ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ହକି ଇଣ୍ଡିଆ ଲିଗ୍: ସୁରମାକୁ ସୁଟଆଉଟ୍‌ କଲା ତୁଫାନ୍ସ, ରୁଦ୍ରସ ୩-୧ରେ ଦିଲ୍ଲୀକୁ ହରାଇଲା

Published By : Prameya | January 12, 2025 11:40 AM

ଭୁବନେଶ୍ୱର/ରାଉରକେଲା,୧୨/୦୧: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ  ଚାଲିଥିବା ଏଚଆଇଏଲ୍‌ରେ ଶନିବାର ହାଇଦ୍ରାବାଦ ତୁଫାନ୍ସ ଏବଂ ୟୁପି ରୁଦ୍ରସ ଚମତ୍କାର ବିଜୟ ହାସଲ କରିଛନ୍ତି । ପ୍ରଥମେ  ତୁଫାନ୍ସ ୧-୧ (୪-୩)ରେ ସୁରମା ହକି କ୍ଲବକୁ ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ରୁଦ୍ରସ ୩-୧ରେ ଦିଲ୍ଲୀ ଏସ୍‌ଜି ପିପର୍ସକୁ  ପରାସ୍ତ କରିଥିଲା । 

ତୁଫାନ୍ସ ଓ ସୁରମା ଲଢ଼େଇ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ନିର୍ଦ୍ଧାରିତ ସମୟ ଖେଳ ୧-୧ ଗୋଲରେ ଅମୀମାଂସିତ ରହିଥିଲା । ସୁରମା ପକ୍ଷରୁ ୮ମ ମିନିଟରେ ନିକୋଲାସ ଡେଲାସ ତୋରେ ଏବଂ ତୁଫାନ୍ସ ପକ୍ଷରୁ ୪୦ ମିନିଟରେ ଅମନଦୀପ ଲାକ୍ରା ଗୋଲ  ଦେଇ ସ୍ଥିତି ବରାବର କରିଥିଲେ । ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ଅମୀମାଂସିତ  ରହିବାରୁ ଖେଳ ସୁଟଆଉଟ୍‌କୁ ଯାଇଥିଲା । ଏଥିରେ ତୁଫାନ୍ସ ୪-୩ ଗୋଲରେ ବିଜୟୀ  ହୋଇଥିଲା । 

ରୁଦ୍ରସ୍‌-ଦିଲ୍ଲୀ ମ୍ୟାଚ୍‌ରେ ପ୍ରଥମ କ୍ୱାର୍ଟର  ଖେଳ ଗୋଲଶୂନ୍ୟ ରହିଥିଲା । ଦ୍ୱିତୀୟ କ୍ୱାର୍ଟରରେ ଦିଲ୍ଲୀ (୨୯  ମିନିଟ) ପ୍ରଥମେ ଗୋଲ ଖାତା ଖୋଲି ପ୍ରଥମାର୍ଦ୍ଧରେ ଅଗ୍ରଣୀ ଲାଭ କରିଥିଲା । ମାତ୍ର ପରବର୍ତ୍ତୀ ସମୟରେ ରୁଦ୍ରସ ପ୍ରତ୍ୟାବର୍ତ୍ତନ କରିଥିଲା । ୩୦, ୪୩  ଓ ୫୪ ମିନିଟରେ ଗୋଲ୍‌ ଦେଇ ମ୍ୟାଚ୍‌କୁ  ଜିତି ନେଇଥିଲା । ଦିଲ୍ଲୀ ବହୁ ପ୍ରୟାସ କରି ଶେଷ ପର୍ଯ୍ୟନ୍ତ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନର  ସୁଯୋଗ ପାଇନଥିଲା ।  

ଶନିବାର ଖେଳ ଶେଷ ସୁଦ୍ଧା ପଏଣ୍ଟ  ଟେବୁଲରେ ତାମିଲନାଡୁ ଡ୍ରାଗନ୍ସ ସର୍ବାଧିକ ୧୨ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ୯ ପଏଣ୍ଟ ସହ ୟୁପି ରୁଦ୍ରସ ଦ୍ୱିତୀୟ, ସମାନ ପଏଣ୍ଟ ସହ ବେଙ୍ଗଲ  ଟାଇଗର୍ସ ତୃତୀୟ, ୮ ପଏଣ୍ଟ ସହ ସୁରାମା ଚତୁର୍ଥ ଏବଂ କଳିଙ୍ଗ ଲାନସର୍ସ  (୭ ପଏଣ୍ଟ) ପଞ୍ଚମ ସ୍ଥାନରେ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.