ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପୁଣି ଦେଖିବ ଛାତ୍ର ସଂସଦ ନିର୍ବାଚନ, ଅଣ୍ଟା ଭିଡ଼ିଲେଣି ଛାତ୍ରନେତା

ଭୁବନେଶ୍ୱର,୨୮/୦୬: ଗଣତାନ୍ତ୍ରିକ ପ୍ରକ୍ରିୟାରେ ଛାତ୍ରଛାତ୍ରୀ ବାଛିବେ ମନ ପସନ୍ଦର ପ୍ରତିନିଧି ।  କ୍ୟାମ୍ପସ୍‌କୁ ଫେରିବ ଭୋଟ ।  ୬ବର୍ଷ ବ୍ୟବଧାନରେ କଲେଜ  ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପୁଣି  ଦେଖିବ ଛାତ୍ର ସଂସଦ ନିର୍ବାଚନ ।  ଏମିତି ଆଶା ସଞ୍ଚାର ହୋଇଛି । ଛାତ୍ର  ସଂସଦ ନିର୍ବାଚନ ସପକ୍ଷରେ ଅଛନ୍ତି  ଉଚ୍ଚ ଶିକ୍ଷା ମନ୍ତ୍ରୀ । ନୂଆ ସରକାର ଯେ  ଗଣତାନ୍ତ୍ରିକ ପଦ୍ଧତିରେ ଛାତ୍ର ପ୍ରତିନିଧି  ବାଛିବା ସପକ୍ଷରେ, ତାର ଇଙ୍ଗିତ ମଧ୍ୟ  ମନ୍ତ୍ରୀ ଦେଇସାରିଛନ୍ତି । ଛାତ୍ର ସଂସଦ  ନିର୍ବାଚନ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ  ସୂର୍ଯ୍ୟବଂଶୀ ଅନୁକୂଳ ମତ ରଖିବା  ପରେ ଛାତ୍ର ସଂଗଠନଠାରୁ ଆରମ୍ଭ  କରି ଛାତ୍ରନେତା ଯାଏ ସମସ୍ତେ ବେଶ  ଉତ୍ସାହିତ ।   

ସମ୍ଭାବ୍ୟ ନିର୍ବାଚନକୁ ନେଇ  କ୍ୟାମ୍ପସ୍‌ରେ ରହିଛି ଛାତ୍ରଛାତ୍ରୀଙ୍କ  ମଧ୍ୟରେ ନାହିଁ ନ ଥିବା ଉତ୍ସାହ ।  ସବୁ କିଛି ଠିକ୍‌ ରହିଲେ ପୂଜା ଛୁଟି  ପୂର୍ବରୁ ଭୋଟ୍‌କୁ ନେଇ କଲେଜ  କ୍ୟାମ୍ପସ ଉଷ୍ମ ହେବ । ଏଥିପାଇଁ ଅଣ୍ଟା  ଭିଡ଼ିଲେଣି ଛାତ୍ର ନେତା ଓ ସଂଗଠନ ।  କ୍ୟାମ୍ପସ୍‌ରେ ନିଜ ଆଡ଼କୁ ନୂଆ ପିଲାଙ୍କୁ  ଆକୃଷ୍ଟ କରିବା ଲାଗି ଲାଗିପଡ଼ିଲେଣି ।  ଏଥିପାଇଁ ହେଲ୍‌ପ ଡେସ୍କ ଖୋଲି ନିଜ  ବ୍ୟାନରରେ ପିଲାଙ୍କୁ ନିଜ ଆଡ଼କୁ  ଟାଣିବାକୁ ଆରମ୍ଭ ହୋଇଛି କସରତ ।  ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ  ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି,  ଛାତ୍ର ସଂସଦ ନିର୍ବାଚନ ନେଇ  ବିଚାରବିମର୍ଶ ଚାଲିଛି । ସରକାର  ଛାତ୍ର ସମାଜ ପାଇଁ ସକାରାତ୍ମକ  ନିଷ୍ପତ୍ତି ନେବେ । ବିଭିନ୍ନ ଦିଗ ଉପରେ  ଆଲୋଚନା କରି ଛାତ୍ରଙ୍କ ପାଇଁ ଯାହା  ଠିକ୍‌ ହେବ ତାହା କରାଯିବ ।  

