ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ଶ୍ରୀମନ୍ଦିରରେ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ଲଟ୍‌ ବୁକିଂ ଜରୁରି: ଗଜପତି

ପୁରୀ, ୨୮/୦୬: ମୋବାଇଲ୍‌ ଫୋନ୍‌ କିମ୍ବା କମ୍ପ୍ୟୁଟରରେ ସ୍ଲଟ୍‌ ବୁକିଂ କଲେ ମିଳିବ ଶ୍ରୀଜଗନ୍ନାଥଙ୍କ ଦର୍ଶନ । ଶ୍ରୀମନ୍ଦିରରେ ଠାକୁର ଦର୍ଶନ ନିମନ୍ତେ ବଢ଼ୁଥିବା ଭିଡ଼କୁ ନିୟନ୍ତ୍ରଣ କରିବା ନିମନ୍ତେ ଏଭଳି ପ୍ରସ୍ତାବ ଗତ ରାଜ୍ୟ ସରକାରଙ୍କ ସମୟରେ ଦିଆଯାଇଛି । ଏହି ସମୟରେ ଥିବା ସରକାରଙ୍କ ବିଶେଷଜ୍ଞ ମଣ୍ଡଳୀ, ସୁରକ୍ଷା ବିଶେଷଜ୍ଞ, ଜଷ୍ଟିସ୍‌ ବିପି ଦାସ କମିଟି ଦେଇଥିବା ତର୍ଜମା ରିପୋର୍ଟକୁ ଆଧାର କରି ଇଣ୍ଟରନେଟ୍‌ କିମ୍ବା ଆପ୍‌ ଜରିଆରେ ସ୍ଲଟ୍‌ ବୁକିଂ କରି ମହାପ୍ରଭୁଙ୍କ ଦର୍ଶନ କରିବା ଲାଗି ସରକାରଙ୍କ ପାଖକୁ ପ୍ରସ୍ତାବ ଦିଆଯାଇଥିଲା । ଏନେଇ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ ।

ସେ କହିଛନ୍ତି, ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ପରିକ୍ରମା ମାର୍ଗର ୭୫ ମିଟର ପରେ ଏକ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯାଉ । ସ୍ଲଟ୍‌ ବୁକିଂ କରୁଥିବା ଦର୍ଶନାର୍ଥୀ ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ଦର୍ଶନ ଲାଗି ବନ୍ଦୋବସ୍ତ କରାଯିବା ଲାଗି ପ୍ରସ୍ତାବ ରହିଥିଲା । ଶ୍ରଦ୍ଧାଳୁମାନେ ଅଯଥା ଧାଡ଼ି ଭିଡ଼ରେ ହନ୍ତସନ୍ତ ନହୋଇ ଧାର୍ଯ୍ୟ ସମୟରେ ଆସିଲେ ଆରାମରେ ଠାକୁରଙ୍କ ଦର୍ଶନ ପାଇବେ । ତାହାକୁ ଲକ୍ଷ୍ୟରେ ରଖି ଏହି ପ୍ରସ୍ତାବ ଦିଆଯାଇଥିଲା । ଉକ୍ତ ଅଭ୍ୟର୍ଥନା କେନ୍ଦ୍ରରେ ପ୍ରାୟ ୩ରୁ ୪ ହଜାର ଶ୍ରଦ୍ଧାଳୁ ସମସ୍ତ ପ୍ରକାର ସୁବିଧା ପାଇପାରିବେ । ସ୍ଲଟ୍‌ ବୁକିଂ ଯୋଗେ ଦର୍ଶନ ବ୍ୟବସ୍ଥା ହେଲେ ଶ୍ରଦ୍ଧାଳୁ ଠାକୁରଙ୍କ ଦର୍ଶନ ନିମନ୍ତେ ଧାଡ଼ିରେ ଅପେକ୍ଷା ନକରି ଅନ୍ୟ ସ୍ଥାନ ଭ୍ରମଣ କରିପାରିବ । ଶ୍ରୀମନ୍ଦିର କେଉଁ ଦ୍ୱାର ଦେଇ ବୟସ୍କ, ସେବାୟତ, ସାଧାରଣ ଲୋକେ ଯିବେ ତାହାର ନିୟମ ନ ରହିଲେ ସମସ୍ୟା ହେବ । କରୋନା ମହାମାରୀ ପରେ ପୁରୀକୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିଥିବା ବେଳେ ପରିକ୍ରମା ମାର୍ଗ ନିର୍ମାଣ ପରେ ସଂଖ୍ୟା ଆହୁରି ବଢ଼ିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ଆହୁରି ଉତ୍ତମ ବ୍ୟବସ୍ଥା କରିବା ନିମନ୍ତେ ରଥଯାତ୍ରା ପରେ ପରିଚାଳନା କମିଟି ଓ ସରକାରଙ୍କ ଭିତରେ ଆଲୋଚନା ହେବ । 

