ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଆଜିଠୁ ମହିଳା ହକି ଇଣ୍ଡିଆ ଲିଗ୍‌: ଓଡ଼ିଶା-ଦିଲ୍ଲୀ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌

Published By : Prameya | January 12, 2025 12:24 PM

ରାଞ୍ଚି,୧୨/୦୧: ଆଜିଠୁୁ ରାଞ୍ଚିରେ ଆରମ୍ଭ ହେବାକୁ ଯାଉଛି ମହିଳା ହକି ଇଣ୍ଡିଆ ଲିଗ୍‌  (ଏଚ୍‌ଆଇଏଲ) । ଉଦ୍‌ଘାଟନୀ ଲଢ଼େଇ ଓଡ଼ିଶା ୱାରିୟର୍ସ ଓ ଦିଲ୍ଲୀ ଏସ୍‌ଜି ପିପର୍ସ ମଧ୍ୟରେ ଖେଳାଯିବ ।  

ପୂର୍ବରୁ ପୁରୁଷ ବର୍ଗରେ ହକି ଇଣ୍ଡିଆ  ଲିଗ୍‌ ଖେଳାଯାଉଥିଲା ଏବଂ ୨୦୧୭ ଠାରୁ  ସ୍ଥଗିତ ରହିଥିଲା । ୭ ବର୍ଷ ପରେ ପୁଣି  ଲିଗକୁ ଆରମ୍ଭ କରାଯିବା ନେଇ ଚୂଡ଼ାନ୍ତ  ହେବା ପରେ ମହିଳା ଲିଗ୍‌କୁ ଏଥିରେ  ସାମିଲ କରାଯାଇଥିଲା । ଅର୍ଥାତ ଚଳିତ ବର୍ଷ  ଠାରୁ ମହିଳା ଲିଗ୍‌ର ଶୁଭାରମ୍ଭ ହେଉଛି । 

ପ୍ରଥମ ସଂସ୍କରଣରେ ମୋଟ୍‌ ୪ଟି  ଦଳ ଭାଗ ନେଇଛନ୍ତି । ସେମାନେ ଦିଲ୍ଲୀ,  ଓଡ଼ିଶା, ରାହ ବେଙ୍ଗଲ ଟାଇଗର୍ସ ଏବଂ  ସୁରମା ହକି କ୍ଲବ । ଲିଗ୍‌ରେ ୧୨ରୁ ଆରମ୍ଭ  ହୋଇ ୨୬ ତାରିଖରେ ଶେଷ ହେବ । ପଏଣ୍ଟ ଟେବୁଲର ଶ୍ରେଷ୍ଠ ୨ଟି ଦଳ  ଫାଇନାଲ ଖେଳିବେ । ଉଦ୍‌ଘାଟନୀ ମ୍ୟାଚ୍‌କୁ  ନେଇ ଦର୍ଶକ ଉତ୍ସାହିତ ରହିଛି । ମହିଳା  ହକିରେ ଶ୍ରେଷ୍ଠ ପ୍ରତିଯୋଗିତା ଦେଖିବା  ନେଇ ସେମାନେ ଅପେକ୍ଷା କରିଛନ୍ତି । ଟୁର୍ଣ୍ଣାମେଣ୍ଟର ୨ଟି ମ୍ୟାଚ୍‌ ରାଉରକେଲା ଏବଂ ଅବଶିଷ୍ଟ ସମସ୍ତ ମ୍ୟାଚ୍‌ରେ  ରାଞ୍ଚିରେ ଖେଳାଯିବାର ସୂଚୀ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.