ରାଜ୍ୟରେ ୨୦୧୮ ମସିହାରୁ ଛାତ୍ର  ସଂସଦ ନିର୍ବାଚନ ବନ୍ଦ ରହିଛି । ହେଲେ  ନୂଆ ଉଚ୍ଚଶିକ୍ଷା ମନ୍ତ୍ରୀ ଛାତ୍ର ସଂସଦ  ନିର୍ବାଚନ ହେବ ବୋଲି ଆଶିଂକ  ଇସାରା ଦେବା ପରେ ଛାତ୍ର ନେତାଙ୍କ  ମଧ୍ୟରେ ଉତ୍ସାହ ଆସିଛି । ଏବେ ଯୁକ୍ତ  ୩ ନାମଲେଖା ଚାଲୁଥିବା ବେଳେ  ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ  ହେଲ୍‌ପ ଡେସ୍କ କରିବାକୁ ବିଜୁ  ଛାତ୍ର ଜନତା ଦଳ (ବିସିଜେଡି)  ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ  ପରିଷଦ (ଏବିଭିପି) ନିଜର ଛାତ୍ର  ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାୟ କ୍ୟାମ୍ପସରେ ଖୋଲିସାରିଲାଣି ହେଲ୍‌ପ ଡେସ୍କ । ସେମାନେ ଆସୁଥିବା ପିଲାଙ୍କୁ ନାମଲେଖାରେ ସାହାଯ୍ୟ କରିବା ସହ  ପୁସିଂ କାର୍ଡ ଦେଉଛନ୍ତି । ପିଲାଙ୍କ ଫୋନ୍‌  ନମ୍ବର ନୋଟ୍‌ କରି ରଖୁଛନ୍ତି । ପିଲାଙ୍କ  ମନ ଜିଣିବାକୁ ଚାଲିଛି କସରତ ।  କଲେଜ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ  ମଧ୍ୟ ନିଜକୁ ପ୍ରସ୍ତୁତ କଲେଣି ।  ଏପରିକି କ୍ୟାମ୍ପସ୍‌ରେ ପୋଷ୍ଟର ମଧ୍ୟ  ଦେଖିବାକୁ ମିଳିଲାଣି ।  

ଏବିଭିପି ରାଜ୍ୟ ସଂପାଦକ  ଅରିଜିତ ପଟ୍ଟନାୟକ କହିଛନ୍ତି,  ଏବିଭିପି ସମ୍ଭାବ୍ୟ ନିର୍ବାଚନକୁ ନେଇ  ପ୍ରସ୍ତୁତ ହେଉଛି । ରାଜ୍ୟସ୍ତରୀୟ ନେତାଙ୍କୁ ବିଭିନ୍ନ କ୍ୟାମ୍ପସ୍‌ର ଦାୟିତ୍ୱ  ଦିଆସରିଛି । ସମସ୍ତେ କ୍ୟାମ୍ପସ୍‌ରେ  ଡେରା ପକାଇଛନ୍ତି । ଜୁଲାଇ ୯ ରୁ  ନୂଆ ମେମ୍ବରସିପ୍‌ ଡ୍ରାଇଭ୍‌ ଆରମ୍ଭ ହେବ । ଗଣେଶ ପୂଜା ପୂର୍ବରୁ ଏବିଭିପି  ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ  ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବ 