ସେହିପରି ରତ୍ନଭଣ୍ଡାର ନେଇ ଗଜପତି କହିଛନ୍ତି, ରତ୍ନଭଣ୍ଡାର ମରାମତି ଓ ଗଣତି ଆବଶ୍ୟକ । ଏହି ଦୁଇଟି ବିଷୟ ମଧ୍ୟରୁ ପରିଚାଳନା କମିଟି ସୁପାରିସ ଅନୁଯାୟୀ ସରକାର ଜଷ୍ଟିସ୍‌ ପଶାୟତ କମିଟି ଜରିଆରେ ରତ୍ନଭଣ୍ଡାର ଗଣତି ନିମନ୍ତେ ପଦକ୍ଷେପ ନେଉଛନ୍ତି । ସେ ଭିତର କିମ୍ବା ବାହାର ରତ୍ନଭଣ୍ଡାରକୁ କେବେ ବି ଯାଇନାହାନ୍ତି । ମାତ୍ର ଏ ବାବଦରେ ତାଙ୍କ ପରିଚାଳକଙ୍କଠାରୁ ଶୁଣିଛନ୍ତି । ଭିତର ଭଣ୍ଡାର ଚାବିପୂର୍ବରୁ ରାଜାଙ୍କ ପାଖରେ ରହୁଥିଲା, ମାତ୍ର ପରେ ଜିଲ୍ଲାପାଳଙ୍କ ପାଖରେ ରହି ଆସୁଛି । ୧୯୨୭ ମସିହାରେ ଜେଜେବାପା ମୁକୁନ୍ଦ ଦେବଙ୍କ ମୃତ୍ୟୁ ପରେ ରତ୍ନଭଣ୍ଡାର ଗଣତି ହୋଇଥିଲା । ଏହା ପରେ ୧୯୭୮ରେ ହୋଇଥିଲା । ଏହା ଭିତରେ ୪୫ ବର୍ଷ ବିତିଗଲାଣି । ତେବେ ରେକର୍ଡ ହୋଇଥିବା ତଥ୍ୟରେ ଅନେକ ମୂଲ୍ୟବାନ ପଥର ବାବଦରେ ସ୍ପଷ୍ଟ ବିବରଣୀ ନାହିଁ । ଏହାର ମାନ ଅନୁଧ୍ୟାନ କରାଯିବା ସହ ଫଟୋ ଉଠାଇ ରଖାଯିବା ଉଚିତ୍‌ । ୨୦୧୮ରେ ସରକାରଙ୍କ ଅନୁମତିକ୍ରମେ ଯାଇଥିବା ଯାଞ୍ଚ ଟିମ୍‌ ଭିତର ରତ୍ନଭଣ୍ଡାର ବାହାରୁ ସ୍ଥିତି ଦେଖି ଚାଲି ଆସିଥିଲା । ଭିତର ରତ୍ନଭଣ୍ଡାର ସ୍ଥିତି ଭଲ ନଥିବା ରିପୋର୍ଟ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ୨୦୨୩ ଅଗଷ୍ଟରେ ପରିଚାଳନା କମିଟି ରତ୍ନଭଣ୍ଡାର ଖୋଲି ମରାମତି ଓ ଗଣତି ନିମନ୍ତେ ନିଷ୍ପତ୍ତି ନେଇଛି । ଏବାବଦରେ ସରକାରଙ୍କ ଅନୁମତି ଲୋଡ଼ା ଯାଇଛି । ଦୁଇଟି ଯାକ ପ୍ରସଙ୍ଗ ଅଲଗା ହୋଇଥିବାରୁ ରତ୍ନଭଣ୍ଡାର ଖୋଲିଲେ ଗୋଟାଏ ପାଶ୍ୱର୍ରେ ଗଣତି ଓ ଅନ୍ୟପାଶ୍ୱର୍ରେ ମରାମତି କାମ ଏକସଙ୍ଗେ ହୋଇପାରିବ । ସ୍ୱାଭାବିକ ସମୟରେ ଏହି କାର୍ଯ୍ୟ କଲେ ଭିଡ଼ ନିୟନ୍ତ୍ରଣ ଓ ନୀତି ପରିଚାଳନା କରିବାରେ ଅସୁବିଧା ହେବା ଆଶଙ୍କା କରି ରଥଯାତ୍ରା ସମୟକୁ ସ୍ଥିର କରାଯାଇଥିଲା । ଏବେ ସରକାରଙ୍କ ଚୂଡ଼ାନ୍ତ ନିର୍ଦ୍ଦେଶ ପରେ କିଛି କରାଯାଇପାରିବ ।

