗ ଦିଆଯାଇଥିଲା । 

ଖାତା ରି ଚେକିଂ ଲାଗି ମେ  ୨୯ ତାରିଖରୁ ଗତ ୧୨ ତାରିଖ ପର୍ଯ୍ୟନ୍ତ ବୋର୍ଡ ୱେବ୍‌ସାଇଟ୍‌ରେ  ଅନ୍‌ଲାଇନ୍‌ରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କୁ କର୍ତ୍ତୃପକ୍ଷ  ସୁଯୋଗ ଦେଇଥିଲେ । ତେବେ ଏହି ଧାର୍ଯ୍ୟ ସମୟ ସୀମା ମଧ୍ୟରେ  ଆବେଦନ କରିଥିବା ପରୀକ୍ଷାର୍ଥୀମାନଙ୍କର ୧୮ ହଜାର ଉତ୍ତର ଖାତା  ରି ଚେକିଂ ହେବ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ୨୦୨୪  ମାଟ୍ରିକ ପରୀକ୍ଷାରେ ପାସ୍‌ କରିପାରିନଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ  ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ଜୁଲାଇ ୨୨ ତାରିଖରୁ ୩୧ ତାରିଖ  ପର୍ଯ୍ୟନ୍ତ ଚାଲିବ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.