ବିଜୁ ଛାତ୍ର ଜନତା ଦଳ ରାଜ୍ୟ  ସଭାପତି ଦେବୀ ରଞ୍ଜନ ତ୍ରିପାଠୀ  କହିଛନ୍ତି, ଛାତ୍ରଙ୍କ ଅଧିକାର ଓ ସ୍ୱର  ପାଇଁ ବିସିଜେଡି ସବୁ କ୍ୟାମ୍ପସରେ କ୍ୟାମ୍ପସ କମିଟି କରିଥିଲା । ଏହା  ମାଧ୍ୟମରେ ସମସ୍ୟାର ସମାଧାନ  ପାଇଁ ସ୍ୱର ଉତ୍ତୋଳନ କରୁଥିଲା ।  ନୂଆ ସରକାର ଛାତ୍ର ସଂସଦ ନିର୍ବାଚନ  ପାଇଁ ନିଷ୍ପତ୍ତି ନେଲେ ତାହା ଏକ  ସ୍ୱାଗତଯୋଗ୍ୟ ପଦକ୍ଷେପ ହେବ ।  ମାତ୍ର ସ୍ୱଚ୍ଛତା ଓ ଶୃଙ୍ଖଳାରେ ନିର୍ବାଚନ  ହେବା ଦରକାର । ନିର୍ଦ୍ଦିଷ୍ଟ ରୋଡ୍‌  ମ୍ୟାପ୍‌ ନେଇ ନିର୍ବାଚନକୁ ଓହ୍ଲାଇବ  ଛାତ୍ର ବିଜେଡି । ଯଦି ନିର୍ବାଚନ ହୁଏ  ତେବେ ଦୃଢ଼ତାର ସହ ଲଢ଼େଇ  କରିବୁ ।   

ଛାତ୍ର କଂଗ୍ରେସ ରାଜ୍ୟ ସଭାପତି  ୟାସିର ନୱାଜ କହିଛନ୍ତି, ୨୦୧୮ରୁ  ଏପର୍ଯ୍ୟନ୍ତ ଛାତ୍ର ସଂସଦ ନିର୍ବାଚନ  ବିଜେଡି ସରକାର ବନ୍ଦ ରଖିଥିଲା।  ସେ ସମୟରେ ବିଜେପି ନେତାମାନେ  ଚିତ୍କାର କରି ଛାତ୍ର ସଂସଦ ନିର୍ବାଚନ  କରିବାକୁ ଦାବି କରୁଥିଲେ । ତେଣୁ  ଶିକ୍ଷାର୍ଥୀଙ୍କ ହକ୍‌ ପାଇଁ ଛାତ୍ର ସଂସଦ  ନିର୍ବାଚନ ତାରିଖ ତୁରନ୍ତ ଘୋଷଣା  ହେଉ । ଯଦି ଛାତ୍ର ସଂସଦ ନିର୍ବାଚନ  ନ ହୁଏ ତେବେ ଛାତ୍ର କଂଗ୍ରେସ ରାଜରାସ୍ତାରେ ଲଢ଼େଇ କରିବ ।   

ଏଆଇଏସ୍‌ଏଫ୍‌ ରାଜ୍ୟ ସଭାନେତ୍ରୀ  ସଂଘମିତ୍ରା ଜେନା କହିଛନ୍ତି,  କ୍ୟାମ୍ପସ୍‌ରେ ଗଣତାନ୍ତ୍ରିକ ପରିବେଶ  ଅଭାବରୁ ରାଗିଂ ବଢ଼ୁଛି । ଗୁଣାତ୍ମକ ଶିକ୍ଷାରେ ବାଧା ସୃଷ୍ଟି ହେଉଛି ।  ପରିବାରବାଦ ରାଜନୀତି ହେଉଛି ।  ନୂଆନେତା ଆସୁନାହାନ୍ତି । ଏବେ  ନୂଆ ସରକାର । ଆଶା ଅଛି, ଚଳିତ  ଶିକ୍ଷାବର୍ଷରେ ଛାତ୍ର ସଂସଦ ନିର୍ବାଚନ  ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.