ଜମିଜମା ବାବଦରେ ଗଜପତି କହିଛନ୍ତି, ରାଜ୍ୟ ଓ ରାଜ୍ୟ ବାହାରେ ମହାପ୍ରଭୁଙ୍କ ଅନେକ ଜମି ରହିଛି । ଏହାଭିତରୁ ଅନେକ ଜମିରୁ କୌଣସି ରାଜସ୍ୱ ଆସୁନି । ଆଗରୁ ଲୋକେ ରାଜସ୍ୱ ଆଣି ଦେଉଥିଲେ । ଏବେ ଦେଉନାହାନ୍ତି । ମହାପ୍ରଭୁଙ୍କ ବହୁ ଏକର ଜମି ଜବରଦଖଲରେ ରହିଛି। ତେଣୁ ଯେଉଁ ଜମିରୁ ରାଜସ୍ୱ ଆସୁନି ତାହାକୁ ସରକାର ବିକ୍ରି କରି ମହାପ୍ରଭୁଙ୍କ ନାମରେ କର୍ପସ ଫଣ୍ଡ ତିଆରି କରିବା ଆବଶ୍ୟକ । ଦୈନଦିନ ମହାପ୍ରଭୁଙ୍କ ନୀତି ପରିଚାଳନା ନିମନ୍ତେ ଯେତିକି ଅର୍ଥ ଆବଶ୍ୟକ ସେଥିରୁ ମାତ୍ର ୫୦ ପ୍ରତିଶତ ରାଜସ୍ୱରୁ ଭରଣା ହୋଇପାରୁଛି । ବାକି ଟଙ୍କା ରାଜ୍ୟ ସରକାରଙ୍କ ଅନୁଦାନ ଉପରେ ନିର୍ଭର କରିବାକୁ ପଡ଼ୁଛି । ନୂଆ ସରକାର ୫୦୦ ଟଙ୍କା କର୍ପସ ଫଣ୍ଡ ମହାପ୍ରଭୁଙ୍କ ନିମନ୍ତେ କରିବା ସ୍ୱାଗତଯୋଗ୍ୟ । ମାତ୍ର ଏହି କର୍ପସ ଫଣ୍ଡରୁ ଯେଉଁ ସୁଧ ମିଳିବ ସେତିକିରେ ମହାପ୍ରଭୁଙ୍କ କାର୍ଯ୍ୟ କରିବା ଯଥେଷ୍ଟ ହେବନି । ଏହାକୁ ବଢ଼ାଯିବା ଆବଶ୍ୟକ । ତେଣୁ ମହାପ୍ରଭୁଙ୍କ ଅଚଳ ଜମିକୁ ବିକ୍ରି କରି କର୍ପସ ଫଣ୍ଡ କରାଯିବା ଉତ୍ତମ ହେବ ।

  • PrameyaOdia
  • prameya
  • puri
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.